କଣ ଆପଣଙ୍କ ଘରେ ଅଶାନ୍ତି ଏବଂ ଆର୍ଥିକ ସମସ୍ୟା ଲାଗି ରହୁଛି କି ? ତାହେଲେ ମଙ୍ଗଳବାର ଦିନ ହନୁମାନଙ୍କ ପାଖରେ କରି ଦିଅନ୍ତୁ ଏହି ଉପାୟ ଏବଂ ଭକ୍ତିଥିଲେ କୁହନ୍ତୁ” ଜୟ ହନୁମାନ କି ?

ଆଜି ଆମେ ଆପଣଙ୍କୁ ପ୍ରଭୁ ହନୁମାନଙ୍କର ଏପରି ଏକ ଚମତ୍କାରୀ ମନ୍ତ୍ର ବିଷୟରେ କହିବାକୁ ଯାଉଛୁ , ଯେଉଁ ମନ୍ତ୍ରକୁ ଆପଣ ଯଦି ଥରେ ଭଲ ଭାବରେ କହି ଦିଅନ୍ତି ତେବେ ଶତ ପ୍ରତିଶତ ଆପଣଙ୍କୁ ଧନ ପ୍ରାପ୍ତି ହେବ । ଆଉ ଆପଣଙ୍କର କଷ଼୍ଟ ସବୁ ଦିନ ପାଇଁ ଦୂର ହୋଇ ଯିବ । ଏହାହେଉଛି ହନୁମାନଙ୍କର ଚମତ୍କାରୀ ମନ୍ତ୍ର ଯାହାର ଅପମାନ ଆପଣ କେବେ ବି ନକରିବା ଉଚିତ ।ଯେମିତିକି ଆମେ ସମସ୍ତେ ଜାଣିଛେ କି ବଳ, ବୁଦ୍ଧି ଓ ବିଦ୍ୟାର ନିଦାନ ଅଟନ୍ତି ହନୁମାନ, ତାଙ୍କର କୃପା ଯାହାର ଉପରେ ବି ହୋଇଯାଏ ତାହାର ସବୁ କାର୍ଯ୍ୟ ସଫଳତାରେ ପରିଣତ ହୋଇଯାଏ ।

ଏହାସହିତ ସବୁ ଅସୁବିଧାର ମଧ୍ୟ ଅନ୍ତ ଘଟିଥାଏ । କୁହାଯାଇଥାଏ ଯେ ରାମ ଭକ୍ତ ହନୁମାନଜୀ ଆଜି ବି ମଧ୍ୟ ଜୀବିତ ଅଛନ୍ତି ଏବଂ ଭକ୍ତ ମାନଙ୍କ ସମସ୍ତ ଦୁଃଖ ଦୁର୍ଦ୍ଦଶାକୁ ମଧ୍ୟ ଦୂର କରୁଛନ୍ତି । ହନୁମାନଙ୍କୁ ଯେକୌଣସି ଭି ଭକ୍ତ ସଚ୍ଚା ମନ ଏବଂ ଶ୍ରଦ୍ଧାରେ ସ୍ମରଣ କରିଥାଏ ସେ ତାହାର ଡାକ ଶୁଣିଥାନ୍ତି ଓ ତାର ସବୁ ଦୁଃଖକୁ ମଧ୍ୟ ନିବାରଣ କରିଥାନ୍ତି । ମଙ୍ଗଳବାର ଏବଂ ଶନିବାର ଦିନଟି ପ୍ରଭୁ ହନୁମାନଙ୍କର ଦିନ ଅଟେ । ଆଜି ଆମେ ଆପଣଙ୍କୁ ଏକ ଏମି୍ତି ମନ୍ତ୍ର କହିବାକୁ ଯାଉଛୁ ଯାହାର ଜପ କରିବା ଦ୍ବାରା ନିଜେ ବଜରଙ୍ଗବଲୀ ଆପଣଙ୍କର ସାହାଯ୍ୟ କରିବା ପାଇଁ ଆପଣଙ୍କ ସାମ୍ନାରେ ଆସି ଯେକୌଣସି ସମୟରେ ଡାକିବେ ସେହି ସମୟରେ ଛିଡା ହୋଇଯିବେ ।

ତାସହିତ ଆପଣଙ୍କର ସବୁ ମନସ୍କାମନା ଏବଂ ସବୁ ଇଚ୍ଛା ମଧ୍ୟ ପୂରଣ କରିବେ । ଆମେ ଏହିଠାରେ କହି ରଖୁଛୁ ଯେ ଏହି ମନ୍ତ୍ରର ଜପ ନିଜେ ହନୁମାନଜୀ କରୁଥିଲେ । ତେବେ ଚାଲନ୍ତୁ ଜାଣିବା କଣ ସେହି ଖାସ୍ ଚମତ୍କାରୀ ମନ୍ତ୍ର ।

* ମଙ୍ଗଳବାର ଦିନ ସୂର୍ଯ୍ୟାସ୍ତ ପରେ ସଂନ୍ଧ୍ୟାରେ ହନୁମାନଙ୍କ ମନ୍ଦିର କିମ୍ବା ଆପଣଙ୍କ ଘରେ ଥିବା ହନୁମାନ ମୃର୍ତ୍ତି ସାମ୍ନାରେ ଆସନ ଉପରେ ବସି ସୋରିଷ ତେଲରେ ଚାରିମୁଖ ଦୀପ ଜଳାନ୍ତୁ ଏବଂ ଫୁଲ, ସିନ୍ଦୁର, ଧୂପ ମଧ୍ୟ ଭଗବାନଙ୍କୁ ଅର୍ପିତ କରନ୍ତୁ । ଦୀପ ଲଗେଇବା ସମୟରେ ଏହି ମନ୍ତ୍ରର ଜପ କରନ୍ତୁ –

“ଓଁ ରାମ ଦୂତାୟ ନମଃ ଓଁ ବପନ ପୁତ୍ରାୟ ନମଃ”    ଏହି ମନ୍ତ୍ର ପରେ ହନୁମାନ ଚାଳିଷାର ପାଠ କରନ୍ତୁ । ଏହି ଗୋଟିଏ ଉପାୟରେ ଆପଣଙ୍କର ସମସ୍ତ ଦୁଃଖକଷ୍ଟ ଦୂର ହୋଇଯିବ ।

* ମଙ୍ଗଳବାର ଏବଂ ଶନିବାର ଦିନ ସକାଳୁ ବ୍ରହ୍ମ ମୂହୂର୍ତ୍ତରେ ଉଠି ନିତ୍ୟକର୍ମ ସାରି କୌଣସି ଅସ୍ତଗଛରୁ 11ଟି ପତ୍ର ତୋଳନ୍ତୁ । ଏହାପରେ ସେହି ପତ୍ରକୁ ଭଲ ଭାବରେ ଧୋଇ ସେଥିରେ କୁମକୁମ୍ କିମ୍ବା ଚନ୍ଦନରେ ଶ୍ରୀରାମ ଲେଖନ୍ତୁ । ନାମ ଲେଖିବା ସମୟରେ ହନୁମାନ ଚାଳିଷାର ପାଠ କରନ୍ତୁ । 11ଟି ପତ୍ରରେ ଶ୍ରୀରାମ ଲେଖି ସାରିବା ପରେ ସେଥିରେ ଏକ ମାଳ ତିଆରି କରି ହନୁମାନଙ୍କୁ ଅର୍ପିତ କରିଦେବେ । ଏହା କରିବା ଦ୍ବାରା ଆପଣଙ୍କୁ ସବୁ କାର୍ଯ୍ୟରେ ସଫଳତା ମିଳିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।