ଜୀବନ ଯୁଦ୍ଧରେ ନ ହାରି, ସ୍ବାମୀ ଚାଲିଗଲା ପରେ ଶେଷରେ ପରିବାର ପୋଷଣ ପାଇଁ ଅଟୋ ଚଳାଇବା ଆରମ୍ଭ କରିଛନ୍ତି ମହିଳା..ଏହି “ଭଉଣୀ”ଙ୍କ ସେୟାର ନିଶ୍ଚିତ କରନ୍ତୁ…..,

ନାରୀ ଦୁର୍ବଳା ନୁହେଁ ସେ ସବଳା , ଦଶ ମାସ ତଳେ ଆର ପାରିକୁ ଚାଲିଗଲେ ସ୍ବାମୀ । ତେଣୁ ଶାଶୁଘର ଲୋକ ଏବଂ ପିଲାଙ୍କର ଭରଣ ପୋଷଣ ପାଇଁ ପାଖରେ ନାହିଁ ସମ୍ବଳ , ତଥାପି ଜୀବନ ଯୁଦ୍ଧରେ ହାର ମାନି ନାହାଁନ୍ତି ସିଏ । ତେବେ ଆଜି ଆମେ ଆଠଗଡର ଜଣେ ଏମିତି ନାରୀଙ୍କ ବିଷୟରେ ଏହି ଲେଖା ମାଧ୍ୟମରେ କହିବାକୁ ଯାଉଛୁ ଯାହା ଶୁଣିବା ପରେ ଜଣେ ସଚେତନଶୀଳ ମଣିଷ ଘଡିଏ ଚିନ୍ତା କରିବା ପାଇଁ ବାଧ୍ୟ ହେବେ ।

ଆଠଗଡ ସହର ବାଣୀକଣ୍ଠ ନଗରରେ ରୁହନ୍ତି ଜ୍ୟୋତିର୍ମୟୀ । କିଛି ମାସ ପୂର୍ବରୁ ଅଟୋରେ ଭଡା ସାରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣାରେ ସ୍ବାମୀ ଆରପାରିକୁ ଚାଲିଗଲେ ।

ଅଟୋ ଚଳାଇ ସ୍ବାମୀ ଯାହା କିଛି ରୋଜଗାର କରୁଥିଲେ ସେଥିରେ ପରିବାରର ପେଟ ପୋଷୁଥିଲେ କିନ୍ତୁ ସ୍ବାମୀ ଚାଲିଗଲା ପରେ ଶାଶୁ ଘର ଲୋକଙ୍କ ପାଖରେ ବି ସମ୍ବଳ ନାହିଁ , ଏଣଉ ପରିବାରର ଭରଣ ପୋଷଣ କରିବା ପାଇଁ ଶେଷରେ ନିରୂପାୟ ହୋଇ ଜ୍ୟୋତିର୍ମୟୀ 2 ପିଲାଙ୍କୁ ଧରି ବାପଘ ଆଠଗଡ ସହର ବାଣୀକଣ୍ଠ ନଗରକୁ ଚାଲିଆସିଲେ । କିନ୍ତୁ ବାପ ଘେ ବି ଦଇବ କିଛି କମ ଦାଉ ସାଧିନି ।

ଜ୍ୟୋତିର୍ମୟୀଙ୍କ ବାପା କିଛି ବର୍ଷ ପୂର୍ବେ ଆରପାରିକାୁ ଚାଲି ଯାଇଥିବା ବେଳେ ବିଧବା ମାଁ ଘରେ ଏକା ରୁହନ୍ତି । ଦୁଇ ପିଲାଙ୍କୁ ସାଥିରେ ଧରି ବିଧବା ମାଁ ଙ୍କ ସହିତ ଦୁଃଖେକଷ୍ଟେ ରହିଲେ ଜ୍ୟୋତିର୍ମୟୀ । କିନ୍ତୁ କେତେ ଦିନ ବା ଘରେ ବସିବେ , ଆଉ ଯଦି ବି ବସି ରହିବେ ତେବେ ପରିବାର ଚଳିବ କେମିତି । ତେବେ ପାଖ ପଡୋଶୀ ଜ୍ୟୋତିର୍ମୟୀଙ୍କୁ ସାହାସ ଦେଲେ ଦୁର୍ଘଟଣା ଗସ୍ତ ଅଟୋ କୁ ଠିକ୍ କରି ଚଳାଇବା ପାଇଁ । ଆଉ ଶେଷରେ ପରିବାର ପାଇଁ ଅଟୋ ଚଳାଇବା ଆରମ୍ଭ କଲେ ଜ୍ୟୋତିର୍ମୟୀ ।


ଏବେ ଜ୍ୟୋତିର୍ମୟୀ ଅଟୋ ଚଳାଇବା ସହିତ ନିଜ ପିଲାଙ୍କ କଥା ବି ବୁଝୁଛନ୍ତି । ପିଲାଙ୍କୁ ପାଠ ପଢାଇବା ସହ ରୋଷେଇ କରିବା ଏବଂ ଘର କାମ ସାରି ବାହାରି ପଢନ୍ତି ନିଜର କର୍ମ କ୍ଷେତ୍ରକୁ , ଦିନ ସାରା ଯାହା କିଛି ରୋଜଗାର ହୁଏ ସୁଖେ ଦୁଃଖେ ଚଳେ ପରିବାର । ଜ୍ୟୋତିର୍ମୟୀଙ୍କ ପାଖରେ ମୁଣ୍ଡଗୁଞ୍ଜିବାକୁ ଘର ଖଣ୍ଡେ ବି ନାହିଁ । ସ୍ବାମୀଙ୍କ ଦେହାନ୍ତ ପରେ ଏପର୍ଯ୍ୟନ୍ତ ବିଧବା ଭତ୍ତା ଖଣ୍ଡିକ ବି ମିଳିପାରିଲା ନାହିଁ , କେତେ ଦିନ ବା ବାପଘରେ ରହିବେ ସେ ।

ପିଲାଙ୍କ ଭବିଷ୍ୟତ ଏବଂ ପରିବାରର ଭରଣପୋଷଣ ତାଙ୍କୁ ଚିନ୍ତାରେ ପକାଇଛି , ଏଣୁ କିଛି ସରକାରୀ ସହାୟତା ପାଇଁ ଅନୁରୋଧ କରିଛନ୍ତି ଜ୍ୟୋତିର୍ମୟୀ । ତେବେ ଏନେଇ ଆଠଗଡ ଉପଜିଲ୍ଲାପାଳ ଜ୍ୟୋତିର୍ମୟୀଙ୍କୁ ସହାୟତା ଯୋଗାଇବାକୁ ପ୍ରତିଶୃତି ଦେଇଛନ୍ତି ।

ଜୀବନ ଯୁଦ୍ଧରେ ହାରି ନାହାଁନ୍ତି ଜ୍ୟୋତିର୍ମୟୀ ବଞ୍ଚିବା ପାଇଁ କରୁଛନ୍ତି ସଙ୍ଘର୍ଷ । ଅନ୍ୟମାନଙ୍କ ପାଇଂ ଏହା ନିଶ୍ଚିତ ଭାବରେ ଏକ ଉଦାହରଣ ସୃଷ୍ଟି କରିଛି , କିନ୍ତୁ ଯଦି କିଛି ସରକାରୀ ସହାୟତା ଯୋଗାଇ ଦିଆଯିବ ତେବେ ଜ୍ୟୋତିର୍ମୟୀଙ୍କ ପରିବାର ଖୁସିରେ ରହିପାରିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।