ବାଃ ରେ କୁକୁର ବାଃ ! ନିଜେ ମରି ବଞ୍ଚାଇଲା ଦୁଇ ଛୁଆଙ୍କ ଜୀବନ। ଦେଖନ୍ତୁ ଏହି ଭିଡ଼ିଓ

ଆଜିର ଦୁନିଆ ହେଉଛି କମ୍ପୁଟର ଓ ମୋବାଇଲ ର ଦୁନିଆ।ଆଜି ପ୍ରତ୍ୟେକ ଲୋକ ଇଣ୍ଟରନେଟ ର ବ୍ୟବହାର କରୁଛନ୍ତି।ତେଣୁ ବର୍ତ୍ତମାନ ସମସ୍ତେ ସୋସିଆଲ ମିଡ଼ିଆ ସହ ଜଡ଼ିତ, ତେଣୁ ପ୍ରତ୍ୟେକ ଦିନ ସୋସିଆଲ ମିଡ଼ିଆ ରେ ବିଭିନ୍ନ ପ୍ରକାର ଘଟଣା ଆମେ ଦେଖି ଥାଉ।କେତେବେଳେ ଜୀବ ଜନ୍ତୁ ମାନଙ୍କ ବିଷୟରେ ତ ପୁଣି କେତେବେଳେ ପଶୁ ପକ୍ଷୀ ଙ୍କ ବିଷୟରେ।ସେହିପରି ଏକ ଆଶ୍ଚର୍ଯ୍ୟକର ଘଟଣା ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ।

କିନ୍ତୁ ଏହି ଘଟଣା ହୁଏତ ଆପଣ ଙ୍କୁ ମିଥ୍ୟା ବୋଲି ଲାଗୁ ଥାଇ ପାରେ କିନ୍ତୁ ଏହା ଏକ ସମ୍ପୂର୍ଣ୍ଣ ସତ୍ୟ ଘଟଣା ଅଟେ ।ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହି ମଜାଦାର ଭିଡିଓ ଟି ଭାଇରାଲ ହୋଇଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହିତ ବହୁତ୍ ହସିବେ। ତେବେ କଣ ଅଛି ସେହି ଭିଡିଓ ରେ ଆସନ୍ତୁ ଜାଣିବା ;

ତେବେ ସବୁ ପଶୁ ମାନଙ୍କ ମଧ୍ୟରେ କୁକୁର କୁ ସବୁଠୁ ବିଶ୍ଵସ୍ତ ପଶୁ ବୋଲି କୁହା ଯାଏ । କୁକୁର ନିଜ ମାଲିକ ପାଇଁ ସବୁବେଳେ ବିଶ୍ଵସ୍ତ ଜନକ କାମ କରି ଥାଏ।ତେବେ ଏହି ଭିଡିଓ ରେ ମଧ୍ୟ ସେମିତି କିଛି ଦେଖିବା ପାଇଁ ମିଳିଛି ।

ଖୋର୍ଦ୍ଧା ଜିଲ୍ଲା ର ଯାଆଁଳା ଅଞ୍ଚଳ ର ମୁଣ୍ଡ ମୁହାଣ ରେ ଏମିତି ଏକ ଘଟଣା ଘଟିଛି ଯାହାକୁ ସେହି ଗ୍ରାମର ଗ୍ରାମବାସୀ ମାନେ ଚିରଦିନ ପାଇଁ ମନେ ରଖିବେ।ସୁନିଲ ବାବୁ ଙ୍କ ପୋଷା କୁକୁର ହେଉଛି ଲାଡେନ ଆଉ ଲାଡେନ ଭୟଙ୍କର ବିଷାକ୍ତ ସାପ କବଳ ରୁ ସୁନିଲ ବାବୁ ଙ୍କ ଦୁଇ ପିଲାଙ୍କୁ ବଞ୍ଚାଇ ଅଛି।ମଙ୍ଗଳ ବାର ଦିନ ସନ୍ଧ୍ୟା ରେ ଲାଡେନ୍ ତାଙ୍କ ଘରେ ବନ୍ଧା ହୋଇ ଥିଲା।କିଛି ଦୁର ରେ ଖେଳୁ ଥିଲେ ସୁନିଲ ବାବୁ ଙ୍କ ଦୁଇ ଟି ପିଲା।ଜଣେ ତାଙ୍କ ତିନି ବର୍ଷ ର ନାତୁଣୀ ଓ ଅନ୍ୟ ଜଣେ ଦୁଇ ବର୍ଷ ର ନାତି ।

ଏତିକି ବେଳେ ଘରକୁ ପଶି ଆସିଲା ଏକ ବିଷଧର ନାଗ ସାପ । ଅଗଣା ରେ ଘର ଲୋକ ବସିଥିଲେ ମଧ୍ୟ କାହାରି ନଜର ପଡି ନଥିଲା ସାପ ଉପରେ । କିନ୍ତୁ ଲାଡେନ୍ ର ତୀକ୍ଷ୍ମ ନଜର ରୁ ବଞ୍ଚି ପାରି ନଥିଲା ସାପ ଟି।ସାପଟିକୁ ତା ମାଲିକର ପିଲା ମାନଙ୍କ ଆଡକୁ ଯାଉ ଥିବାର ଦେଖି ସେହି ଚେନ ରେ ବନ୍ଧା ହୋଇଥିବା ସତ୍ତ୍ୱେ ନିଜ ପାଟି ରେ କାମୁଡ଼ି ଧରିଲା ନାଗ ସାପ କୁ।ସାପଟି ଯେତେ ଚେଷ୍ଟା କଲେ ମଧ୍ୟ ଲାଡେନ କବଳରୁ ରକ୍ଷା ପାଇ ନଥିଲା।

ଏମିତି କିଛି ସମୟର ଲଢେଇ ପରେ ସାପଟି ମରି ଯାଇ ଥିଲା।ଏହାପରେ ଲାଡେନ ଜୋରରେ ଭୋକି ଭୋକି ତାର ମାଲିକାଣି ଙ୍କୁ ଡାକି ଥିଲା।ମାଲିକାଣି ଙ୍କୁ ସାପକୁ ଦେଖାଇ ଥିଲା।ସାପଟିକୁ ନିଜ ପାଟିରେ କାମୁଡ଼ି ଦୂରରେ ପକାଇ ଦେଇ ଆସି ଘର ସାମ୍ନାରେ ଲାଡେନ ଶୋଇ ପଡ଼ିଲା।

ମାଲିକାଣି ମଧ୍ୟ ତାକୁ କିଛି ପାଣି ଦେଲେ ଓ ସେ ପିଇଲା।ମାତ୍ର କିଛି ସମୟ ପରେ ତା ପାଟିରୁ ରକ୍ତ ବାହାରିଲା।ତେଣୁ ସୁନିଲ ବାବୁ ଙ୍କ ସ୍ତ୍ରୀ ଡାକ୍ତର କୁ ଡାକିଲେ।ମାତ୍ର ଡାକ୍ତର ଆସି ପହଂଚିବା ପୂର୍ବରୁ ଲାଡେନ ପ୍ରାଣ ହରାଇ ଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।