ଗୁପଚୁପ୍ ଖାଉଥିଲେ ସାବଧାନ , ଶରୀରରେ ଏହି ଭୟଙ୍କର ରୋଗ ସୃଷ୍ଟି କରୁଛି ଗୁପଚୁପ୍ ପାଣି ,ସେୟାର କରି ସମସ୍ତ ଙ୍କୁ ସାବଧାନ କରାନ୍ତୁ…..

ଗୁପଚୁପ୍ ଖାଉଥିଲେ ସାବଧାନ , ଶରୀରରେ ରୋଗ ସୃଷ୍ଟି କରୁଛି ଗୁପଚୁପ୍ ପାଣି । ସାଧାରଣତଃ ଚଟପଟା ଖାଦ୍ୟ କଥା କହିଲେ ମନରେ ଆଗ ଗୁପଚୁପ୍ ହିଁ ଆସିଥାଏ । କାହିଁକି ନାଁ ଏହାର ସ୍ବାଦ ସବୁଠୁ ନିଆରା । ରାସ୍ତା କଡରେ ଯେଉଁଠି ଦେଖିବେ ସେଇଠି ଦେଖିବାକୁ ମିଳିବ ଗୁପଚୁର୍ ଠେଲା ଗାଡି । ଆଉ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତେ ଏହି ଗୁପଚୁପ୍ ସ୍ବାଦର ମଜା ମନ ଭରି ଉଠାଇଥାନ୍ତି ।

ହେଲେ କେବେ ଆପଣ ଚିନ୍ତା କରିଛନ୍ତି, କି ଆପଣ ଯାହାକୁ ସ୍ବାଦିଷ୍ଟ ଖାଦ୍ୟ ଭାବି ନିଦ୍ବନ୍ଦରେ ଖାଇ ଚାଲିଛନ୍ତି ତାହା ପ୍ରକୃତରେ ଆମ ସ୍ବାସ୍ଥ୍ୟ ପାଇଁ କେତେ କ୍ଷତି କାରକ ।ତେବେ ଜାଣନ୍ତୁ ଗୁପଚୁପ୍ ଖାଇବା ଦ୍ବାରା ଶରୀର ରେ କେଉଁ ସବୁ ଘାତକ ସମସ୍ୟା ଦେଖା ଦେଇଥାଏ ।

ସ୍ବାସ୍ଥ୍ୟ ପାଇଁ କେତେ ମାରାତ୍ମାକ ଗୁପଚୁପ୍ –

ଗୁପଚୁପ୍ ଆମ ସ୍ବାସ୍ଥ୍ୟ ପାଇଁ କ୍ଷତି କରାକ ପ୍ରମାଣିତ ହୋଇପାରେ । ଗୁପଚୁପ୍ ଖାଇବା ଦ୍ବାରା ଆପଣ ଡାଇରିଆ, ବିହାଇଡ୍ରେସନ୍, ବାନ୍ତି , ଝାଡା, ଜଣ୍ଡିସ୍ , ଅଲସର୍ ବଦହଜମି, ପେଟ ଯନ୍ତ୍ରଣା , ଅନ୍ତନାଡି ଫୁଲି ଯିବା ଆଦି ଘାତକ ରୋଗର ଶିକାର ହୋଇ ପାରନ୍ତି । ଏଥି ସହିତ ଗୁପଚୁପ୍ ଖାଇବା ଦ୍ବାରା ବ୍ଲଡ ପ୍ରେସର ସମସ୍ୟା ମଧ୍ୟ ଦେଖା ଦେଇ ଥାଏ ।

ଶରୀର ପାଇଁ କାହିଁକି ଖରାପ୍ ଗୁପଚୁପ୍ ପାଣି –

ସାଧାରଣତଃ ଗୁପଚୁପ୍ ପାଣି ରେ ଅଧିକ ମାତ୍ରା ରେ ଲୁଣ ବ୍ୟବହୃତ ହୋଇ ଥାଏ, ଯାହା ଶରୀରରେ ରକ୍ତଚାପକୁ ବଢାଇଥାଏ । ସେହି ଭଳି ଅନେକ ସମୟରେ ଦୋକାନୀ ମାନେ ଗୁପଚୁପ୍ ଛାଣିବା ପାଇଁ ପୂର୍ବରୁ ବ୍ୟବହୃତ ହୋଇ ଥିବା ତେଲ ତଥା ପୋଡା ତେଲକୁ ବ୍ୟବହାର କରିଥାନ୍ତି । ଆଉ ଯାହାକି ଆମ ସ୍ବାସ୍ଥ୍ୟ ପାଇଁ କ୍ଷତି କାରକ ପ୍ରମାଣିତ ହୋଇ ଥାଏ ।

ସେହି ଭଳି ଆଉ କିଛି ଗୁପଚୁପ୍ ଦୋକାନୀ ମାନେ ତ ସ୍ବଚ୍ଛତା ଉପରେ ଆଦୌ ଧ୍ୟାନ ଦେଇ ନଥାନ୍ତି । ତେଣୁ ଯେଉଁ ଦୋକାନୀ ପରିସ୍କାର ହୋଇ ଥିବ ଆପଣ ସେହି ଦୋକାନ ରୁ ହିଁ ଗୁପଚୁପ୍ ଖାଆନ୍ତୁ ଅର୍ଥାତ ଯେଉଁ ଦୋକାନ ଏବଂ ତାର ଆଖପାଖ ରେ ସ୍ବଚ୍ଛତା ରହିଥିବ । ସବୁ କିଛି ଢଙ୍କା ହୋଇ ରଖା ଯାଉଥିବ ଏବଂ ଗୁପଚୁପ୍ ଦେଉଥିବା ଲୋକଟି ମଧ୍ୟ ହାତରେ ଗ୍ଲାଭ୍ ଆଦି ପିନ୍ଧି ଖାଇବା ପରଷୁଥିବ । ସେଭଳି ଦୋକାନ ରୁ ହିଁ ଗୁପଚୁପ୍ ଖାଆନ୍ତୁ ।

ସେହି ଭଳି ବର୍ଷା ଋତୁରେ ସ୍ବଚ୍ଛତା ଉପରେ ବେଶି ଧ୍ୟାନ ଦେବାକୁ ପଡିଥାଏ , ନଚେତ୍ ଆପଣ ବିଭିନ୍ନ ରୋଗରେ ଶିକାର ହୋଇ ପାରନ୍ତି । ତେଣଉ ବର୍ଷା ଦିନ ସମୟ ରେ ଗୁପଚୁପ୍ ଠାରୁ ସଦା ସର୍ବଦା ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।