ଆଶ୍ଚର୍ଯ୍ୟ ପାହାଡ଼ ! ପଥରରେ ପଥର ଛେଚିଲେ ଶୁଭୁଛି ଘଣ୍ଟ ଧ୍ୱନି । ଏହି ପାହାଡ଼ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ସଂସ୍କୃତି ତଥା ଆଧ୍ୟାତ୍ମିକତା ର ସହିତ ଭରି ରହିଛି ଆମ ଦେଶ ଭାରତ।ଆମ ଭାରତ ର ପ୍ରତ୍ୟେକ ନାଗରୀକ ମାନେ ନିଜ ନିଜର ଧାର୍ମିକ କାର୍ଯ୍ୟ କ୍ରମରେ ସବୁବେଳେ ମଜ୍ଜିତ ରହିଥାନ୍ତି । ପ୍ରତେକ ଲୋକ ମାନେ ନିଜ ନିଜର ପରମ୍ପରା ଓ ସଂସ୍କୃତି କୁ ସର୍ବଦା ବଜାଇ ରଖି ଥାଆନ୍ତି।

ତେବେ କୁହାଯାଏ ଯେ ସମଗ୍ର ବିଶ୍ବ ରୁ ଭିନ୍ନ ଅଟେ ଭାରତ ର ପରମ୍ପରା ଓ ଈଶ୍ୱର ଭକ୍ତି ।ଓ ଆଜି ଏହି ପରମ୍ପରା , ସଂସ୍କୃତି ଈଶ୍ୱର ପ୍ରତି ବିଶ୍ୱାସ ରୁ ହିଁ ଆମକୁ ଆମ ରାଷ୍ଟ୍ର ର ପରିଚୟ ମିଳିଥାଏ। କିନ୍ତୁ ବେଳେ ବେଳେ ଅନେକ ପ୍ରକାର ଆଶ୍ଚର୍ଯ୍ୟ କଥା ଏହି ଦେବଭୂମି ରେ ଦେଖିବାକୁ ମିଳିଥାଏ ଯାହା ଈଶ୍ୱର ମାନଙ୍କ ଅଲୌକିକ ଶକ୍ତି ବୋଲି ବିଶ୍ୱାସ କରାଯାଏ ।

ତେବେ ସେମିତି ଏକ ଉଦାହରଣ ଆଜି ଆମ ସାମ୍ନା କୁ ଆସିଛି ଯେଉଁଠି ପଥର ରେ ପଥର କୁ ପିଟିଲେ ଘଣ୍ଟଧ୍ୱନି ଶୁଣିବାକୁ ମିଳୁଛି। ଶୁଣିବାକୁ ହୁଏତ ଆପଣ ଙ୍କ ଆଶ୍ଚର୍ଯ୍ୟ ଲଗୀ ଥାଇ ପାରେ କିନ୍ତୁ କଥା ଟି ସତ ଅଟେ। ତେବେ କେଉଁଠି ରହିଛି ଏହି ପାହାଡ଼ ଓ କଣ ଏହା ପଛରେ ରହିଛି କାରଣ ଆସନ୍ତୁ ଜାଣିବା ;

ବାଲେଶ୍ଵର ଓ ମୟୂରଭଞ୍ଜ ଜିଲ୍ଲା ସିମାନ୍ତର ରେ ଥିବା ଝରଣା ଘାଟୀ ପାଖକୁ ଥିବା ଛତାହୁଡି ପାହାଡ । ଏହି ପାହାଡ ରେ ଛତ୍ରେଶ୍ୱର ମହାଦେବ ପୂଜା ପାଉଛନ୍ତି। ତେବେ ଏହି ପାହାଡ଼ ର ଆପଣ ଯେଉଁ ପଥର ଯେଉଁ ସ୍ଥାନ ରେ ମଧ୍ୟ ପିଟିବେ ସେହି ସ୍ଥାନ ରୁ ଘଣ୍ଟ ବାଜିବା ପରି ଧ୍ଵନି ଶୁଣିବା ପାଇଁ ମିଳିଥାଏ। ଏହି କାରଣ ରୁ ଏହି ମନ୍ଦିର ରେ ଗୋଟିଏ ମଧ୍ୟ ଘଣ୍ଟି ନାହିଁ। ତେବେ ଆଜି ଯାଏଁ ଏହି ଘଟଣା ର କୌଣସି ପ୍ରକାର ବୈଜ୍ଞାନିକ କାରଣ ଜଣା ପଡ଼ିନାହିଁ କେବଳ ଲୋକ କଥା ଏଠାରେ ଶୁଣିବାକୁ ମିଳେ।

ତେବେ ଏହି ପାହାଡ଼ ରେ ଛତ୍ରେଶ୍ୱର ମହାଦେବ ଙ୍କ ମନ୍ଦିର ପାଖରେ ଏକ ବାବା ବସନ୍ତି ଯେଉଁ ବାବା ଏହି ଘଟଣା କୁ ଲୋକଲୋଚନ କୁ ଆଣିଥିଲେ। ଏହି ବାବା ମଧ୍ୟ ଏହି ମନ୍ଦିର ର ପୂଜା କରନ୍ତି । ସେହି ବାବା ଜଣଙ୍କ ଏହି ପାହାଡ଼ ରେ ୧୪ ବର୍ଷ ରୁ ଅଧିକ ସମୟ ଧରି ରହି ଅଛନ୍ତି ଆଉ ଏହି ମନ୍ଦିର ରେ ପୂଜା କରନ୍ତି।

ତେବେ ଯେଉଁ ଭକ୍ତ ଏହି ମନ୍ଦିର କୁ ଦର୍ଶନ ପାଇଁ ଆସିଥାଏ ସେ ପାହାଡ଼ ରେ ପଥର କୁ ବାଡେଇ ଥାଏ ଓ ସେଥିରୁ ଘଣ୍ଟା ଧ୍ଵନି ବାହାରି ଥାଏ ଓ ଏହା ପରେ ପୂଜା କରି ଥାଆନ୍ତି। ତେବେ ଏହି ଚମତ୍କାର ପଛରେ କଣ ରହସ୍ୟ ରହିଛି ଓ କେଉଁ କାରଣ ପାଇଁ ଏକ ପାହାଡ଼ ରେ ପଥର କୁ ପିଟିବା ଦ୍ଵାରା ଘଣ୍ଟା ଧ୍ଵନି ବାହାରୁ ଅଛି ଏହା ବିଷୟ ରେ ସମସ୍ତେ ଅନବିଜ୍ଞ ଅଟନ୍ତି । ତେବେ ଯେଉଁ ଭକ୍ତ ଭକ୍ତି ର ସହିତ ଏହି ମନ୍ଦିର କୁ ମାନସିକ ନେଇ ଆସିଥାଏ ତାର ମାନସିକ ନିଶ୍ଚିତ ପୁରଣ ହୁଏ ବୋଲି କୁହାଯାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।