ଆପଣ ଜାଣନ୍ତି କି ଅଭିନେତା ରବି ମିଶ୍ର ଙ୍କ ସମ୍ପତି କେତେ ? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଆପଣ ମାନେ ସମସ୍ତେ ଜାଣିଥିବେ ଯେ ଆଜି ସକାଳେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ର ବରିଷ୍ଠ ଅଭିନେତା ରବି ମିଶ୍ର ହୃଦଘାତ ରେ ମୃତ୍ୟୁବରଣ କରିଛନ୍ତି । ତାଙ୍କୁ ମୃତ୍ୟୁ ବେଳକୁ ୬୫ ବର୍ଷ ହୋଇଥିଲା । ଏହା ସମସ୍ତେ ଜାଣିଛନ୍ତି ଯେ ଅନେକ ସିରିଏଲ ଏବଂ ଫିଲ୍ମରେ ରବି ମିଶ୍ର ଅଭିନୟ କରି ସାରିଛନ୍ତି ।

ରବି ମିଶ୍ର ଙ୍କ ଅଭିନୟକୁ ଦର୍ଶକ ମାନେ ମଧ୍ୟ ଅଧିକ ପସନ୍ଦ କରୁଥିଲେ । ଏହି ଚଳିତ ବର୍ଷଟି ସମସ୍ତଙ୍କ ପାଇଁ ଖୁସି ପରିବର୍ତ୍ତେ ଦୁଃଖ ଆଣୁଛି ବୋଲି ପ୍ରତୀତ ହେଉଛି । ଏହି କିଛି ଦିନ ପୂର୍ବରୁ ଶୁଣା ଯାଇଥିଲା ଯେ ବୋଲିଉଡ଼ ର ଜଣେ ଅଭିନେତ୍ରୀ ଏହି ନୂଆ ବର୍ଷରେ ମୃତ୍ୟୁ ବରଣ କରିଛନ୍ତି ଏବଂ ତାହା ପୁଣି ସଡ଼କ ଦୁର୍ଘଟଣାରେ । ପୁଣି ବର୍ତ୍ତମାନ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ର ଜଣେ ଲୋକପ୍ରିୟ ଅଭିନେତା ରବି ମିଶ୍ର ଙ୍କର ନିଧନ ଖବର କାରଣରୁ ସାରା ଓଲିଉଡ ଇଣ୍ଡଷ୍ଟ୍ରି ରେ ଦୁଃଖର ଛାୟା ଖେଳି ଯାଇଛି ।

ତାଙ୍କ କ୍ୟାରିଅର ବିଷୟରେ କହିବାକୁ ଗଲେ ସେ ଜଣେ ଲୋକପ୍ରିୟ ବ୍ୟଙ୍ଗାତ୍ମକ କଳାକାର ଭାବରେ ଅନେକ ସିରିଏଲ ରେ କାମ କରି ଆସିଛନ୍ତି । ତାଙ୍କର ଅଭିନୟ ଦ୍ୱାରା ଅନେକ ଦର୍ଶକ ମଧ୍ୟ ପ୍ରଭାବିତ ହୁଅନ୍ତି । ତେବେ ଗତ ଦୀର୍ଘ ବର୍ଷ ଧରି ନିଜର ପ୍ରତିଭା ଦ୍ୱାରା ସମସ୍ତଙ୍କ ହୃଦୟରେ ରାଜ କରି ଆସୁଥିଲେ ।

କିନ୍ତୁ ତାଙ୍କର ହଠାତ ମୃତ୍ୟୁ କୁ କେହିବି ସହଜରେ ଗ୍ରହଣ କରି ପାରି ନାହାଁନ୍ତି । ଗତ କିଛି ଦିନ ତଳେ ସାର୍ଥକ ଚ୍ୟାନେଲ ରେ ପ୍ରସାରିତ ହେଉଥିବା ମେଗା ସିରିଏଲ ହେ ପ୍ରଭୁ ହେ ରେ ରବି ମିଶ୍ର ଅଭିନୟ କରୁଥିଲେ । ଗତ କାଲି ସନ୍ଧ୍ୟାରେ ଶୁଟିଂ ସେଟରେ ଅଭିନୟ କରୁଥିବା ସମୟରେ ତାଙ୍କୁ ହୃଦଘାତ ହୋଇଥିଲା । ତେଣୁ ତାଙ୍କୁ ସଙ୍ଗେ ସଙ୍ଗେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ନିଆ ଯାଇଥିଲା । କିନ୍ତୁ ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଆପଣଙ୍କୁ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ର ବରିଷ୍ଠ ଅଭିନେତା ରବି ମିଶ୍ରଙ୍କ ପରିବାର ବିଷୟରେ ତ ଆପଣ ମାନେ ଜାଣିଥିବେ । ତେବେ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ରବି ମିଶ୍ରଙ୍କ ପରିବାର ନୁହେଁ ବରଂ ତାଙ୍କ ଘର , ସମ୍ପତ୍ତି ଏବଂ ବ୍ୟାଙ୍କ ବାଲାନ୍ସ ବିଷୟରେ କହିବୁ ।

ତେଣୁ ସେହି ବିଷୟରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ତେବେ ଯଦି ଆମେ ତାଙ୍କ ସମ୍ପତ୍ତି ବିଷୟରେ କହିବୁ ତେବେ ସେ ମୋଟ ୫ କୋଟି ଟଙ୍କାର ମାଲିକ ଅଟନ୍ତି । ତାଙ୍କ ପରିବାର ବିଷୟରେ କହିବାକୁ ଗଲେ ସେ ନିଜ ପରିବାର ସହିତ ଭୁବନେଶ୍ୱରରେ ରହୁଥିଲେ । ତାଙ୍କ ପରିବାର କହିବାକୁ ଗଲେ ତାଙ୍କର ଦୁଇ ପୁଅ ଏବଂ ଗୋଟିଏ ଝିଅ । ପରିବାର ରେ ସେ ଜଣେ କଳାକାର ଥିଲେ ଏବଂ ତାଙ୍କ ଅଭିନୟ ମଧ୍ୟ ଲୋକଙ୍କୁ ବେଶ ପସନ୍ଦ ଆସୁଥିଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।