ଓଲିଉଡ୍ ଦୁନିଆରୁ ସବୁଦିନ ପାଇଁ ଏ ଧରାଭୂମି ଛାଡିଚାଲି ଯାଇଛନ୍ତି ଏହି ବରିଷ୍ଟ କଳାକାର ମାନେ ! ଦେଖନ୍ତୁ କେଉଁ କଳାକାର କେଉଁ ଦିନ ମୃତ୍ୟୁବରଣ କରିଛନ୍ତି…..

ଆଜି ଆମେ ଆପଣ ମାନଙ୍କୁ କହିବୁ କି ଓଡିଶାର ମହାନ କଳାକାର ଯେଉଁମାନେ ଆଜି ଆମ ମାନଙ୍କୁ ଛାଡି କରି ଚାଲିଯାଇଛନ୍ତି ସେମାନଙ୍କର ମୃତ୍ୟୁ କେମିତି ହୋଇଥିଲା । ତେବେ ସେହି କଲାକାର ମାନେ ଆଜି ଆମ ପାଖରେ ନାହାନ୍ତି ସତ ହେଲେ ସେମାନଙ୍କର ସ୍ମୃତି ଆମ ମାନଙ୍କ ପାଖରେ ସର୍ବଦା ରହିଛି । ତେବେ ଆସନ୍ତୁ ଜାଣିବା ସେହି ମହାନ କଳାକାର ମାନଙ୍କ ବିଷୟରେ ।

1–ବିଜୟ ମହାନ୍ତି  ବିଜୟ ମହାନ୍ତି ଓଡିଆ କଲାକାର ଜଗତର ଜଣେ ମହାନ କଳାକାର ଅଟନ୍ତି ଯାହାଙ୍କୁ ଏହି ଓଡିଶା ବାସୀ ବହୁତ ଭଲପାଆନ୍ତି ।

ତେବେ ସେ 1977 ମସିହାରେ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ମାତ୍ର ଗତ କିଛି ମାସ ତଳେ ତାଙ୍କର ଚାତିରେ ଯନ୍ତ୍ରଣା ଅନୁଭବ ହେବାରୁ ଚିକିତ୍ସା ପାଇଁ ହାଇଦ୍ରାବଦରେ ଭର୍ତ୍ତି ହୋଇଥିଲେ । ଏହା ପରେ ତାଙ୍କୁ ଭୁବନେଶ୍ୱର ଆଣାଯାଇଥିଲା ମାତ୍ର ସେହିଠାରେ ଚିକିତ୍ସିତ ଅବସ୍ଥାରେ ବିଜୟ ମହାନ୍ତି ମୃତ୍ୟୁ ବରଣ କରିଥିଲେ ।

2–ସୌମ୍ୟରଞ୍ଜନ ପଣ୍ଡା

ସୌମ୍ୟରଞ୍ଜନ ପଣ୍ଡା ଯାହାଙ୍କୁ ଆପଣ ମାନେ ସମସ୍ତେ ପ୍ରିୟରେ ଚଞ୍ଚ ବୋଲି କହନ୍ତି । ସେ ଜି ସାର୍ଥକରେ ପ୍ରସାରିତ ହେଉଥିବା ମିଷ୍ଟର ନନସେନ୍ସରେ ଗୋବରାର ଚରିତ୍ର h। ମାତ୍ର ସେ ଏପ୍ରିଲ 25 ତାରିଖରେ 32 ବର୍ଷ ବୟସରେ କ୍ୟାନସରେ ପୀଡିତ ଥିବାରୁ ମୃତ୍ୟୁବରଣ କରିଥିଲେ ।

3–ଶଶିଲ ମିଶ୍ର

ଶଶିଲ ମିଶ୍ର ବହୁତ ଓଡିଆ ପିଲ୍ମ କରିଛନ୍ତି ସେ ତାଙ୍କର ଅଭିନୟ ପ୍ରଥମ ଫିଲ୍ମ ପୁଅ ବାଙ୍ଗିଦେଲା ସୁନା ସଂସାରରେ ଅଭିନୟ କରିଥିଲେ । ମାତ୍ର ଏକ ସଡକ ଦୁର୍ଘଟଣା କାରଣରୁ ସେ ଜୁନ 4 2019 ରେ ମୃତ୍ୟୁବରଣ କରିଥିଲେ ।

4–ଦେବୁ ଦାସ

ଦେବୁ ଦାସଙ୍କୁ ଓଡିଆ ଫିଲ୍ମ ଜଗତର ଭୀଷ୍ମ ବୋଲି କୁହାଯାଏ , ତାଙ୍କୁ ସମସ୍ତେ ଦେବୁ ଦା ବୋଲି ଡାକିଥାନ୍ତି । ବର୍ତ୍ତମାନ ସେ ଆଉ ଏ ଦୁନିଆରେ ନାହାନ୍ତି । 23 ଅଗଷ୍ଟ 2018 ରେ ହୃଦଘାତରେ ନିଜର ପ୍ରାଣ ହରାଇଥିଲେ ।

5–ଅନିତା ଦାସ

ନିଜ କ୍ୟାରିୟରର ଜଣେ ଭଲ ନାୟିକା ଭାବରେ ଆରମ୍ଭ କରି ଜଣେ ଜେଜେମା ପର୍ଯ୍ୟନ୍ତ ନିଜର ଚରିତ୍ରରେ ସର୍ବଦା ଖୁସି ହୋଇପାରିଥିଲେ । ମାତ୍ର ସେ 8 ମେ 2018 ରେ ମାତ୍ର 66 ବର୍ଷ ବୟସରେ ନିଜର ପ୍ରାଣ ହରାଇଥିଲେ ।

6–ମୀନ କେତନ ଦାସ

ନିଜର ଖେଳନାୟକ ଅଭିନୟ ଦ୍ୱାରା ସମସ୍ତଙ୍କର ହୃଦୟ ଜିତୁଥିଲେ ସମସ୍ତଙ୍କର ଅତିପ୍ରିୟ ମୀନକେତନ ଦାସ । ସେ 2017 ଜୁନ 30 ରେ ମାତ୍ର 56 ବର୍ଷ ବୟସରେ ନିଜର ପ୍ରାଣ ହରାଇଥିଲେ ।

7–ହର ପଟ୍ଟନାୟକ

ହର ପଟ୍ଟନାୟକ ଜଣେ ମହାନ ଅଭିନେତା ଅଟନ୍ତି । ସେ ଜମେ ସୁନ୍ଦର କଳାକାର ହେବା ସହିତ ଜଣେ ବହୁତ ଭଲ ନିର୍ଦ୍ଦେଶକ ମଧ୍ୟ ଥିଲେ । ମାତ୍ର ସେହି କଲଳାକାର 13 ଜନୁଆରୀ 2015 ରେ ମାତ୍ର 56 ବର୍ଷ ବୟସରେ କ୍ୟାନସର ଯୋଗୁଁ ପ୍ରାଣ ତ୍ୟାଗ କରିଥିଲେ ।

8–ସାଧନା ପରିଜା

ସାଧନା ପରିଜାଙ୍କୁ ସମସ୍ତେ ରୁନୁ ଅପା ବୋଲି ଜାଣିଛନ୍ତି , ସେ ସମସ୍ତ ପ୍ରକାର ଚରିତ୍ରରେ ଅଭିନୟ କରିଛନ୍ତି । ସେ 24 ଅକ୍ଟୋବର 2014 ରେ ମାତ୍ର 51 ବର୍ଷ ବୟସରେ ନିଜର ପ୍ରାଣ ହରାଇଥିଲେ ।

9–ଜ୍ୟାୋତ୍ସା ଶତପଥୀ

ଏହି କଳାକାର କ୍ୟାମେରା ଆଗରେ କଳିକରିବା ବା କମେଡି କରିବା ଭଳି ବେଶ ଜଣାଶୁଣା ମାମିନା ଅପା ରୂପରେ ପରିଚିତ । ସେ 8 ଡିସେମ୍ବର 2014 ରେ ମାତ୍ର 48 ବର୍ଷ ବୟସରେ ପ୍ରାଣ ହରାଇଥିଲେ ।

10–ନିକିତା

ଅଭିନେତା ସବ୍ୟସାଚୀଙ୍କର ସହିତ ତୋ ବିନା ଭଲ ଲାଗେନା ଫିଲ୍ମରେ ଅଭିନୟ କରିଥିବା ଅଭିନେତ୍ରୀ ନିକିତା ଯାହାଙ୍କୁ ହତ୍ୟା କରାଯାଇଥିଲା କି ଆତ୍ମହତ୍ୟା ଥିଲା ତାହା ଏ ପର୍ଯ୍ୟନ୍ତ ଜଣା ପଡିନାହିଁ । ସେ ଛାତରୁ ଡେଇଁକରି ଆତ୍ମହତ୍ୟା କରିଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।