ମରିଯାଇଥିବା ଲୋକଙ୍କ ଫୋଟୋ କେଉଁ ଜାଗାରେ ଲଗାଇଲେ ଘରେ ଧନ ବୃଦ୍ଧି ହୋଇଥାଏ

ପ୍ରାୟତଃ ପ୍ରତ୍ୟେକଙ୍କ ଘରେ ପିତୃପୁରୁଷଙ୍କର ଫୋଟ ରହିଥାଏ, ଏପରି ମାନ୍ୟତା ଅଛି ଯେ ପିତୃ ପୁରୁଷଙ୍କର ଫୋଟ ଘରେ ଲଗାଇବା ଦ୍ବାରା ଘରର ଉନ୍ନତି ହୋଇଥାଏ ଏବଂ ଧନ ସଂମ୍ପତିରେ କେବେ ବି ଅଭାବ ହୋଇ ନଥାଏ । ପିତୃ ପୁରୁଷଙ୍କର ଆଶିର୍ବାଦ ଆମ ଉପରେ ସବୁବେଳେ ରହିଥାଏ , ଏହା ଦ୍ବାରା ଘରର ବ୍ୟକ୍ତି ମାନଙ୍କର ଅନେକ ପ୍ରକାର ର ଉନ୍ନତି ହୋଇଥାଏ ,ପ୍ରତ୍ୟେକ କାର୍ଯ୍ୟ ରେ ସଫଳତା ମିଳିଥାଏ ।

ଯଦି ପିତୃ ପୁରୁଷଙ୍କର ଫୋଟ ଭୁଲ ଜାଗାରେ ଲଗା ଯାଇଥାଏ, ତାହେଲେ ଏହାର ଅଶୁଭ ଫଳ ଘରକୁ ଭୋଗିବାକୁ ପଡିଥାଏ । ତେବେ ଆସନ୍ତୁ ଜାଣିବା କେଉଁ ଜାଗାରେ ପିତୃ ପୁରୁଷଙ୍କର ଫୋଟ ଲଗାଇବା କଥା ଏବଂ କେଉଁ ଜାଗାରେ ଲଗାଇବା ଉଚିତ୍ ନୁହେଁ ।

ଆପଣ ଯେଉଁଠାରେ ପୂଜା କରୁଛନ୍ତି ସେଠାରେ ପିତୃ ପୁରୁଷଙ୍କର ଫୋଟ ଲଗାନ୍ତୁ ନାହିଁ । ଠାକୁର ଘରେ ପିତୃ ପୁରୁଷଙ୍କର ଫୋଟ ଲଗେଇଲେ ଏହାର ବହୁତ ନକରାତ୍ମକ ପ୍ରଭାବ ଘର ଉପରେ ପଡିଥାଏ । ଆପଣଙ୍କର ଯେଉଁଠାରେ ପୂଜାପାଠ ହୋଇଥାଏ ଯେମିତିକି ଉତ୍ତର ପୂର୍ବ କୋଣ ସେଠାରେ ଠାକୁରଙ୍କୁ ରଖିବା ଭଲ ହୋଇଥାଏ । ଯଦି ପୂର୍ବ ଦିଗରେ ଆପଣ ପୂଜାପାଠ କରୁଛନ୍ତି ତାହେଲେ ଏହି ଦିଗରେ ନିଜ ପୂର୍ବ ପୁରୁଷଙ୍କ ଫୋଟ ଲଗାନ୍ତୁ ନାହିଁ ।

ଠାକୁର ଘରର ଓଲଟା ଦିଗରେ ଏହି ସବୁ ଫୋଟ ଲଗାନ୍ତୁ । ଯଦି ଆପଣ ଏହି ଫୋଟ ଗୁଡିକୁ ଆପଣଙ୍କ ଶୋଇବା ଘରର ଉତ୍ତର ଦିଗରେ ଲଗାନ୍ତି ତାହେଲେ ଆପଣଙ୍କର ବହୁତ ଉପକାର ହୋଇଥାଏ । ଘରର ନୈରାତ୍ୟ କୌଣରେ ପିତୃ ପୁରୁଷଙ୍କର ଫୋଟ ଲଗାନ୍ତୁ ନାହିଁ । ଏହା ଦ୍ବାରା ଆପଣଙ୍କର ଘରର ଉନ୍ନତି ଅଟକି ଯାଇଥାଏ ।


ଏହାପରେ ଘରର ପଶ୍ଚିମ ଏବଂ ଦକ୍ଷିଣ ଦିଗରେ ପିତୃ ପୁରୁଷଙ୍କର ଫୋଟ ଲଗାନ୍ତୁ ନାହିଁ । ଏହି ଦିଗରେ ଆପଣଙ୍କର ପିତୃପୁରୁଷଙ୍କ ଫୋଟରେ ବି ଆପଣ ରଖନ୍ତି , ତାହେଲେ ମାନ୍ୟତା ଅଛି କି ଆପଣଙ୍କର ଘରର ଧନହାନୀ ହେବ । ତେଣୁ ଏହାପ୍ରତି ଆପଣ ଧ୍ୟାନ ଦିଅନ୍ତୁ । ଘରର ପ୍ରମୋ ସ୍ଥାନ ଅର୍ଥାତ ଘରର ମଝାମଝିରେ ପିତୃପୁରୁଷଙ୍କର ଫୋଟ ଲଗାନ୍ତୁ ନାହିଁ । ଏହି ସ୍ଥାନରେ ଯାହାର ବାସ ହୋଇଥାଏ ତାର ମାନସମ୍ମାନରେ ବହୁତ ହାନୀ ହୋଇଥାଏ ଏବଂ ସେମାନଙ୍କର ଜୀବନରେ ଏମିତି କିଛି ହୋଇଥାଏ ଯାହାଦ୍ବାରା ସେମାନଙ୍କ ମାନହାନୀ ହୋଇଥାଏ ।

ଘରର ଉତ୍ତର ଦିଗରେ ପିତୃପୁରୁଷଙ୍କର ଫୋଟ ରଖିବା ଆବଶ୍ୟକ କିମ୍ବା ଆପଣ ଯେଉଁଘରେ ଶୟନ କରୁଛନ୍ତି ସେହି ରୁମ୍ ରେ ଉତ୍ତର ଦିଗରେ ରଖିବା ଆବଶ୍ୟକ । ଯଦି କୌଣସି ଅସୁବିଧା ପାଇଁ ସେଠାରେ ଫୋଟ ରଖି ପାରୁନାହାଁନ୍ତି ତାହେଲେ ଆପଣଙ୍କ ଘରର ମନ୍ଦିର ଯଦି ଉତ୍ତର ପୂର୍ବ ଦିଗରେ ରହିଛି ତାହେଲେ ଫୋଟକୁ ଉତ୍ତର ଦିଗରେ ରଖନ୍ତୁ ଏବଂ ଯଦି ପୂର୍ବ ଦିଗରେ ରହିଛି ତାହେଲେ ଫୋଟକୁ ଉତ୍ତର-ପୂର୍ବ ଦିଗରେ ରଖନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।