ବିଶ୍ୱର ଏମିତି ଏକ ଅଜବ ଦେଶ, ଯେଉଁଠି ପାଳନ ହୁଏ ଶବ ଉତ୍ସବ।ଏହାର ସମ୍ପୂର୍ଣ ରହସ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଏ ପୃଥିବୀ ରେ ଅନେକ ଚାମତ୍କାର ଓ ଆଶ୍ଚର୍ଯ୍ୟକର ଘଟଣା ସବୁ ଘଟି ଥାଏ। ବେଳେ ବେଳେ ଏମିତି କିଛି ଘଟଣା ସବୁ ଘଟି ଥାଏ ଯାହା କୁ ସହଜ ରେ ବିଶ୍ୱାସ କରି ହୋଇ ନଥାଏ।କେତେବେଳେ ଜୀବ ଜନ୍ତୁ ମାନଙ୍କ ବିଷୟରେ ତ ପୁଣି କେତେବେଳେ ପଶୁ ପକ୍ଷୀ ଙ୍କ ବିଷୟରେ।।

ସେହିପରି ଏକ ଆଶ୍ଚର୍ଯ୍ୟକର ଘଟଣା ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ।ହୁଏ ଏହି ଘଟଣା ଟି ଆପଣଙ୍କୁ ମିଥ୍ୟା ପରି ଲାଗି ପାରେ କିନ୍ତୁ ଏହା ଏକ ସମ୍ପୂର୍ଣ୍ଣ ସତ୍ୟ ଘଟଣା।ତେବେ ଏହା କୌଣସି କାଳ୍ପନିକ କାହାଣୀ ନୁହଁ।ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ।

ସଂସ୍କୃତି ତଥା ଆଧ୍ୟାତ୍ମିକତା ର ସହିତ ଭରି ରହିଛି ସମଗ୍ର ଭାରତ।କେବଳ ଭାରତ ନୁହେଁ, ବିଶ୍ଵର ପ୍ରତ୍ୟେକ ଦେଶର ନିଜର ଏକ ସ୍ୱତନ୍ତ୍ର ସଂସ୍କୃତି ଓ ପରମ୍ପରା ରହିଛି।ଆମ ବିଶ୍ଵ ପ୍ରତ୍ୟେକ ନାଗରୀକ ମାନେ ନିଜ ନିଜର ଧାର୍ମିକ କାର୍ଯ୍ୟ କ୍ରମରେ ସବୁବେଳେ ମଜ୍ଜିତ ରହିଥାନ୍ତି।ପ୍ରତେକ ଲୋକ ମାନେ ନିଜ ନିଜର ପରମ୍ପରା ଓ ସଂସ୍କୃତି କୁ ସର୍ବଦା ବଜାଇ ରଖି ଥାଆନ୍ତି।ତେବେ କୁହାଯାଏ ସବୁ ଦେଶ ର ପରମ୍ପରା ସମସ୍ତଙ୍କ ର ଭିନ୍ନ ଭିନ୍ନ ଅଟେ ଓ ଏହି ପରମ୍ପରା ଓ ସଂସ୍କୃତି ରୁ ହିଁ ସେହି ରାଷ୍ଟ୍ର ର ପରିଚୟ ମିଳିଥାଏ।

କିନ୍ତୁ ବେଳେ ବେଳେ ଏପରି କିଛି ଘଟଣା ଓ ଏମିତି ପରମ୍ପରା ଦେଖିବାକୁ ମିଳେ ଯାହା ବହୁତ ଆଶ୍ଚର୍ଯ୍ୟଜନକ ହୋଇଥାଏ। ଲୋକ ମାନେ ଆଜିଯାଏଁ ଅନେକ ପ୍ରଥା କୁ ନିଜ ସଂସ୍କୃତି ଭାବେ ମାନି ଆସିଛନ୍ତି ଆଉ ପ୍ରଥା ର ପାଳନ ମଧ୍ୟ କରୁଛନ୍ତି ।

ଆପଣ ମାନେ ନିଶ୍ଚିତ ଭାବେ ନରବଳି , ଫସଲ କୁ ରକ୍ତ ଦାନ ଆଦି ବିଭିନ୍ନ ପ୍ରକାର ପରମ୍ପରା ବିଷୟ ରେ ଶୁଣିବା ପାଇଁ ପାଇଥିବେ କିନ୍ତୁ ଆଜି ଆମେ ଏକ ଭିନ୍ନ ପରମ୍ପରା ବିଷୟ ରେ ଜାଣିବା ।ଆମେ ଯେଉଁ ପରମ୍ପରା ବିଷୟ ରେ କହିବାକୁ ଯାଉଛୁ ସେହି ପରମ୍ପରା ଟି ଇଣ୍ଡୋନେସିଆ ର ଜନଜାତି ର ବହୁ ପୁରାତନ ପରମ୍ପରା ଅଟେ ।ତେବେ ଇଣ୍ଡୋନେସିଆ ର ସୁରଟାଲ ଦ୍ୱୀପ ରେ ରହୁଥିବା ଜନଜାତି ଙ୍କ ପ୍ରଥା ବିଶ୍ବ ର ସବୁଠୁ ଭିନ୍ନ ପରମ୍ପରା ଅଟେ ।

ତେବେ ଏହି ପ୍ରଥା କୁ ସେଠାକାର ଜନଜାତି ମାନେ ନିଜ ପରିବାର ସହିତ ପାଳନ କରନ୍ତି ଓ ଏହାକୁ ସେମାନେ ପ୍ରତି ତିନି ବର୍ଷରେ ଥରେ ନିଜ ବନ୍ଧୁ ବାନ୍ଧବ ମାନଙ୍କ ସହିତ ପାଳନ କରନ୍ତି। ଏହି ପରମ୍ପରା ଯେତିକି ଅଦ୍ଭୁଦ ସେତିକି ଆଶ୍ଚର୍ଯ୍ୟର ମଧ୍ୟ ଅଟେ ।

ଏହି ପ୍ରଥା ର ନାମ ନିନି ଅଟେ ।ଯେଉଁ ପ୍ରଥା ଅନୁସାରେ ସେମାନେ ନିଜ ଆତ୍ମୀୟ ମାନଙ୍କ ର ଶବ କୁ ପ୍ରତି ତିନି ବର୍ଷରେ ଥରେ କଫିନ ରୁ କାଢି ଥାଆନ୍ତି ଓ ସେହି ଶବ କୁ ସାବୁନ ଦ୍ଵାରା ଭଲ ଭାବରେ ଧୋଇ ଗାଧୋଇ ଦେଇ ଥାଆନ୍ତି। ଓ ସେମାନଙ୍କୁ ନୂତନ ବସ୍ତ୍ର ମଧ୍ୟ ପିନ୍ଧାଇ ଥାଆନ୍ତି । ତେବେ ସେମାନେ ବିଶ୍ୱାସ କରନ୍ତି ଯେ ଏମିତି କରିବା ଦ୍ୱାରା ତାଙ୍କ ମୃତ ଆତ୍ମୀୟ ଆଉ ଏକ ପର୍ଯ୍ୟାୟ କୁ ଯାଇ ଥାଆନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।