ଏମିତି ଦୋକାନୀଙ୍କୁ ଦୂରୁ ଜୁହାର ! ଗ୍ରାହକଙ୍କୁ ଠେଙ୍ଗାରେ ବାଡ଼େଇ ବାଡ଼େଇ ଘାଇଲା କଲେ ଦୋକାନୀ । ଭିଡ଼ିଓ ହେଲା ଭାଇରାଲ

ଯେକୌଣସି ବି ବ୍ୟବସାୟ କରିବା ପାଇଁ ଆମକୁ ଗ୍ରାହକ ଆବଶ୍ୟକ ।ଗ୍ରାହକ ବିନା ଆମ ବ୍ୟବସାୟ ହୋଇ ନଥାଏ।ତେଣୁ ଆମ ପରମ୍ପରା ରେ ଅତିଥି ହେଉ କିମ୍ବା ଗ୍ରାହକ ସେମାନେ ଆମ ପାଇଁ ଭଗବାନ ତୁଲ୍ୟ ହୋଇ ଥାଆନ୍ତି।ଗ୍ରାହକଙ୍କୁ ମାତା ଲଷ୍ମୀଙ୍କ ରୂପ ବୋଲି କୁହାଯାଏ।

ସେମାନଙ୍କୁ ଖୁସି କଲେ ଭଗବାନ ଖୁସି ହୁଅନ୍ତି ବୋଲି ଆମର ବିଶ୍ବାସ ରହିଛି। ତେବେ ଆମେ କିଛି କହିବା ପୂର୍ବରୁ ଆସନ୍ତୁ ନଜର ପକାଇବା ଏହି ଭିଡିଓ ଉପରେ, ଯେଉଁ ଥିରେ ଜଣେ ମହିଳା କିପରି ହାତ ରେ ଠେଙ୍ଗା ଟିଏ ଧରି ପ୍ରହାର ଉପରେ ପ୍ରହାର କରି ଚାଲିଛନ୍ତି ଜଣେ ଗ୍ରାହକଙ୍କ ଉପରେ। ଆଜ୍ଞା ଏଠାରେ ଆପଣ ଙ୍କୁ ଆମେ ଜଣାଇ ଦେବା ପାଇଁ ଚାହୁଁଚୁ କି ମହିଳା ଜଣଙ୍କ ହେଉଛନ୍ତି ଜଣେ ସୁନା ଦୋକାନୀ।ଆଉ ମହିଳା ଙ୍କ ହାତ ରୁ ମାଡ ଖାଉଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ଗ୍ରାହକ ।

ତେବେ ଗ୍ରାହକ ଜଣଙ୍କ ଚୋରି କିମ୍ବା ଖରାପ୍ ବ୍ୟବହାର ପରି କିଛି ଅପରାଧ କରି ନାହାନ୍ତି ତାଙ୍କ ଅପରାଧ ଏଇଆ ଅଟେ ଯେ ସେହି ବ୍ୟକ୍ତି ଜଣଙ୍କ ଏହି ମହିଳା ଙ୍କ ଦୋକାନ ରୁ ସୁନା କିଣି ନେଇ ଥିଲେ ଆଉ ସୁନା ଭଲ ନପଡ଼ିବା ରୁ ସେ ଆସି ସେହି ଦୋକାନ ରେ ଅଭିଯୋଗ କରି ଥିଲେ ଆଉ ଏହା ପରେ ଯାହା ଘଟିଲା ତାହା ଆପଣ ଙ୍କ ସାମ୍ନା ରେ ରହିଛି।ତେବେ ଏହି ଭଳି ଏକ ଚାଞ୍ଚଲ୍ୟ କର ଘଟଣା ଘଟିଛି ଭୁବନେଶ୍ୱର ର ଖଣ୍ଡଗିରୀ ଅଞ୍ଚଳ ରେ ।

ଆଉ ବର୍ତ୍ତମାନ ଏହି ଭିଡିଓ ଟି ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି। ଭିଡିଓ ରେ ମହିଳା ଙ୍କ ଜଣେ ସାଙ୍ଗ ମଧ୍ୟ ବ୍ୟକ୍ତି ଜଣଙ୍କୁ ପିଟୁ ଅଛନ୍ତି।ଏନେଇ ଗ୍ରାହକ ଜଣଙ୍କ ଖଣ୍ଡଗିରି ଥାନା ରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ କରିବା ଆରମ୍ଭ କରିଛି।

ଗ୍ରାହକ ଜଣଙ୍କ ଅଭିଯୋଗ ଅନୁସାରେ ସେ ତିନି ବର୍ଷ ପୂର୍ବେ ଏହି ମହିଳା ଜଣଙ୍କ ଦୋକାନ ରୁ ସୁନା କିଣି ଥିଲେ । ସୁନା ଖରାପ୍ ପଡି ଥିବାରୁ ସେ ଅଭିଯୋଗ ଆଣିବା ପରେ ପ୍ରଥମେ ମହିଳା ତାଙ୍କୁ ଠେଙ୍ଗା ରେ ଆକ୍ରମଣ କରିଥିଲେ।

ଯାହା ଫଳରେ ଗ୍ରାହକ ଜଣଙ୍କ କିଛି ଉପାୟ ନପାଇ ହାତ ଓପରକୁ କରି ଦେଇ ସେଠାରୁ ଚାଲି ଯାଇ ଥିଲେ।କିନ୍ତୁ ବ୍ୟକ୍ତି ଜଣଙ୍କ ଯିବା ପୂର୍ବରୁ ମହିଳା ଜଣଙ୍କ ତାଙ୍କୁ ଖୁବ୍ ପିଟି ଅଛନ୍ତି।

ତେବେ କଥା ରେ କୁହାଯାଏ ଜଣେ ଦୋକାନୀ ପାଇଁ ତାର ଗ୍ରାହକ ହେଉଛି ଭଗବାନ ତୁଲ୍ୟ ଅଟେ ଓ ଗ୍ରାହକ ମାନଙ୍କ ସହିତ କୌଣସି ଦୋକାନୀ କେବେ ମଧ୍ୟ ଖରାପ୍ ବ୍ୟବହାର କରି ନଥାନ୍ତି କିନ୍ତୁ ଏହି ଭିଡିଓ ଟି ଦେଖିବା ପରେ ଆପଣ ଙ୍କ ର ଏହି ଚିନ୍ତା ଧାରା ସମ୍ପୂର୍ଣ ଭାବେ ବଦଳି ଯିବ ଓ ଦୋକାନୀ ଗ୍ରାହକ ମଧ୍ୟରେ ଥିବା ଏକ ନୂତନ ସମ୍ପର୍କ ଆପଣ ଦେଖିବାକୁ ପାଇବେ ।ତେବେ ଆପଣ ଙ୍କ ର ଏହି ଭିଡିଓ ପ୍ରତି କଣ ମତାମତ ରହିଛି ଆମକୁ କମେଣ୍ଟ ମାଧ୍ୟମ ରେ ନିଶ୍ଚୟ ଜଣାନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।