ହନୁମାନ କଲେ ଚମତ୍କାର ! ଭକ୍ତର ଦୁଃଖ ସହି ନପାରି ସ୍ୱୟଂ ପ୍ରକଟ ହେଲେ ହନୁମାନ। ସମ୍ପୂର୍ଣ୍ଣ ସତ୍ୟ ଘଟଣା

ପବନପୁତ୍ର ହନୁମାନ ଆପଣଙ୍କ ସମସ୍ତ ସଂକଟ ଦୂର କରିଥାନ୍ତି ତେଣୁ ତାଙ୍କୁ ସଂକଟମୋଚନ ବୋଲି କୁହାଯାଏ।ଯଦି ଆପଣ ହୃଦୟରେ ସହିତ ତାଙ୍କ ଧ୍ୟାନ କରିବେ ତାହେଲେ ସେ ସବୁଦିନ ସବୁ ସମୟରେ ତାଙ୍କ ପାଖରେ ରହିବେ।ଭଗବାନ ହନୁମାନ କଳି ଯୁଗରେ ମଧ୍ୟ ଅମର ହୋଇ ରହିଛନ୍ତି।

ତାଙ୍କୁ ସଫା ମନରେ ଓ ଭକ୍ତିର ସହ ହୃଦୟ ରୁ ସ୍ମରଣ କଲେ , ସବୁ ବିପଦ ଦୂର ହୋଇଥାଏ।ତାଙ୍କର ମନ୍ତ୍ର ଜପ କଲେ ସମସ୍ତ ବିପଦରୁ ଏବଂ ସମସ୍ତ ସମସ୍ୟାରୁ ମୁକ୍ତି ମିଳେ।ଯେତେବେଳେ ହନୁମାନ କାହା ଉପରେ ସନ୍ତୁଷ୍ଟ ଥାନ୍ତି ସେହି ବ୍ୟକ୍ତିଙ୍କ ଭାଗ୍ୟ ଚମକି ଥାଏ। ହନୁମାନ ତାଙ୍କୁ ପ୍ରତ୍ୟେକ ବିପଦରୁ ଉଦ୍ଧାର କରନ୍ତି।ଏହି କଥା କେବଳ ଆମେ କହୁ ନାହୁଁ, ନିକଟରେ ଏହା ପ୍ରମାଣ ମଧ୍ୟ ହୋଇଛି।

ମହାରାଷ୍ଟ୍ର ପୁଣେରେ ଏମିତି ଏକ ଘଟଣା ଘଟିଛି ଯାହାକୁ ଜାଣିଲେ ଆପଣ ବିଶ୍ୱାସ କରି ପାରିବେ ନାହିଁ। ଏଠାରେ ଜଣେ ହନୁମାନଙ୍କ ପରମ ଭକ୍ତ ଥିଲେ,ଯାହାଙ୍କ ନାମ ଶଙ୍କର ଅଟେ।ସେ ହନୁମାନଙ୍କ ବ୍ୟତୀତ ଅନ୍ୟ କିଛି ଜାଣି ନଥିଲେ।

ସବୁବେଳେ ହନୁମାନ ଚାଳିସା ପାଠ କରୁଥିଲେ ଓ ତାଙ୍କ ଘର ସାମ୍ନାରେ ଥିବା ହନୁମାନ ମୂର୍ତ୍ତି କୁ ପ୍ରତ୍ୟେକ ଦିନ ପୂଜା କରୁଥିଲେ। ସେ ନିଜକୁ ହନୁମାନଙ୍କ ଭକ୍ତି ରେ ଏମିତି ହଜାଇ ଦେଇଥିଲେ କି ସେ ସାରା ଜୀବନ ବ୍ରହ୍ମଚାରୀ ରହିବା ପାଇଁ ସ୍ଥିର କଲେ।ମାତ୍ର ତାଙ୍କ ବୃଦ୍ଧ ପିତାମାତା ଆଉ ରୋଷେଇ କିମ୍ବା ଅନ୍ୟାନ୍ୟ କାମ କରି ନପାରିବାରୁ ସେମାନେ ଶଙ୍କରଙ୍କୁ ଅନେକ ଜିଦ କରିବାରୁ ସେ ବିବାହ କରି ଥିଲେ।

ଶଙ୍କରଙ୍କ ଗୋଟିଏ ଔଷଧ ଦୋକାନ ଥିଲା।ସେ ସବୁବେଳେ ଲୋକମାନଙ୍କୁ ପୁରା ଖାଣ୍ଟି ଔଷଧ ଦେଉଥିଲେ।ଏମିତିକି ସେ ଗରିବ ଲୋକ ମାନଙ୍କୁ ମାଗଣାରେ ଔଷଧ ଦେଉଥିଲେ।ତେଣୁ ତାଙ୍କୁ ସମସ୍ତେ ସମ୍ମାନ ପ୍ରଦାନ କରୁଥିଲେ ଓ ସମସ୍ତେ ତାଙ୍କ ଦୋକାନରୁ ହିଁ ଔଷଧ କିଣୁ ଥିଲେ।

ମାତ୍ର ଶଙ୍କର ବିବାହ କରିବା ପରେ ବୈବାହିକ ଜୀବନରର ଏତେ ବ୍ୟସ୍ତ ହୋଇ ଗଲେ କି ସେ ନିୟମିତ ହନୁମାନ ଚାଳିସା ପାଠ କରି ପାରିଲେ ନାହିଁ।ଧୀରେ ଧୀରେ ସେ ହନୁମାନଙ୍କ ମୂର୍ତ୍ତି କୁ ମଧ୍ୟ ପୂଜା କରିବା ଭୁଲି ଗଲେ।

ତେଣୁ ଏବେ ଆରମ୍ଭ ହେଲା ଶଙ୍କର ଙ୍କର ଖରାପ ଦିନ।ଶଙ୍କରଙ୍କ ଔଷଧ ଦୋକାନ କୁ କେବଳ ଅସହାୟ ଲୋକହିଁ ଆସିଲେ।ତେଣୁ ସେ ସମସ୍ତଙ୍କୁ ମାଗଣାରେ ଔଷଧ ଦେଇ ଦେଇ କାଙ୍ଗାଳ ହୋଇ ଗଲେ।ଏମିତିକି ଥରେ ଜଣଙ୍କୁ ଭୁଲ ଔଷଧ ଦେଇଥିବାରୁ ତାଙ୍କ ନାମରେ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା।

ସ୍ୱାମୀଙ୍କ ଏପରି ଅବସ୍ଥା ଦେଖି ତାଙ୍କ ସ୍ତ୍ରୀ ତାଙ୍କୁ ଛାଡ଼ି ତାଙ୍କ ବାପ ଘରକୁ ଚାଲି ଗଲେ।ଶଙ୍କରଙ୍କ ପିତାଙ୍କ ଦେହ ମଧ୍ୟ ଭୀଷଣ ଖରାପ ହେବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।ତେବେ ଏହି ସବୁ ଘଟଣା ଘଟିବା ପରେ ଶଙ୍କର ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ି ଥିଲେ।

ଦିନେ ସେ ତାଙ୍କ ମା’ଙ୍କ କୋଳରେ ମଥା ରଖି କାନ୍ଦୁଥିବା ସମୟରେ ତାଙ୍କ ନଜର ସେହି ହନୁମାନ ମୂର୍ତ୍ତି ଉପରେ ପଡ଼ି ଥିଲା।ତେଣୁ ସେ ତାଙ୍କର ସମସ୍ତ ଭୁଲ ବୁଝି ପାରିଥିଲେ।ସେ ତୁରନ୍ତ ହନୁମାନ ଚାଳିସା ପାଠ କରିବା ଆରମ୍ଭ କରିଦେଲେ।ଲଗାତାର କିଛିଦିନ ଧରି ଖିଆପିଆ ଭୁଲି ସବୁବେଳେ ହନୁମାନ ଚାଳିସା ପାଠ କଲେ ଓ ହନୁମାନଙ୍କୁ ପୂଜା କଲେ।

ତେବେ ପୁଣିଥରେ ତାଙ୍କ ଦୋକାନ ଉନ୍ନତି କରିବା ଆରମ୍ଭ ହେଲା, ତାଙ୍କ ନାମ ରେ ଥିବା ଅଭିଯୋଗ ମଧ୍ୟ ମିଛ ପ୍ରମାଣ ହେଲା, ତାଙ୍କ ସ୍ତ୍ରୀ ତାଙ୍କ ପାଖକୁ ଫେରି ଆସିଲେ ଓ ତାଙ୍କ ବାପା ସୁସ୍ଥ ହୋଇଗଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।