ଚାଷୀଙ୍କ ସହିତ କିଏ ? ବିଜେଡି, ବିଜେପି ଓ କଂଗ୍ରେସ ଭୂମିକାକୁ ନେଇ ଦ୍ଵନ୍ଦ ବଢ଼ୁଛି । ଆପଣଙ୍କ ମତାମତ କମେଣ୍ଟ କରନ୍ତୁ…

ଆପଣ ମାନେ ସମସ୍ତେ ଭଲ ଭାବରେ ଜାଣିଛନ୍ତି ଯେ ଦେଶରେ ଗତ ବର୍ଷ କେଉଁ ସମସ୍ୟା ରହିଥିଲା । ଏବଂ ବର୍ତ୍ତମାନ କେଉଁ କେଉଁ ନୂଆ ସମସ୍ୟା ମୁଣ୍ଡ ଟେକୁଛି । ଏହି ସବୁ ସମସ୍ୟା କୁ ସମାଧାନ କରି ଦେଶ ପୁଣିଥରେ ଆଗକୁ ବଢ଼ି ଚାଲିଛି । ତେବେ ଗତ ୨୦୨୦ ମସିହାରେ କୋରୋନା ପରିସ୍ଥିତି କାରଣରୁ ଲୋକଡାଉନ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ପୁଣିଆର୍ଥିକ ପରିସ୍ଥିତି ଖରାପ ହେବାରୁ ସରକାର ଲୋକଅନ ପ୍ରକ୍ରିୟା ଆରମ୍ଭ କରିବାକୁ ବାଧ୍ୟ ହୋଇଥିଲେ ।

ତେବେ ତାହା ଯାହାବି ହେଉ ଚଳିତ ବର୍ଷ ୨୦୨୧ ରେ କୋରନା ର ପ୍ରକୋପ ଟିକେ ସଂଯତକୁ ଆସିଛି ବୋଲି ଅନୁମାନ ହେଉଛି । କିନ୍ତୁ କୋରନା ସମସ୍ୟା ଟିକେ ବାଟକୁ ଆସିବା ସହିତ ଦେଶରେ ଅନ୍ୟ ଏକ ପରିସ୍ଥିତି ଦେଖା ଦେଇଛି ଏବଂ ତାହା ହେଉଛି ଚାଷୀଙ୍କ ସମସ୍ୟା ।

ଦିନକୁ ଦିନ ଚାଷୀଙ୍କ ମଧ୍ୟରେ ଦ୍ଵନ୍ଦ ବଢ଼ିବାରେ ଲାଗିଛି ଯେଉଁ କାରଣରୁ ତାହା ଉଗ୍ର ରୂପ ଧାରଣ କରିଛି । ଗତ କିଛି ମାସ ହେବ ଏବଂ ବର୍ତ୍ତମାନ ମଧ୍ୟ ଚାଷୀ ମାନଙ୍କ ଆନ୍ଦୋଳନ ବଢ଼ିବାରେ ଲାଗିଛି । ଯେଉଁ କାରଣରୁ ଆପଣ ମାନେ ଶୁଣିଥିବେ ଯେ ପୁରୁଷ ଲୋକ କ୍ଷେତକୁ କାମ କରିବାକୁ ଯାଉନଥିଲେ ଏବଂ ତାଙ୍କ ପରିବର୍ତ୍ତେ ମହିଳା ମାନେ ବିଲରେ କାମ କରୁଥିବାର ଦେଖା ଯାଇଥିଲା । ଏପରି ଦୃଶ୍ୟ ମଧ୍ୟପ୍ରଦେଶରେ ଦେଖା ଯାଇଥିଲା ।

କାରଣ ସେତେବେଳେ କୃଷକ ଆନ୍ଦୋଳନ ଏକ ଅଲଗା ମୋଡ଼ ନେଇଥିଲା । ତେବେ ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ କୃଷକ ମାନଙ୍କର ଦାବି ଯେ ଏହି ସମସ୍ୟାକୁ ଠିକ କରିବା ପାଇଁ କେଉଁ ଦଳ ଅର୍ଥାତ ବିଜେପି , ବିଜେଡି କିମ୍ବା କଂଗ୍ରେସ କୃଷକଙ୍କ ସହିତ ରହିବେ ।

 

ତେବେ ଏହି ପ୍ରଶ୍ନ ଉଠିଛି ଯେ କୃଷକ ମାନଙ୍କ ଆନ୍ଦୋଳନ ରେ କେଉଁ ମାନେ ସପୋର୍ଟ କରୁଛନ୍ତି । ପୂର୍ବରୁ ଏହି ଆନ୍ଦୋଳନ କାରଣରୁ ଦୁଇ ଦୁଇଥର ଭାରତ ବନ୍ଦ ଡାକରା ଦିଆଯାଇଥିଲା । ଏହି ଭାରତ ବନ୍ଦ ଡାକରା କୁ କଂଗ୍ରେସ ସମର୍ଥନ କରିଥିଲା ।

କିନ୍ତୁ ଗଣ ମାଧ୍ୟମରୁ ଏହା ଜଣା ପଡ଼ିଛି ଯେ ବର୍ତ୍ତମାନ ସୁଦ୍ଧା କୌଣସି ଦଳ ଏହାର ସପକ୍ଷରେ ନାହାଁନ୍ତି । ତେବେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରହିତ କହିଛନ୍ତି ଯେ ବିରୋଧୀ ଦଳ ମାନେ କୃଷି ଆଇନ ନେଇ ଲୋକଙ୍କୁ ଭ୍ରମିତ କରୁଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଓଡ଼ିଶାର ଜିଲ୍ଲା ଯଥା ବାଲେଶ୍ଵର , ବରଗଡ଼ , ଜୟପୁର , ଢେଙ୍କାନାଳ ଏବଂ କଟକ ରେ ସମାବେଶ କରି କୃଷକ ମାନଙ୍କ କଥା ବୁଝାଯିବ ।

ତେଣୁ କୌଣସି ଦଳର ସପକ୍ଷ କାରଣରୁ କୃଷକ ମାନଙ୍କର ଏହି ସମସ୍ୟା ସୁଧୁରି ପାରିବ । ପୁଣି ଏହା ମଧ୍ୟ ନଜର ଦେବା ଉଚିତ ଯେ ଗତ କିଛି ମାସ ମଧ୍ୟରେ କୃଷକ ମାନଙ୍କର ଏହି ଆନ୍ଦୋଳନ ପାଇଁ ୫୦ ରୁ ଉର୍ଦ୍ଧ ଚାଷୀଙ୍କର ମୃତ୍ୟୁ ହୋଇଛି । ତେଣୁ ତାଙ୍କର ଦାବି କୁ ପୂରଣ କରି ଏହି ସମସ୍ୟାର ସମାଧାନ ତୁରନ୍ତ କରାଯିବା ଉଚିତ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।