ମଠ ଭାଙ୍ଗିବାରୁ ବାହାରିଲେ ଜଗନ୍ନାଥ। ପୁରୀରେ ଆଉ ଏକ ପ୍ରାଚୀନ ମନ୍ଦିର ରୁ ଉଦ୍ଧାର ହେଲେ ମହାପ୍ରଭୁ

ଭାରତ ହେଉଛି ଦେବତାଙ୍କ ଜନ୍ମ ଭୂମି,ତେଣୁ ଭାରତ କୁ ଦେବଭୂମି ମଧ୍ୟ କୁହା ଯାଏ।ଏଠାରେ ଅନେକ ଦେବା ଦେବୀ ଜନ୍ମ ଗ୍ରହଣ କରିଛନ୍ତି ବୋଲି ଆମ ଶାସ୍ତ୍ର କହୁଛି।ଏଠାରେ ଅନେକ ମନ୍ଦିର ମାନ ମଧ୍ୟ ରହିଛି।ଅନେକ ପାହାଡ଼ ପର୍ବତ ମାନ ରହିଛି, ଯେଉଁଠାରେ କି ଦେବତା ମାନେ ତାଙ୍କର ଲୀଳା କରୁ ଥିଲେ ବୋଲି ଆମ ଇତିହାସ କହୁଛି।ଏଠାରେ ପ୍ରତ୍ୟେକ ଯୁଗରେ ଅନେକ ଦେବତା ଜନ୍ମଗ୍ରହଣ କରିଛନ୍ତି।ତେଣୁ ଏଠାରେ ଲକ୍ଷ ଲକ୍ଷ ମନ୍ଦିର ମାନ ଅଛି।

ଏହି ଦୁନିଆ ରେ ଅନେକ ଅଦ୍ଭୁତ ଓ ଆଶ୍ଚର୍ଯ୍ୟ ଜନକ ଘଟଣା ସବୁ ଘଟିଥାଏ।ଅନେକ ଥର ଆମ ସାମ୍ନା କୁ ଏମିତି ସବୁ ଘଟଣା ମାନ ଆସି ଥାଏ,ଯାହାକୁ ସହଜ ରେ ବିଶ୍ୱାସ କରି ହୋଇ ନଥାଏ।

ଶ୍ରୀକ୍ଷେତ୍ର ରେ ଅନେକ ସମୟ ରେ ଅନେକ ବିଚିତ୍ର ଘଟଣା ଦେଖିବାକୁ ମିଳି ଥାଏ ବୋଲି ଲୋକ କଥା ରହିଛି।କାରଣ ଏହି କ୍ଷେତ୍ର ହେଉଛି ମହାପ୍ରଭୂ ଜଗନ୍ନାଥଙ୍କ ଙ୍କର।ମହାପ୍ରଭୁଙ୍କ ଲୀଳା ବଡ଼ ବିଚିତ୍ର।ତାଙ୍କ ଲୀଳା କୁ ଏପର୍ଯ୍ୟନ୍ତ କେହି ବୁଝି ପାରି ନାହାଁନ୍ତି।

ତାଙ୍କ ଲୀଳା ଯୋଗୁଁ କେତେବେଳେ ବଡ଼ ଦେଉଳ ରୁ ପଥର ଖସୁଛି ତ ପୁଣି କେତେବେଳେ ବଡ଼ ଦେଉଳ ର ବାନା ବା ନେତରେ ନିଆଁ ଲାଗିଛି।ତେବେ ପୁଣି ଏମିତି ଏକ ଆଶ୍ଚର୍ଯ୍ୟ ଘଟଣା ପୁରୀ ରେ ଦେଖିବାକୁ ମିଳିଛି। ଯାହା ପୁଣି ଥରେ ପୁରୀ ରେ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି ।କାରଣ ଶ୍ରୀକ୍ଷେତ୍ର ରୁ ଉଦ୍ଧାର ହୋଇଛନ୍ତି ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମାତା ସୁଭଦ୍ରା।କଣ ଚମକି ପଡ଼ିଲେ।

ତେବେ ଘଟଣା ଟି ଆଶ୍ଚର୍ଯ୍ୟ ଲାଗୁ ଥିଲେ ମଧ୍ୟ ସତ୍ୟ।ଆପଣ ମାନେ ଜାଣି ଥିବେ କି ଶ୍ରୀମନ୍ଦିର ର ମୁଖ୍ୟ ଦ୍ୱାରରେ ଥିବା ଜାଗାକୁ କିପରି ଭାବରେ ବ୍ୟବସାୟୀ ମାନେ ହଡ଼ପ କରି ତାଙ୍କର ବ୍ୟବସାୟ ଆରମ୍ଭ କରି ଥିଲେ।ତେଣୁ ଏବେ ଆରମ୍ଭ ହୋଇଛି ଏହି ଦୋକାନ ବଜାର ଉଚ୍ଛେଦ ଅଭିଯାନ।

ଶ୍ରୀମନ୍ଦିର ର ମୁଖ୍ୟ ଦ୍ୱାର ସାମ୍ନାରେ ଥିବା ସମସ୍ତ ମଠ, ଧର୍ମଶାଳା, ଦୋକାନ ଓ କୋଠା ଇତ୍ୟାଦି କୁ ଭଙ୍ଗା ଯାଉଛି।ଏହି ସବୁ କୁ ଭଙ୍ଗା ଯାଇ ସଫା କରିବା ଦ୍ୱାରା ଶ୍ରୀମନ୍ଦିର ଚାରି ପଟରୁ ଝଲସି ଉଠିବ।

ତେବେ ଏହି ଉଛେଦ କାର୍ଯ୍ୟ ସମୟରେ ଉଦ୍ଧାର ହୋଇ ଥିଲେ ମହାପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ମାତା ସୁଭଦ୍ରା।ଏଠାରେ ଲଙ୍ଗୁଳି ନାମରେ ଏକ ମଠ ଅଛି।ତେବେ ସେହି ଲଙ୍ଗୁଳି ମଠକୁ ଭାଙ୍ଗିବା ସମୟରେ ଏହି ମନ୍ଦିର କୁ ଦେଖିବାକୁ ମିଳିଥିଲା।ତେବେ ପୁରୀ ପଣ୍ଡା ମାନଙ୍କ କହିବା ଅନୁଯାୟୀ, ତାଙ୍କ ପୂର୍ବ ପୁରୁଷ ମାନେ ଏହି ମନ୍ଦିରରେ ମହାପ୍ରଭୁ ଙ୍କୁ ପୂଜା କରି ଆସୁଥିଲେ।

ମାତ୍ର ଅନେକ ବର୍ଷ ତଳେ ଏହି ମଠ ସାମ୍ନାରେ କିଛି ବଦମାସ ବ୍ୟବସାୟୀ ଦୋକାନ କରିବା ଦ୍ୱାରା ଏହି ମଠ ଓ ତା ଭିତରେ ଥିବା ମନ୍ଦିର ସମ୍ପୂର୍ଣ୍ଣ ଭାବେ ଲୁଚି ହୋଇ ଯାଇଥିଲା।ଯାହାଦ୍ୱାରା ମହାପ୍ରଭୁ ଆଉ ପୂଜା ପାଇ ପାରୁ ନାହାଁନ୍ତି କି ଭକ୍ତମାନେ ତାଙ୍କୁ ପୂଜା କରି ପାରୁ ନାହାଁନ୍ତି।ତେବେ ଏହି ମନ୍ଦିରର ମୁହଁ, ଶ୍ରୀମନ୍ଦିର ଆଡ଼କୁ ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।