Breaking news- ଏବେ ଏବେ ଆସିଲା ବଲିଉଡ୍ ଜଗତରୁ ଶୋକରଛାୟା !ବିଗ୍ ବସ୍ ଫେମ୍ ଅଭିନେତ୍ରୀ ଙ୍କର ହେଲା ଆଜି ଦେବାନ୍ତ ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ମୃତଦେହ…..

ଯାଉ ଯାଉ 2020 ଆଉ ଏକ ଗଭୀର ଦୁଃଖ ଦେଇଗଲା କନ୍ନଡ ଫିଲ୍ମ ଜଗତରେ । ବର୍ଷ 2020 ରେ ଅନେକ ବିଶିଷ୍ଟ ବ୍ୟକ୍ତି ବିଶେଷ ମାନଙ୍କର ମୃତ୍ୟୁ ଘଟିଥିବା ବେଳେ ଏହା ସମସ୍ତଙ୍କୁ ଅନେକ ଦୁଃଖ ଏବଂ ବେଦନା ଦେଇଛି । ପ୍ରଥମେ ତ କରୋନା ମହାମାରୀ କାରଣରୁ ଅନେକ ଲୋକ ତାଙ୍କ ବନ୍ଧୁ ପରିଜନଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି , ତା ସହିତ କଳା କ୍ଷେତ୍ର ଏବଂ ରାଜନୀତି କ୍ଷେତ୍ରରେ ଅନେକ ବିଶିଷ୍ଟ ପୁରୁଧା ମାନଙ୍କର ମୃତ୍ୟୁ ଦେଶବାସୀଙ୍କୁ ଆହୁରୀ ଅଧିକ ଦୁଃଖ ଦେଇଛି । ସେହି କ୍ରମରେ ଚଳଚିତ୍ର ଜଗତରେ ଏବେ ଏକ ଦୁଃଖଦ ଖବର ସମସ୍ତଙ୍କୁ ମର୍ମାହତ କରି ଦେଇଛି ।

ଏବେ ସେହିପରି ଜଣେ ଲୋକପ୍ରିୟ ଅଭିନେତ୍ରୀଙ୍କ ମୃତ୍ୟୁର ଖବର ଶୁଣିବାକୁ ମିଳିଛି ଯାହା ଆପଣଙ୍କୁ ଚକିତ କରିଦେବ । କନ୍ନଡ଼ ଅଭିନେତ୍ରୀ ତଥା ବିଗ ବସ କନ୍ନଡ଼ର ପୂର୍ବତନ ପ୍ରତିଯୋଗୀ ଜୟଶ୍ରୀ ରମେୟା ଆମ ଗହଣରେ ଆଉ ନାହାଁନ୍ତି । ତାଙ୍କର ମୃତ୍ୟୁ ଖବରକୁ ହୁଏତ ଆପଣ ମାନେ ବିଶ୍ବାସ କରି ପାରୁନଥିବେ କିନ୍ତୁ ସତ ଯେତେ ଯନ୍ତ୍ରଣା ଦାୟକ ହେଲେ ମଧ୍ୟ ତାହା ସତ ।

ତେବେ ଅଭିନେତ୍ରୀ ଜୟଶ୍ରୀ ରମେୟାଙ୍କ ବେଙ୍ଗାଲୁରୁ ସ୍ଥିତ ବାସଭବନରୁ ତାଙ୍କ ମୃତଦେହ ଫାଶୀରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର ହୋଇଛି । ସେ ଦୀର୍ଘ ସମୟ ଧରି ଡିପ୍ରେସନରେ ଥିଲେ ଏବଂ ବେଙ୍ଗାଲୁରୁର ସନ୍ଧ୍ୟା କିରଣ ଆଶ୍ରମରେ ତାଙ୍କର ଚିକିତ୍ସା ଚାଲିଥିଲା । ଜୟଶ୍ରୀ ରମେୟା ହେଉଛନ୍ତି ବିଗ୍ ବସ୍ ସିଜନ୍-3 ରେ ପ୍ରତିଯୋଗୀ ଥିଲେ। ଜୟଶ୍ରୀଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ କନ୍ନଡ ଫିଲ୍ମ ଜଗତରେ ଶୋକର ଲହରି ମାଡି ଯାଇଛି।

ସୂଚନାଯୋଗ୍ୟ , ସୋମବାର ଦିନ ଜୟଶ୍ରୀ ନିଜ ପରିବାର ଏବଂ ସାଙ୍ଗମାନଙ୍କ ଫୋନ ରିସିଭ ନକରିବାରୁ ସେମାନେ ବ୍ୟସ୍ତ ହୋଇ ଆଶ୍ରମକୁ ଯୋଗାଯୋଗ କରିଥିଲେ । ଏହାପରେ ଆଶ୍ରମ ସଞ୍ଚାଳକ ଆସି ଦେଖିଲାବେଳେ ଜୟଶ୍ରୀଙ୍କ ମୃତଦେହ ଫ୍ୟାନ୍ ରେ ଝୁଲୁଥିଲା । ତାପରେ ଆଶ୍ରମ ସଞ୍ଚାଳକ ସଂଗେସଂଗେ ପୋଲିସକୁ ଖବର ଦେଇଥିଲେ।

ତେବେ ଦୀର୍ଘଦିନ ଧରି କାମ ନ ମିଳିବାରୁ ଜୟଶ୍ରୀ ବହୁତ ଚିନ୍ତିତ ଥିଲେ ବୋଲି କୁହାଯାଉଛି । ଆଉ ସବୁଠାରୁ ବଡ କଥା ହେଉଛି ଏ ସମ୍ପର୍କରେ ସେ ନିଜେ ତାଙ୍କ ସାଙ୍ଗମାନଙ୍କ ସହ ମଧ୍ୟ ଅନେକଥର କଥା ହୋଇଥିଲେ ।

ବର୍ଷ 2020ରେ ଫେସବୁକ ପୋଷ୍ଟ ମାଧ୍ୟମରେ ସେ ଡିପ୍ରେସନରେ ଥିବା ସୂଚନା ଦେଇଥିଲେ ଏବଂ ସୋସିଆଲ ମିଡ଼ିଆରେ ସେ ଏକ ଲାଇଭ ସେସନ କରିଥିଲେ , ଆଉ ଏହି ଲାଇଭ ଭିଡିଓରେ ସେ ଅନେକ ଖୁଲାସା ମଧ୍ୟ କରିଥିଲେ । ଜୟଶ୍ରୀ କହିଥିଲେ ସେ ଡିପ୍ରେସନ ସହ ଆଉ ଲଢ଼େଇ କରିପାରିବେନି, ତେଣୁ ତାଙ୍କୁ ଇଚ୍ଛା ମୃତ୍ୟୁ ଆବଶ୍ୟକ ।

ସେ ଆହୁରି ମଧ୍ୟ ଲାଇଭ୍ ସେସନରେ କହିଥିଲେ, ସେ ଆର୍ଥିକ ଭାବେ ସ୍ୱଚ୍ଛଳ କିନ୍ତୁ ତାଙ୍କୁ ପିଲାଦିନୁ ପ୍ରତାରିତ କରାଯାଇଛି ଏବଂ ଏହାକୁ ଦୂର କରିବାରେ ସେ ଅସମର୍ଥ । ଏସବୁ ଶୁଣି ତାଙ୍କ ପ୍ରଶଂସକ ବହୁତ ଚିନ୍ତିତ ହୋଇପଡିଥିଲେ । ତେବେ ତାଙ୍କ ସମ୍ପର୍କରେ କିଏ କିଛି ଅପପ୍ରଚାର କିମ୍ବା ଟ୍ରୋଲ ନ କରନ୍ତୁ ବୋଲି ସେ ଅନୁରୋଧ କରିଥିଲେ। “ମୁଁ ଜଣେ ହାରି ଯାଇଥିବା ମହିଳା, ମୋର ଇଚ୍ଛା ମୃତ୍ୟୁ ଆବଶ୍ୟକ” ଏତିକି କହି ସେ ଲାଇଭ ସେସନ ଶେଷ କରିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।