ଏହି ଭାରତୀୟ କ୍ରିକେଟର ଙ୍କୁ କେବଳ ଗୋଟିଏ କାନରେ ହିଁ ଶୋଭାଯାଏ ,ତଥାପି ସେ ପିଚ୍ କରିପାରନ୍ତି ଭଲ ପଦର୍ଶନ……

ହାର ମାନିଛି ଦୁର୍ବଳତା କେବଳ ଗୋଟିଏ କାନରେ ଶୁଣିପାରନ୍ତି ୱାସିଙ୍ଗଟନ ସୁନ୍ଦର । ଏହା ସହିତ ୱାସିଙ୍ଗଟନ ନାମ ଏବଂ ଜରସି ପଛରେ ଲୁଚି ରହିଛି ବଡ ରହସ୍ୟ । ଭାରତୀୟ ଯୁବ ତାରକା ୱାସିଙ୍ଗଟନଙ୍କ ବିଷୟରେ ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଅଜଣା କଥା ବିଷୟରେ କହିବୁ ଯାହା ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ତକିତ ହୋଇଯିବେ । ଅଷ୍ଟ୍ରେଲିଆ ବିପକ୍ଷ ବିସପେନରେ ଖେଳା ଯାଇଥିବା ଚତୁର୍ଥ ଟେଷ୍ଟରେ ଆର ଆଶ୍ୱନିଙ୍କ ବଦଳରେ ସ୍ଥାନ ପାଇଥିଲେ ୱାସିଙ୍ଗଟନ ସୁନ୍ଦର । ସେ ଚତୁର୍ଥ ଟେଷ୍ଟରେ ପଦାର୍ପଣ କରିଥିଲେ ।

ଏଥି ସହିତ ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟରେ ସେ ତାଙ୍କର ବୋଲିଂ ଏବଂ ବେଟିଙ୍ଗର କମାଲ ଦେଖାଇ ଚତୁର୍ଥ ମ୍ୟାଚରେ ଭାରତ ଇନିଙ୍ଗରେ ଜିତିବା ପାଇଁ କଥା ଦେଇଥିଲେ ।

ୱାସିଙ୍ଗଟନ ସୁନ୍ଦରଙ୍କର ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ କି ସୁନ୍ଦର କେବଳ ଗୋଟିଏ କାନରେ ହିଁ ଶୁଣିପାରନ୍ତି । ଯେତେବେଳେ ସେ ଚାରି ବର୍ଷର ଥିଲେ ସେହି ସମୟରେ ଏହି ରୋଗ ବାବଦରେ ତାଙ୍କୁ ଜଣାପଡିଥିଲା । ଅନେକ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯାଇଥିଲା ମାତ୍ର ପରେ ଏହାକୁ ଅସାଧ୍ୟ ବୋଲି କହିଥିଲେ ଡାକ୍ତର । ଏଥିପାଇଁ ସେ ଅନେକ ସମସ୍ୟାର ସାମ୍ନା ମଧ୍ୟ କରିଛନ୍ତି । ମାତ୍ର ତାଙ୍କର ଏହି ଦୁର୍ବଳତା ପାଇଁ ସେ କେବେବି ପଛକୁ ହଟି ନାହାନ୍ତି ।

ସୁନ୍ଦର ତାଙ୍କର ଏହି ପ୍ରବଲେମକୁ ନେଇ କରି କହିଛନ୍ତି କି ଖେଳିବା ସମୟରେ ଫିଲିଡିଙ୍ଗରେ ଅନ୍ୟ ସାଥୀ ମାନଙ୍କର କଥାବାର୍ତ୍ତୀ ଶୁଣିବାକୁ ଟିକେ ଅସୁବିଧା ହୋଇଥାଏ ମାତ୍ର ଏହାକୁ ନେଇ କେହି ତାଙ୍କୁ କିଛି କହିନାହାନ୍ତି । ୱାସିଙ୍ଗଟନଙ୍କର ନାମ ଜର୍ସିରେ ଲୁଚି ରହିଥିବାର ଏକ ବଡ ରହସ୍ୟ ସେ ପ୍ରକାଶ କରିଛନ୍ତି ।


ୱାସିଙ୍ଗଟନଙ୍କର ପିତାଙ୍କର ନାମ ହେଉଛି ଏମ ସୁନ୍ଦର । ଏପରି ନାମ ପଛରେ ରହିଥିବା ରହସ୍ୟ ବିଷୟରେ ସେ କହିଛନ୍ତି କି ତାଙ୍କର ପିତା ଜଣେ ପିଡି ୱାସିଙ୍ଗଟନ ନାମକ ବିଦେଶୀ ବ୍ୟକ୍ତିଙ୍କ ଠାରୁ ଅନେକ ସାହାର୍ଯ୍ୟ ପାଇଥିଲେ । ତେବେ ତାଙ୍କର ନାମ ଅନୁସାରେ ପୁଅର ନାମ ରଖିଥିଲେ ୱାସିଙ୍ଗଟନ ସୁନ୍ଦର ।

ଏଥି ସହିତ ୱାସିଙ୍ଗଟନ ତାଙ୍କର ଜର୍ସି ନମ୍ବର ପଛରେ ଥିବା ରହସ୍ୟ ମଧ୍ୟ ଖୋଲିଛନ୍ତି , ସେ କହିଛନ୍ତି କି 55 ନମ୍ବର ଜର୍ସି ପିନ୍ଧି ସେ ଖେଳନ୍ତି । କାରଣ ତାଙ୍କର ଜନ୍ମ 5 ତାରିଖ ସକାଳ 5 ଟା 5 ମିନିଟରେ ହୋଇଥିଲା ।

ତେଣୁ ସେ ପାଞ୍ଚକୁ ତାଙ୍କର ଲକି ନମ୍ବର ଲବୋଲି ଭାବିଥାନ୍ତି ଏବଂ ସେଥିପାଇଁ ସେ 55 ନମ୍ବର ଜର୍ଶି ପିନ୍ଧିଥାନ୍ତି । ୱାସିଙ୍ଗଟନ ଭାରତ କ୍ରିକେଟର ମାନଙ୍କ ପାଇଁ ମଧ୍ୟ ଏକ ବହୁତ ବଡ ଗର୍ବ ଅଟନ୍ତି । କାରଣ ଗୋଟିଏ କାନରେ ଶୁଣିପାରିଲେ ମଧ୍ୟ ତାଙ୍କ ମଧ୍ୟରେ ଅନେକ ପ୍ରତିଭା ଲୁଚି ରହିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।