ଏହି ବ୍ୟକ୍ତିଙ୍କୁ ଗ୍ରାସ କରିଛି ଅଜଣା ରୋଗ।ତାଙ୍କ ଚେହେରା ଦେଖିଲେ ଆପଣବି ଭୟରେ ଥରିବେ।ତାଙ୍କ ଆରୋଗ୍ୟ କାମନା ପାଇଁ ପ୍ରାର୍ଥନା କରନ୍ତୁ

ଆଜି କାଲି ସୋସିଆଲ ମିଡ଼ିଆ ଜରିଆ ରେ ଆମେ ଅନେକ ପ୍ରକାର ଭିଡିଓ ପ୍ରତିଦିନ ଭାଇରାଲ ହେବାର ଦେଖି ଥାଉ । ଅନେକ ଘଟଣାବଳୀ ର ଭିଡିଓ ପ୍ରତିଦିନ ଆମେ ଦେଖିବାକୁ ଏହି ସବୁ ଘଟଣା ବେଳେ ବେଳେ ଏତେ ଆଶ୍ଚଜ୍ୟଜନକ ହୋଇଥାଏ ଯେ ଆମେ ଏହାକୁ ବିଶ୍ୱାସ ମଧ୍ୟ କରି ପାରି ନଥାଉ। ତେବେ ଆଜି ଆମେ ଏମିତି ଏକ ବ୍ୟକ୍ତିଙ୍କ ବିଷୟ ରେ ଆଲୋଚନା କରିବା,ଯାହାଙ୍କ ଭାଗ୍ୟ କେମିତି ମୁହୂର୍ତକେ ବଦଳି ଗଲା ।

ଦିନେ ସେ ଆମ ପରି ସାଧାରଣ ଜୀବନ ଅତିବାହିତ କରୁ ଥିଲେ । ପରିଶ୍ରମ କରି ଟଙ୍କା ରୋଜଗାର କରି ନିଜ ପରିବାରର ଗୁଜୁରାଣ ମେଣ୍ଟାଉ ଥିଲେ।ମାତ୍ର ବିଧାତାଙ୍କ ଲୀଳା ବଡ଼ ବିଚିତ୍ର।ହଠାତ ସେହି ବ୍ୟକ୍ତି ଜଣଙ୍କ ଏମିତି ଏକ ଅଜଣା ରୋଗରେ ପୀଡ଼ିତ ହେଲେ ଯାହା ଦ୍ୱାରା ତାଙ୍କ ଚେହେରା ସମ୍ପୂର୍ଣ୍ଣ ବଦଳି ଗଲା।

ତାଙ୍କ ଚେହେରା ସମ୍ପୂର୍ଣ୍ଣ ବିକୃତ ହୋଇ ଗଲା।ସେ ଦେଖା ଗଲେ ସମ୍ପୂର୍ଣ୍ଣ ଭୟଙ୍କର।ତେଣୁ ତାଙ୍କୁ ଦେଖି ସମସ୍ତେ ଭୟଭୀତ ହୋଇ ଗଲେ। ତାଙ୍କୁ ସମସ୍ତେ ଘୃଣା କରିବା ମଧ୍ୟ ଆରମ୍ଭ କରି ଦେଲେ।

ଏହା ଦ୍ୱାରା ତାଙ୍କୁ ଆଉ କୌଣସି ସ୍ଥାନରେ ଚାକିରୀ କିମ୍ବା କାମ ମିଳିଲା ନାହିଁ।ତାଙ୍କ ପାଖରେ ଯାହା ବି ଅର୍ଥ ସଞ୍ଚୟ ଆକାରରେ ଥିଲା ତାହା ସବୁ ତାଙ୍କ ଚିକିତ୍ସା ରେ ଖର୍ଚ୍ଚ ହୋଇ ଗଲା।ମାତ୍ର ତାଙ୍କ ରୋଗ ଭଲ ହେଲା ନାହିଁ।ତେଣୁ ତାଙ୍କ ପରିବାର ଭୋକ ଉପାସରେ ଜୀବନ ଯାପନ କଲେ। ତାଙ୍କ ସ୍ତ୍ରୀ ଓ ଅନ୍ୟ ମାନେ ବାହାରେ କାମ କରି ଘର ଚଳାଇଲେ।


ଆଜି ଆମେ ଯାହାଙ୍କ ବିଷୟରେ କହୁଛୁ ସେ ହେଉଛନ୍ତି ବାଲେଶ୍ଵର ର ହରିଶ୍ଚନ୍ଦ୍ର ତରାଇ।ତେବେ ବାଲେଶ୍ଵର ରେ ତାଙ୍କ ରୋଗ ଭଲ ନହେବା ଦ୍ୱାରା ଡାକ୍ତର ତାଙ୍କୁ କଟକ ବଡ଼ ମେଡ଼ିକାଲ କୁ ପଠାଇ ଦେଇ ଥିଲେ। ତେବେ ସମୟ ବଡ଼ ବଳବାନ।ସମୟର ଚକ ସବୁବେଳେ ଚାଲୁ ଥାଏ। ଦୁଃଖ ପରେ ସୁଖ ଆସେ।ଠିକ ସେହି ପରି ହରିଶ୍ଚନ୍ଦ୍ର ଙ୍କ ଭାଗ୍ୟରେ ମଧ୍ୟ ସୁଖର ଦିନ ଆସିଲା।

ଏସ୍.ସି.ବି ରେ ତାଙ୍କ ଟ୍ୟୁମର୍ ର ଅସ୍ତ୍ରୋପଚାର ହୋଇ ଥିଲା।ଦୀର୍ଘ ୪ ଘଣ୍ଟାର ଅସ୍ତ୍ରୋପଚାର ପରେ ତାଙ୍କ ମୁହଁରୁ ସମସ୍ତ ବଳକା ମାଂସ ପିଣ୍ଡୁଳା କୁ ବାହାର କରି ଦିଆ ଯାଇ ଥିଲା।ପରେ ତାଙ୍କ ମୁହଁରେ ଏକ ସ୍ୱତନ୍ତ୍ର ପ୍ଲାଷ୍ଟିକ ସର୍ଜରି କରା ଯାଇ ଥିଲା।

ତେବେ ଅସ୍ତ୍ରୋପଚାର ପରେ ହରିଶ୍ଚନ୍ଦ୍ର ପୁଣି ଥରେ ତାଙ୍କର ପୂର୍ବ ଚେହେରା କୁ ଫେରି ପାଇଛନ୍ତି।ହରିଶ୍ଚନ୍ଦ୍ର କହିଛନ୍ତି କି ଅସ୍ତ୍ରୋପଚାର ପୂର୍ବରୁ ତାଙ୍କୁ ବହୁତ ଯନ୍ତ୍ରଣା ହେଉ ଥିଲା।ତାଙ୍କୁ ସମସ୍ତେ ଘୃଣା କରୁ ଥିଲେ ମାତ୍ର ଏବେ ତାଙ୍କୁ ପୁଣି ଥରେ କାମ ମିଳି ଯିବ ବୋଲି ସେ ଆଶା ରଖିଛନ୍ତି।

ତେବେ ଏପରି ଏକ ବିରଳ ରୋଗର ଅସ୍ତ୍ରୋପଚାର କରି କଟକ ବଡ଼ ମେଡ଼ିକାଲ ବା ଏସ୍.ସି.ବି. ମେଡ଼ିକାଲ କଲେଜ ପୁଣିଥରେ ଇତିହାସ ରଚିଛି ଏବଂ ଏହି ମେଡ଼ିକାଲ ଉପରେ ଥିବା ଲୋକଙ୍କ ବିଶ୍ୱାସ କୁ ସେ ସବୁବେଳେ ଅକ୍ଷୁର୍ଣ୍ଣ ରଖିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।