ଏବେ ସେନା ଉପମୁଖ୍ୟ ଭାବେ କାର୍ଯ୍ୟ କରିବେ ଓଡ଼ିଆ ପୁଅ।ତାଙ୍କ ପାଇଁ ଆଜି ଓଡ଼ିଶା ଗର୍ବିତ।ଏହି ଓଡ଼ିଆ ପୁଅ ପାଇଁ ଆପଣଙ୍କର ଗୋଟିଏ ସେୟାର ଆବଶ୍ୟକ

ମୋଦି ସରକାର ରେ ଓଡ଼ିଆ ଙ୍କ ଦବଦବା।ରାଜନେତାଙ୍କ ଠାରୁ ଆରମ୍ଭ କରି ରିଜର୍ଭ ବ୍ୟାଙ୍କ ପର୍ଯ୍ୟନ୍ତ ଦେଶର ଉଚ୍ଚ ପଦ ପଦବୀରେ ଦେଖିବାକୁ ମିଳୁଛି ଓଡ଼ିଆ ଙ୍କ ଦବଦବା।ଗତ କିଛି ବର୍ଷ ହେବ ପାୱାରଫୁଲ ତାଲିକାରେ ନୂଆ ନୂଆ ନାମ ଯୋଡ଼ି ହୋଇ ଚାଲିଛି।

ଆଉ ଯେତେବେଳେ ଓଡ଼ିଆ ପୁଅ ଗିରିଶ ମୁର୍ମୁଙ୍କୁ ଦେଶର ନୂଆ ସିଏଜି(CAG) ଅଫିସର ଭାବେ ନିଯୁକ୍ତ କରା ଯାଇଛି ସେତେବେଳେ ପୁଣି ନୂଆ ଚର୍ଚ୍ଚା ସମ୍ନା କୁ ଆସିଛି।ନଜର ପକାନ୍ତୁ ସେହି ଓଡ଼ିଆ ବ୍ୟକ୍ତି ବିଶେଷ ଙ୍କ ଉପରେ ଯେଉଁମାନେ ମୋଦି ସରକାର ରେ ଅଧିକ ଚର୍ଚ୍ଚା ରେ ରହିବା ସହିତ ଟପ ପୋଷ୍ଟ ରେ ମଧ୍ୟ ରହିଛନ୍ତି।ଗିରିଶ ଚନ୍ଦ୍ର ମୁର୍ମୁ, ପି.କେ ମିଶ୍ର, ଶକ୍ତିକାନ୍ତ ଦାସ, ଧର୍ମେନ୍ଦ୍ର ପ୍ରଧାନ, ବିଶ୍ୱଭୂଷଣ ହରିଚନ୍ଦନ, ପ୍ରତାପ ଷଡ଼ଙ୍ଗୀ, ମୃତ୍ୟୁଞ୍ଜୟ ମହାପାତ୍ର, ସତ୍ୟନାରାୟଣ ପ୍ରଧାନ।

ଏବେ ସେଥି ମଧ୍ୟରେ ପୁଣି ଜଣେ ଓଡ଼ିଆ ପୁଅଙ୍କ ନାମ ଯୋଡ଼ି ହୋଇ ଯାଇଛି।କାରଣ ବର୍ତ୍ତମାନ ଓଡ଼ିଆ ପୁଅ ଚଣ୍ଡିପ୍ରସାଦ ମହାନ୍ତି ହେବେ ଭାରତୀୟ ସେନା ଉପମୁଖ୍ୟ। ପ୍ରଥମ ଓଡ଼ିଆ ଭାବେ ସେନା ଉପମୁଖ୍ୟ ହେବେ ଚଣ୍ଡିପ୍ରସାଦ। ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତିଙ୍କୁ ଏହି ବଡ଼ ଦାୟିତ୍ୱ ମିଳିଛି।

ଚଣ୍ଡିପ୍ରସାଦ ଏବେ ସେନା ଉପମୁଖ୍ୟ ଭାବେ ଏସ୍‌କେ ସାଇନିଙ୍କ ସ୍ଥାନ ନେବେ।ତେବେ କାର୍ଯ୍ୟ କାଳ ପୁରନ ହେବା ପରେ ଏସ୍‌କେ ସାଇନି ଗତ ଜାନୁଆରୀ ୩ ତାରିଖରେ ଅବସର ଗ୍ରହଣ କରି ଥିଲେ।ତେଣୁ ତାଙ୍କ ସ୍ଥାନରେ ଚଣ୍ଡିପ୍ରସାଦଙ୍କୁ ନିଯୁକ୍ତି ଦିଆ ଯାଇଛି।

ତେବେ ସୂଚନା ଅନୁଯାୟୀ ବର୍ତ୍ତମାନ ସଦର୍ଣ୍ଣ କମାଣ୍ଡର ଭାବେ କାର୍ଯ୍ୟ କରୁଛନ୍ତି LG ଚଣ୍ଡିପ୍ରସାଦ ମହାନ୍ତି।ତେବେ ଓଡ଼ିଶା ପାଇଁ ଗର୍ବ ଆଣି ଥିବା ଏହି ଓଡ଼ିଆ ପୁଅ LG ଚଣ୍ଡିପ୍ରସାଦ ମହାନ୍ତିଙ୍କ ଘର ଜଗତସିଂହପୁର ଜିଲ୍ଲା ଜୟବଡ଼ ଅଞ୍ଚଳରେ।ତୁଳସୀ ଦୁଇ ପତ୍ରରୁ ବାସିଲା ପରି ସେ ପିଲା ଦିନରୁ ଜଣେ ମେଧାବୀ ଛାତ୍ର ଥିଲେ।

ଓଡ଼ିଶା ରେ ସ୍କୁଲ ପାଠ ପଢ଼ିବା ଶେଷ କରିବା ପରେ ଡେରାଡୁନ ସ୍ଥିତ ଇଣ୍ଡିଆନ ମିଲିଟାରୀ କଲେଜ ରେ ପାଠ ପଢି ଥିଲେ ଏହି ଓଡିଆ ପୁଅ।ପରେ ପୁଣି ଥରେ ନାସନାଲ ଡ଼ିଫେନ୍ସ ଏକାଡେମୀ ଏବଂ ଇଣ୍ଡିଆନ୍ ମିଲିଟାରୀ ଏକାଡେମୀରେ ସେ ଟ୍ରେନିଂ ନେଇ ଥିଲେ।

ଚଣ୍ଡିପ୍ରସାଦ ମହାନ୍ତି ରାଜପୁତ ରେଜିମେଂଟ୍‌ର ୧୯୮୨ ବ୍ୟାଚ୍ ଇନଫାନଟ୍ରି ଅଫିସର ଭାବରେ କାର୍ଯ୍ୟ ମଧ୍ୟ କରିଛନ୍ତି।ଏହା ସହିତ ସେ ଏହାରି ମଧ୍ୟରେ ଭାରତୀୟ ସେନାରେ ଦୀର୍ଘ ୩୮ ବର୍ଷର ଅଭିଜ୍ଞତା ମଧ୍ୟ ସାଉଁଟି ସାରିଛନ୍ତି।ଏହି ୩୮ ବର୍ଷର କାର୍ଯ୍ୟ ଭିତରେ ସେ ଚୀନ୍ ଏବଂ ପାକିସ୍ତାନ ସୀମା ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଦାୟିତ୍ୱ ତୁଲାଇଛନ୍ତି।ଏହା ସହିତ ଜମ୍ମୁ କାଶ୍ମୀରରେ କମ୍ପାନୀ କମାଣ୍ଡର ଓ ଏଲଓସିରେ ବାଟାଲିଅନ କମାଣ୍ଡର ରହି ସାରିଛନ୍ତି ଚଣ୍ଡି ପ୍ରସାଦ।

ତେବେ ଚଣ୍ଡୀପ୍ରସାଦ ଆସାମରେ ଉଲଫା ଆତଙ୍କବାଦୀ ବିରୋଧୀ- ଅପରେସନ ରେ ନେତୃତ୍ୱ ନେଇଥିଲେ।ତେବେ ବର୍ତ୍ତମାନ ସୀମା ଦେଇ ଆତଙ୍କବାଦୀଙ୍କ ଅନୁପ୍ରବେଶ ଓ ଭାରତ-ଚୀନ ମଧ୍ୟରେ ତିକ୍ତତା ଏହି ଓଡ଼ିଆ ପୁଅଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ।ଦେଖାଯାଉ ସେ ଏହି ଚ୍ୟାଲେଞ୍ଜ କୁ କେମିତି ଗ୍ରହଣ କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।