ସୈତାନ ସ୍ୱାମୀ । ସ୍ତ୍ରୀକୁ ଦେଢ଼ ବର୍ଷ ଧରି ଶୌଚାଳୟ ରେ ଭର୍ତ୍ତି କରି ରଖିଥିଲା ସ୍ୱାମୀ । କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଯୁଗ ଯେତେ ଆଗକୁ ଯାଉଛି ମଣିଷ ସେତେ ତଳକୁ ଖସି ଯାଉଛି।ଆଜିର ଏହି ବିଜ୍ଞାନ ର ଯୁଗ ରେ ମଣିଷ ଜୀବନ ର ପ୍ରକୃତ ଜ୍ଞାନ କୁ ଭୁଲି ଯାଉଛି।ମଣିଷ ନିଜ ର ମଣିଷ ପଣିଆ,ମାନବିକତା କୁ ସତେ ଯେମିତି ଭୁଲି ଗଲାଣି।ଆଜିର ଏହି ପାଶ୍ଚାତ୍ୟ ସଭ୍ୟତା ଭିତରେ ମଣିଷ ନିଜର ସଂସ୍କୃତି ଓ ସଭ୍ୟତା କୁ ଭୁଲି ଯାଇଛି ।

ଆଉ ଏମିତି ସବୁ କାର୍ଯ୍ୟ କରୁଛି ଯାହା କୁ ଶୁଣିଲେ ବିଶ୍ୱାସ କରି ହେବ ନାହିଁ ।ବେଳେବେଳେ ଏମିତି ସବୁ ଘଟଣା ଘଟୁଛି ଯାହା ସମ୍ପର୍କ ର ମୂଲ୍ୟବୋଧ କୁ କଳଙ୍କିତ କରୁଛି।ହରିୟାଣାର ପାନିପାଟ ଜିଲ୍ଲାର ଷିଷପୁର ଗ୍ରାମରେ ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ଯାହା ସଭ୍ୟ ସମାଜର ମୁଣ୍ଡ ତଳକୁ କରି ଦେବ।କାରଣ ଏଠାରେ ନିଜ ସ୍ତ୍ରୀକୁ ଶୌଚାଳୟ ମଧ୍ୟରେ ଦେଢ଼ ବର୍ଷ ଧରି ଭର୍ତ୍ତି କରି ରଖି ଥିଲା ସ୍ୱାମୀ।

କେବଳ ଏତିକି ନୁହେଁ ସ୍ତ୍ରୀକୁ ନିୟମିତ ଖାଇବାକୁ କିମ୍ବା ପିଇବାକୁ ମଧ୍ୟ ଦେଉ ନଥିଲା ସେହି ରାକ୍ଷସ ସ୍ୱାମୀ।ତେବେ ମିଳି ଥିବା ସୂଚନା ଅନୁଯାୟୀ, କୌଣସି ଏକ କାରଣରୁ ନିଜ ସ୍ତ୍ରୀକୁ ଅନ୍ୟ ପାଖରେ ବନ୍ଧା ରଖି ଥିଲା ସେହି ଅମାନୁଷିକ ସ୍ୱାମୀ।

ଏହା ବିଷୟରେ କୌଣସି ମତେ ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ ରଜନୀ ଗୁପ୍ତାଙ୍କ ପାଖରେ ସୂଚନା ପହଞ୍ଚି ଥିଲା।ତେବେ ସୂଚନା ପାଇବା ମାତ୍ରେ ସେହି ଅଧିକାରୀ ଜଣଙ୍କ ପୋଲିସ କର୍ମଚାରୀଙ୍କ ସହ ସେହି ମହିଳାଙ୍କ ଘରେ ପହଞ୍ଚି ଥିଲେ।ଘରେ ସ୍ୱାମୀ କୁ ତାର ସ୍ତ୍ରୀ ବିଷୟରେ ପଚାରି ଥିଲେ ହେଲେ ସ୍ୱାମୀ କିଛି କହି ନଥିଲେ।

ପରେ ସେମାନଙ୍କ ନଜର ସେହି ଘର ସମ୍ମୁଖରେ ଥିବା ଏକ ବନ୍ଦ ଶୌଚାଳୟ ଉପରେ ପଡ଼ି ଥିଲା।ତେଣୁ ଶୌଚାଳୟ ଖୋଲିବା ପରେ ତାହା ଭିତରେ ସେହି ମହିଳାଙ୍କୁ ଦେଖିବାକୁ ପାଇଥିଲେ ରଜନୀ ଗୁପ୍ତା।ମହିଳାଙ୍କ ଅବସ୍ଥା ଏତେ ଖରାପ ଥିଲା କି ସେ ନିଜ ଗୋଡ଼ରେ ଛିଡ଼ା ମଧ୍ୟ ହୋଇ ପାରୁ ନଥିଲେ।

ତେଣୁ ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରା ଯାଇ ଥିଲା।ତେବେ ଅଧିକାରୀ ଜଣକ କହିଛନ୍ତି କି ମହିଳାଙ୍କୁ ଯେତେବେଳେ ଖାଇବାକୁ ଦିଆ ଗଲା ,ସେତେବେଳେ ସେ ଏକାଥରେ ୮ ପଟ ରୁଟି ଖାଇ ଦେଇଥିଲେ।ମହିଳା ଜଣଙ୍କ କହି ଥିଲେ କି ତାଙ୍କୁ ତାଙ୍କ ସ୍ୱାମୀ ଖାଇବାକୁ କିମ୍ବା ପିଇବାକୁ ଦେଉ ନଥିଲେ।ତେବେ ସେହି ମହିଳାଙ୍କ ତିନିଜଣ ପୁଅ ଝିଅ ଅଛନ୍ତି।

ମହିଳା ଜଣଙ୍କ ୧୭ ବର୍ଷ ପୂର୍ବେ ନରେଶ କୁମାର ନାମକ ଯୁବକଙ୍କୁ ବିବାହ କରିଥିଲେ।ମାତ୍ର ଦେଢ଼ ବର୍ଷ ପୂର୍ବେ ତାଙ୍କ ସ୍ୱାମୀ ତାଙ୍କୁ ଏପରି ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲେ।ତେବେ ସ୍ୱାମୀ ଜଣଙ୍କ କହିଥିଲେ କି ତାଙ୍କ ସ୍ତ୍ରୀ ମାନସିକ ରୋଗୀ ଅଟନ୍ତି ତେଣୁ ସେ ତାଙ୍କ ଶୌଚାଳୟ ରେ ରଖିଥିଲେ।

ମାତ୍ର ସେ ତାଙ୍କ ସ୍ତ୍ରୀଙ୍କ ମାନସିକ ରୋଗ ବିଷୟରେ କୌଣସି ମେଡ଼ିକାଲ ପ୍ରମାଣ ପତ୍ର ଦେଖାଇ ପାରି ନଥିଲେ। ତେଣୁ ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ ଆଇପିସିର ଧାରା ୪୯୮A ଏବଂ ୩୪୨ ଅନୁଯାୟୀ ମହିଳାଙ୍କ ସ୍ୱାମୀ ନରେଶ କୁମାରଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛନ୍ତି ଏବଂ ତାଙ୍କୁ ଗିରଫ ମଧ୍ୟ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।