ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ ବିବାହିତା ହୋଇ ପର ପୁରୁଷ ସହ ଲିଭ୍‌ଇନ୍‌ରେ ରହିବା ଅପରାଧ…..

ଇଲାହାବାଦ ହାଇକୋର୍ଟ ଲିଭଇନ ରିଲେସନସିପକୁ ନେଇ ରାୟ ଶୁଣାଇଛନ୍ତି । ତେବେ କୁହାଯାଏ ଯୋଡି ଉପର ବାଲା ବନାଇଥାନ୍ତି ଏବଂ ସେହି ଯୋଡି ରେ ହିଁ ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତି ଉଭୟ ପୁଅ ଏବଂ ଝିଅ । କିନ୍ତୁ ଏହି ବନ୍ଧନ କିଛି ଜଣଙ୍କ ପାଇଁ ସଫଳତା ଦେଇଥାଏ ତ ପୁଣି କିଛି ଜଣଙ୍କର କାହାଣୀ ଦୀର୍ଘ ଦିନ ପର୍ଯ୍ୟନ୍ତ ତିଷ୍ଟି ପାରିନଥାଏ ବା ଆଗକୁ ବଢି ପାରେ ନାହିଁ , ଆଉ ପରେ ସେମାନେ ଦ୍ବିତୀୟ ବିବାହ ମଧ୍ୟ କରିଥାନ୍ତି । ତେବେ ଆଜିକାଲିର ସ୍ବାମୀ ସ୍ତ୍ରୀ ସଂପର୍କ ଆଉ ଆଗକାଳର ସଂପର୍କ ପରି ନାହିଁ , କାହିଁକି ନାଁ ଆଜିକାଲି ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ବିଶ୍ବାସ ନାହିଁ କି ଭରଷା ମଧ୍ୟ ନାହିଁ ।

ଆଜିର ସମାଜରେ ସ୍ବାମୀ ସ୍ତ୍ରୀ ସଂପର୍କ ପରି ଗୋଟିଏ ପବିତ୍ର ସଂପର୍କ ମଧ୍ୟ ବହୁ ମାତ୍ରାରେ କଳୁଷିତ ହେବାରେ ଲାଗିଛି , କାରଣ ଆଜିକାଲି ସ୍ବାମୀ ପରସ୍ପର ସହିତ ବିଶ୍ବାସଘାତକ କରୁଛନ୍ତି । ସ୍ତ୍ରୀ ନିଜ ସ୍ବାମୀକୁ ଛାଡି ପରପୁରୁଷ ସହିତ ସଂପର୍କ ରଖିବା ସହିତ ସ୍ବାମୀମାନେ ମଧ୍ୟ ସେହିପରି ପର ସ୍ତ୍ରୀ ସହିତ ସଂପର୍କ ରଖୁଛନ୍ତି ।

ତେବେ ଇଲାହାବାଦ ହାଇକୋର୍ଟ କହିଛନ୍ତି, ବିବାହିତ ହୋଇ ପରପୁରୁଷ ସହ ସ୍ୱାମୀ-ସ୍ତ୍ରୀ ଭଳି ଲିଭଇନରେ ରହିବା ସମ୍ପର୍କ ନୁହେଁ ବରଂ ଏହା ଗୋଟିଏ ବହୁତ ବଡ ଅପରାଧ । ପରପୁରୁଷ ସହ ଲିଭଇନରେ ରହିବା ଅରପଡ଼ା ଶ୍ରେଣୀଭୁକ୍ତ । 

ଜଷ୍ଟିସ୍ SP କେଶରୱାନି, ଡ.ୱାଇକେ ଶ୍ରୀବାସ୍ତବଙ୍କ ଖଣ୍ଡପୀଠ ହାଥରସ ଜିଲ୍ଲା ଶାସନୀ ଥାନା ଅଞ୍ଚଳରେ ରହୁଥିବା ଆଶାଦେବୀ ଏବଂ ଅରବିନ୍ଦଙ୍କ ଆବେଦନକୁ ଖାରଜ କରି ଏହିଭଳି ରାୟ ଶୁଣାଇଛନ୍ତି । ଆଶାଦେବୀଙ୍କ ବିବାହ ମହେଶ ଚନ୍ଦ୍ରଙ୍କ ସହିତ ହୋଇଛି ଏବଂ ଉଭୟଙ୍କର ଛାଡପତ୍ର ମଧ୍ୟ ହୋଇନାହିଁ । କିନ୍ତୁ ଆଶାଦେବୀ ନିଜ ସ୍ୱାମୀଙ୍କ ସହ ନ ରହି ଅରବିନ୍ଦ ନାମକ ପୁରୁଷ ବନ୍ଧୁଙ୍କ ସହ ଲିଭଇନରେ ରୁହନ୍ତି ।

କୋର୍ଟ କହିଛନ୍ତି ଏହା ଲିଭଇନ ରିଲେସନ ନୁହେଁ ବରଂ ଅପରାଧ ଯେଉଁଥିପାଇଁ ପୁରୁଷ ଅପରାଧୀ । ଆବେଦନକାରୀ ଆଶାଦେବୀ କହିଛନ୍ତି, ସେମାନେ ଲିଭଇନ ରିଲେସନରେ ଅଛନ୍ତି । ସେଥିପାଇଁ ସେମାନଙ୍କୁ ତାଙ୍କ ପରିବାର ଠାରୁ ସୁରକ୍ଷା ପ୍ରଦାନ କରାଯାଉ । କିନ୍ତୁ କୋର୍ଟ କହିଛନ୍ତି, ବିବାହିତା ମହିଳାଙ୍କ ସହ ଧର୍ମ ପରିବର୍ତ୍ତନ କରି ଲିଭଇନ୍ ରିଲେସନରେ ରହିବା ମଧ୍ୟ ଅପରାଧ । ଅବୈଧ ସମ୍ବନ୍ଧ ରଖୁଥିବା ପୁରୁଷ ମଧ୍ୟ ଅପରାଧୀ

ତେବେ ଇଲାହାବାଦ କୋର୍ଟ କହିଛନ୍ତି, ଆଇନଗତ ଅଧିକାରକୁ କାର୍ଯ୍ୟକାରୀ କରିବା କିମ୍ବା ସୁରକ୍ଷା ଦେବା ପାଇଁ ଏହି ଆଦେଶ ଦିଆଯାଇପାରେ କିନ୍ତୁ କୌଣସି ଅପରାଧୀକୁ ସୁରକ୍ଷା ଦେବା ପାଇଁ ନୁହେଁ ।

ଯଦି ଅପରାଧୀକୁ ସୁରକ୍ଷା ଦେବାକୁ ଆଦେଶ ଦିଆଯାଏ ତାହେଲେ ଏହା ଅପରାଧକୁ ସୁରକ୍ଷା ଦେବା ସହ ସମାନ । ଯେଉଁ ପୁରୁଷ କୌଣସି ବିବାହିତା ମହିଳାଙ୍କ ସହ ଲିଭଇନରେ ରହୁଛନ୍ତି, ସେ ଭାରତୀୟ ଦଣ୍ଡ ବିଧାନ ସଂହିତା 494 ଏବଂ 495 (ସ୍ୱାମୀ କିମ୍ବା ସ୍ତ୍ରୀ ଜୀବିତ ଥାଇ ଦ୍ୱିତୀୟ ବିବାହ କରିବା) ଅନୁଯାୟୀ ଦୋଷୀ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।