ଅଷ୍ଟମ ଶ୍ରେଣୀ ଛାତ୍ରକୁ ପ୍ରେମରେ ଫସେଇ ଫେରାର ହେଲେ ସ୍କୁଲ ଶିକ୍ଷୟିତ୍ରୀ , ତାପରେ ଯାହା ହେଲା ତାହା ଜାଣି ଆଶ୍ଚର୍ଯ୍ୟ ହେବେ

ବେଳେବେଳେ ଆମ ସମାଜରେ ଏପରି ଘଟଣା ସବୁ ଘଟିଥାଏ ଯାହାକୁ ବିଶ୍ୱାସ କରିବା ଆମ ପକ୍ଷରେ ସମ୍ଭବ ହୋଇ ନଥାଏ । କିନ୍ତୁ ଯଦି ତାହା ବାସ୍ତବ ହୋଇଥାଏ ଏବଂ ବିଶେଷ କରି ଆପଣଙ୍କ ସାମ୍ନାରେ ଘଟିଥାଏ ତେବେ ତାହାକୁ ବିଶ୍ୱାସ କରିବା ଛଡ଼ା ଆମ ପାଖରେ ଅନ୍ୟ ରାସ୍ତା ହିଁ ନଥାଏ ।

ଯେହେତୁ ଆଜିକା ସମୟରେ ପ୍ରେମର ପରିଭାଷା ବଦଳି ଗଲାଣି । ତେଣୁ କେଉଁଠି କେଉଁଠି ଲୋକେ ଏହାକୁ ଭିନ୍ନ ଭିନ୍ନ ନଜରରେ ଦେଖୁଛନ୍ତି ତ କେଉଁଠି ସମ୍ପୂର୍ଣ୍ଣ ପ୍ରେମ ମଧ୍ୟ ବଦଳି ଗଲାଣି । ତେବେ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ବିଷୟରେ କହିବୁ ଯେଉଁଠି ଏକ ପ୍ରେମ ସମାଜର କୌଣସି ବିରୋଧକୁ ମାନିନାହିଁ । ତେଣୁ ସେହି ବିଷୟରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ।

ତେବେ ସୂଚନା ଅନୁଯାୟୀ ଏହି ଘଟଣାଟି ଗୁଜରାଟର ଗାନ୍ଧିନଗର ରେ ଘଟିଛି । ଯାହାକୁ ଶୁଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ । କାରଣ ବୋଧହୁଏ ଆପଣ ପୂର୍ବରୁ ଏପରି ଘଟଣା କେବେ ଶୁଣି ନଥିବେ କି ଜାଣି ନଥିବେ ।

ତେବେ ବାସ୍ତବ ଘଟଣାଟି ହେଉଛି ଯେ ଏକ ସ୍କୁଲର ଜଣେ ଶିକ୍ଷୟିତ୍ରୀ ସେହି ସ୍କୁଲର ଅଷ୍ଟମ ଶ୍ରେଣୀର ଜଣେ ଛାତ୍ରଙ୍କ ସହିତ ଫେରାର ହୋଇ ହୋଇ ଯାଇଥିବା ଅଭିଯୋଗ ଆସିଛି । ତେବେ ନାବାଳକଙ୍କ ବାପା ଏହି ଅଭିଯୋଗ ଆଣିଛନ୍ତି ।

ଗାନ୍ଧିନଗର ର ଉଦ୍ୟୋଗରେ କାର୍ଯ୍ୟରତ ଥିବା ଜଣେ ସରକାରୀ ଙ୍କର ଏପରି ଅଭିଯୋଗ ପରେ ପୋଲିସ ମଧ୍ୟ ହତଚକିତ ହୋଇ ଯାଇଛି । ଅଭିଯୋଗ ଅନୁଯାୟୀ ତାଙ୍କ ପୁଅଙ୍କ ବୟସ ମାତ୍ର ୧୪ ବର୍ଷ ଏବଂ ସେ ଏକ ସ୍ଥାନୀୟ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପାଠ ପଢ଼େ । କିନ୍ତୁ ଗତ ଶୁକ୍ରବାର ଅପରାହ୍ନ ୩ ଟା ରୁ ସେ ନିଖୋଜ ଅଛି । ତେବେ ସବୁଠାରୁ ଆଶ୍ଚର୍ଯ୍ୟ ଜନକ କଥା ଏହିକି ଯେ ତାଙ୍କୁ ପାଠ ପଢ଼ାଉ ଥିବା ମହିଳା କ୍ଲାସ ଟିଚର ମଧ୍ୟ ଫେରାର ଅଛନ୍ତି ।

ତେବେ ଶିକ୍ଷୟିତ୍ରୀ ଜଣକ ତାଙ୍କ ପୁଅଙ୍କୁ ନେଇ ଫେରାର ହୋଇ ଯାଇଛନ୍ତି ବୋଲି କର୍ମଚାରୀ ଜଣକ ଅଭିଯୋଗ ଆଣିଛନ୍ତି । ଅଭିଯୋଗ ପାଇବା ପରେ ପୋଲିସ ତଦନ୍ତ ଚଳାଇଛି । ପୋଲିସ ର ସୂଚନା ଅନୁଯାୟୀ ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ଯେ ଗତ ଏକ ବର୍ଷ ଧରି ନିଖୋଜ ଅଷ୍ଟମ ଶ୍ରେଣୀ ଛାତ୍ର ସହ ତାଙ୍କ ସ୍କୁଲର ଜଣେ ଶିକ୍ଷୟିତ୍ରୀଙ୍କ ଅନ୍ତରଙ୍ଗ ସମ୍ପର୍କ ରହି ଆସିଛି । ଏହି ଘଟଣା ଜଣା ପଡ଼ିବା ପରେ ସ୍କୁଲ ପ୍ରଶାସନ ତରଫରୁ ଉଭୟଙ୍କୁ ଚେତାବନୀ ମଧ୍ୟ ଦିଆଯାଇଥିଲା ।

ତେବେ ସେମାନଙ୍କ ସମ୍ପର୍କ ଏତେ ନିବିଡ଼ ହୋଇ ଯାଇଥିଲା ଯେ ସେମାନେ ପରସ୍ପରକୁ ଛାଡ଼ି ରହି ପାରୁ ନଥିଲେ ବୋଲି ସ୍କୁଲରେ ଚର୍ଚ୍ଚା ହେଉଛି । ତେଣୁ ଏହି ଘଟଣା ରେ ଆଇପିସି ଧାରା ୩୬୩ ଅନୁଯାୟୀ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ନାମରେ ଗାନ୍ଧିନଗର ଥାନା ରେ ମାମଲା ରୁଜ୍ଜୁ କରାଯିବା ସହିତ ପୋଲିସ ତଦନ୍ତ ଜାରି ରଖିଛି । ଅଭିଯୁକ୍ତ ଶିକ୍ଷୟିତ୍ରୀଙ୍କ ବୟସ ୨୪ ବର୍ଷ ଏବଂ ସେ କଲଲ ସିଟି ଦରବରୀ ଅଞ୍ଚଳରେ ରହନ୍ତି ବୋଲି ଜଣା ପଡ଼ିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।