ଭଦ୍ରକ ଜିଲ୍ଲା ବିଷୟରେ ମାଳିକା ଦେଲା ଭୟଙ୍କର ଭବିଷ୍ୟବାଣୀ।ମାଟି ତଳୁ ଅନନ୍ତ ନାଗ ସହିତ ବାହାରିବେ ମହାଦେବ

ଏହି ପୃଥୀବିରେ ଆଜି ଯାହା ବି ହେଉଛି ତାହାକୁ ମହାପୁରୁଷ ମାନେ ଶହ ଶହ ବର୍ଷ ପୂର୍ବରୁ ମାଳିକାରେ ଲେଖି ଯାଇଛନ୍ତି। ସେହିପରି ଜଣେ ମହାପୁରୁଷ ଯିଏ ଓଡ଼ିଶାର ଗୌରବ ସେ ହେଉଛନ୍ତି ଅଚ୍ୟୁତାନନ୍ଦ ମହାପୁରୁଷ। ତାଙ୍କର ଶ୍ରେଷ୍ଠ ଭବିଷ୍ୟତ ମାଳିକା ହେଉଛି ‘ଆଗତ ଭବିଷ୍ୟତ ମାଳିକା’।

ସେ ପୃଥୀବିରେ ଭବିଷ୍ୟତ ରେ କେବେ ବନ୍ୟା, ବାତ୍ୟା, ମରୁଡ଼ି, ମହାମାରୀ ଆସିବ ତାହା ଲେଖି ଥିଲେ ତା ସହ ଆଜିର ସମାଜର ରୀତିନୀତି, ଚାଲି ଚଳନ, ପୋଲିସ, ସରକାର,ପ୍ରଶାସନ, ରାଜନୀତି ବିଷୟ ରେ ଏବଂ ସାମ୍ବାଦିକ, ପଞ୍ଚଭୂତ, ସାଧୁ ସନ୍ଥ, ସନ୍ନ୍ୟାସୀ, ବାବାଜୀ ମାନଙ୍କ ବିଷୟରେ ଶହ ଶହ ବର୍ଷ ତଳେ ଭବିଷ୍ୟ ବାଣୀ କରି ଥିଲେ।ମାଳିକା କୁ ଅନେକ ଗବେଷଣା କରନ୍ତି ନାହିଁ।ଏହାର ସତ୍ୟା ସତ୍ୟ ଏବଂ ଗୁରୁତ୍ଵ କୁ ଅନେକ ଉପଲବ୍ଧି କରିବାକୁ ଚାହାନ୍ତି ନାହିଁ।

କିନ୍ତୁ ମାଳିକା ସବୁ ସତ୍ୟ ଘଟଣା ଉପରେ ଏକ ଭବିଷ୍ୟବାଣୀ ସ୍ୱରୂପ କରିଥାଏ।ଏହା ସମସ୍ତଙ୍କୁ ଚେତେଇବା ପାଇଁ ଉଦ୍ଦିଷ୍ଟ। ସମସ୍ତଙ୍କୁ ସଚେତନ କରିବା ସହିତ ଏହା ଲୋକଙ୍କୁ ଏକ ଉଚିତ୍ ମାର୍ଗ ବା ଦିସା ଦେଖାଇ ଥାଏ।

ମହାପୁରୁଷ ଅଚ୍ୟୁତାନନ୍ଦ,ଅରକ୍ଷିତ ଦାସ ଓ ପଞ୍ଚସଖା ମାନେ ଓଡ଼ିଶା ର ବିଭିନ୍ନ ଜିଲ୍ଲା ମାନଙ୍କ ବିଷୟରେ ମଧ୍ୟ ଅନେକ କଥା ଲେଖିଛନ୍ତି।ତେବେ ଆଜି ଆମେ ସେହି କିଛି ପଦ ବିଷୟ ରେ ଜାଣିବା ଯାହାକୁ ମହାପୁରୁଷ ଓଡ଼ିଶାର ଭଦ୍ରକ ଜିଲ୍ଲା ବିଷୟରେ ୬୦୦ ବର୍ଷ ପୂର୍ବେ ମାଳିକା ଭାବେ ଲେଖି ଦେଇ ଯାଇ ଥିଲେ।ଏହାକୁ ସେ ତାଙ୍କ “ଓଡ଼ିଶା ସ୍ଥାନ ତତ୍ତ୍ୱ ନିରୂପଣ” ମାଳିକାରେ ଲେଖିଛନ୍ତି।ତେବେ ଆସନ୍ତୁ ଜାଣିବା ମହାପୁରୁଷ ମାନେ ତାଙ୍କ ଦିବ୍ୟ ଦୃଷ୍ଟି ରେ ଭଦ୍ରକ ଜିଲ୍ଲା ବିଷୟରେ ମାଳିକାରେ କଣ ଲେଖିଛନ୍ତି।

” ଆଖଣ୍ଡଳମଣି ରୂପରେ ହର ଭକ୍ତଙ୍କୁ କୃପା କରିବେ ଅପାର ସାକ୍ଷାତ ଶିବଙ୍କୁ ଦର୍ଶନ କରି ବହୁ ଭକ୍ତ ରାମ ଯିବେରେ ତରୀ।” ଅର୍ଥାତ ଭଦ୍ରକର ବାବା ଆଖଣ୍ଡଳମଣି ମନ୍ଦିରରେ କୋଟି କୋଟି ଭକ୍ତ ଦର୍ଶନ ପାଇବେ। ସେଠାରେ ଶିବ ଭକ୍ତ ମାନେ ଗୁପ୍ତ ଭାବରେ ରହୁଛନ୍ତି ବୋଲି ମହାପୁରୁଷ କହୁଛନ୍ତି।

କଳି ଶେଷରେ ତାଣ୍ଡବ କରିବେ ଦେବ ଦେବ ମହାଦେବ। ଦେବତା ମାନଙ୍କର ସଭା ଶ୍ରୀ ଅନନ୍ତ ଦେବଙ୍କ ମନ୍ଦିରରେ ବସିବ।ସେହି ଅନନ୍ତ ଦେବ ଙ୍କ ମନ୍ଦିରର ସଠିକ୍ ତଥ୍ୟ ଆମ୍ଭେ ମାନେ ଜାଣିନୁ। ଭଦ୍ରକରେ ଅନେକ ନାଗ ମାନେ ଆସି ପ୍ରକଟ ହେବା ସହିତ ପାତାଳ ରୁ ଆସି ନାଟ କରିବେ।ଆଉ ମାଆ ଭଦ୍ରକାଳୀ ସେଠାରେ ଭକ୍ତ ମାନଙ୍କୁ ଉଦ୍ଧାର କରି ଦୁଷ୍ଟ ମାନଙ୍କୁ ସଂହାର କରିବେ।

ଏହାସହ ଭଦ୍ରକରେ ବିରଞ୍ଚି ନାରାୟଣ ନାମକ ପ୍ରଭୁ ପ୍ରକଟିତ ହେବେ। ବହୁ ଜ୍ଞାନୀ ଗୁଣୀ ଭଦ୍ରକ ମାଟିରେ ପ୍ରକଟ ହେବେ। ପୁଣି ସେମାନେ ଦେଖାନିଆ ଭାବରେ ନୁହଁ ବରଂ ଗୁପ୍ତ ଭାବରେ ସେଠାରେ ରହିବେ।

ସେଠାରେ ଶୁନ୍ୟରୁ ଘରରେ ଅଗ୍ନି ଲାଗିବା ସହିତ ମାଟି ତଳୁ ମହାପୁରୁଷ ପ୍ରକଟ ହେବେ ବୋଲି ମହାପୁରୁଷ କହୁଛନ୍ତି। ବହୁତ ବୃଷ୍ଟିପାତ ଭଦ୍ରକରେ ପରିଲକ୍ଷିତ ହେବ। ଯେଉଁଥିରେ ଗାଆଁ ଗଣ୍ଡାରେ ଜଳ ସ୍ରୋତ ପ୍ରବାହିତ ହେବ ଏବଂ ଅନେକ ଗାଆଁ ଗଣ୍ଡା ଭାସିଯିବା ସହିତ ଧନଜୀବନ ମଧ୍ୟ ନଷ୍ଟ ହେବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।