ବଦଳିବ ଯୁକ୍ତ୨ ପ୍ରଶ୍ନପତ୍ର ଢାଞ୍ଚା: ଏଥର ୫୦% ମଲଟିପୁଲ ଚଏସ ! ସମ୍ପୂର୍ଣ୍ଣ ଖବରଟି ପଢନ୍ତୁ ଏବଂ ସେୟାର କରି ସମସ୍ତ ଙ୍କୁ ଜଣାନ୍ତୁ…..

ଆପଣ ମାନେ ତ ଜାଣିଛନ୍ତି କି ଏହି କରୋନା ମହାମାରୀ ପାଇଁ ପ୍ରାୟତଃ ନଅ ମାସ ଧରିକରି ଦେଶର ସମସ୍ତ ସ୍କୁଲ କଲେଜ ବନ୍ଦ ରହିଥିଲା । ତେବେ ଜାନୁଆରୀ ମାସରେ କରୋନାର ସ୍ଥିତିକୁ ଲକ୍ଷ୍ୟ. କରି ଏବେ ବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ମାନ ଖୋଳାଯାଇଛି । ତେବେ ଏହା କେବଳ ଶେଷ ବର୍ଷର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଖୋଳାଯାଇଛି । କାରଣ ପରେ କରୋନାର ସ୍ଥିତିକୁ ଲକ୍ଷ୍ୟ କରି ଅନ୍ୟ କ୍ଲାସ ମାନଙ୍କର ବିଦ୍ୟାଳୟ ଖୋଲିବ ବୋଲି କହିଛନ୍ତି ସରକାର ।

କରୋନାର ସ୍ଥିତିକୁ ଲକ୍ଷ୍ୟ କରି ଜାନୁଆରା 8 ରେ ଓଡିଶାରେ ଦଶମ ଶ୍ରେଣୀର ଶିକ୍ଷାର୍ଥୀ ମାନଙ୍କ ପାଇଁ ସ୍କୁଲ ଖୋଲିଥିଲା ଏବଂ ପରେ ଜାନୁଆରୀ 11 ରେ ବିଶ୍ୱ ବିଦ୍ୟାଳୟ ମାନ କୋଲିଥିଲା । ଏହାପରେ କରୋନାର ସ୍ଥିତିକୁ ଲକ୍ଷ୍ୟ କରି ସମସ୍ତ ନିତି ନିୟମକୁ ପାଳନ କରି ସ୍କୁଲରେ ଶିକ୍ଷାଦାନ କରାଯାଉଛି ।

ତେବେ ଶିକ୍ଷା ଦାନର 100 ଦିନ ପରେ ସମସ୍ତ ପରୀକ୍ଷା ହେବ ବୋଲି କୁହାଯାଇଛି । ଏହା ସହିତ ଶିକ୍ଷାର୍ଥୀ ମାନଙ୍କର ସିଲାବସ ମଧ୍ୟ କମେଇ ଦିଆଯାଇଛି ଏପରିକି ଦଶମ ଶ୍ରେଣୀର ପିଲାମାନେ 80 ମାର୍କର ପରୀକ୍ଷା ଦେବେ ବୋଲି ମଧ୍ୟ କହିଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାସ ।

ଏବେକା ସମୟରେ ଯୁକ୍ତ ଦୁଇ ପରୀକ୍ଷାରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି ଅର୍ଥାତ ପୂର୍ବ ବର୍ଷ ଯେଉଁପରି ପରୀକ୍ଷା ହୋଇଥିଲା ଏବେ ସେହି ପରୀକ୍ଷାରେ ପରିବର୍ତ୍ତନ ଦେଖାଦେଇଛି । ତେବେ କଣ ରହିଛି ପରିବର୍ତ୍ତନ ଆସନ୍ତୁ ଜାଣିବା ସେ ବିଷୟରେ ।

ଏଥର ନୂଆ ଢଙ୍ଗରେ ବା ଢାଞ୍ଚାରେ ଆସିବ ଯୁକ୍ତ ଦୁଇ ପରୀକ୍ଷା ପ୍ରଶ୍ନପତ୍ର । 50 ପ୍ରତିଶତ ରହିବ ମଲ୍ଟିପୁଲ ଚଏସ , ଯାହାର ଗୋଟିଏ ଉତ୍ତର ପାଇଁ 1 ନମ୍ବର ରହିଥିଲା । ଏହା ପରେ 30 ମାର୍କ ରହିବ 2 କିମ୍ବା କ ମାର୍କ ସମ୍ବଳିତ ପ୍ରଶ୍ନ ଏବଂ 5 ମାର୍କ ବିଶିଷ୍ଟ ଦୀର୍ଘ ଉତ୍ତର ମୂଳକ ପ୍ରଶ୍ନ 20 ମାର୍କ ରହିବ । ଏହିଭଳି ଭାବରେ ପ୍ରଶ୍ନ ପତ୍ରର ଢାଞ୍ଚା ବଦଳିବ ବୋଲି କହିଛନ୍ତି ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।

ବିଶେଷ କରି ଏହି ପ୍ରଶ୍ନପତ୍ର 1016 ମସିହା କିମ୍ବା ପରେ ପଞ୍ଜିକୃତ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ହ୍ରାସ ହୋଇଥିବା ସିଲାବସରୁ ଆସିବ । ପୁରୁଣା ସିଲାବସ ଅଧିନରେ ଆସୁଥିବା ପରୀକ୍ଷାର୍ଥୀ ମାନେ ଅର୍ଥାତ 2015 ରେ ୟେଉଁ ଶିକ୍ଷାର୍ଥୀ ମାନେ ପଞ୍ଜିକୃତ ହୋଇଛନ୍ତି ସେହିମାନେ ପୂର୍ବବର୍ଷ ପରି ପ୍ରଶ୍ନପତ୍ର ଢାଞ୍ଚାରେ ପରୀକ୍ଷା ଦେବେ

ଏହି ସମସ୍ତ କଥା ଶୁଣିବା ପରେ ଏବେ ପିଲା ମାନେ ନିଶ୍ଚିତ ହୋଇକରି ନିଜ ପାଠ ପଢାରେ ମନ ଦେଲେ ଆଗକୁ ଆସୁଥିବା ପରୀକ୍ଷାରେ ଉତ୍ତମ ଫଳ ପାଇ ପାରିବେ । ଏହା ସହିତ ମଧ୍ୟ ଯେଉଁ ପିଲା ଯେଉଁ କଲେଜରେ ପଢୁଛି ସେ ସେହିଠାରେ ହିଁ ପରୀକ୍ଷା ଦେବ । ଅର୍ଥାତ ନିଜସ୍ୱ କଲେଜରେ ପରୀକ୍ଷା ହେବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।