ପେଟ ମାଡି ସୋଉଥିଲେ ସାବଧାନ ! ପେଟ ମାଡ଼ି ଶୋଇବା ଦ୍ୱାରା ଶରୀରରେ ସୃଷ୍ଟି ହୋଇଥାଏ ଏହି ଘାତକ ସମସ୍ୟା

ଉତ୍ତମ ସ୍ୱାସ୍ଥ୍ୟ ସମସ୍ତେ ଚାହାଁନ୍ତି । ଏଥିପାଇଁ ସୁଷମ ଖାଦ୍ୟ , ପର୍ଯ୍ୟାପ୍ତ ପାଣି ସହ ଉତ୍ତମ ନିଦ ମଧ୍ୟ ଜରୁରୀ ଅଟେ । ପୁଣି ସୁସ୍ଥ ଶରୀର ପାଇଁ ଉତ୍ତମ ନିଦ ସହିତ ଶୋଇବାର ଠିକ ପୋଜିସନର ମଧ୍ୟ ଆବଶ୍ୟକତା ରହିଛି । ଅଧିକାଂଶ ଲୋକଙ୍କର ପେଟ ମାଡ଼ି ଶୋଇବାର ଆବଶ୍ୟକତା ରହିଛି । କାରଣ ଏଭଳି ଶୋଇବା ଦ୍ୱାରା ଆରାମ ଲାଗିଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି କି ପେଟ ମାଡ଼ି ଶୋଇବା ଦ୍ୱାରା ଆମ ଶରୀରରେ ଗୁରୁତର ସମସ୍ୟା ଦେଖା ଦେଇଥାଏ ।

ତେଣୁ ଯଦି ଆପଣଙ୍କୁ ମଧ୍ୟ ଏପରି ଶୋଇବାର ଅଭ୍ୟାସ ରହିଛି ତେବେ ଆଜିହିଁ ସେପରି ଅଭ୍ୟାସକୁ ପରିତ୍ୟାଗ କରି ଦିଅନ୍ତୁ । ଯାହାଦ୍ୱାରା ଆପଣଙ୍କ ଠାରେ ଦେଖା ଯାଉଥିବା ଅଧିକାଂଶ ଶରୀର ସମସ୍ୟା ଠିକ ହୋଇଯିବ । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ପେଟ ମାଡ଼ି ଶୋଇବା ଦ୍ୱାରା ହେଉଥିବା ସମସ୍ୟା ବିଷୟରେ କହିବୁ । ତେଣୁ ଏହିସବୁ ସମସ୍ୟା ବିଷୟରେ ଭଲ ଭାବରେ ଜାଣିବା ଏବଂ ବୁଝିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ।

ଗଣ୍ଠି ଏବଂ ପିଠି ଉପରେ ପଡ଼ିଥାଏ ଗୁରୁତର ପ୍ରଭାବ :-

ପେଟ ମାଡ଼ି ଶୋଇବା ଦ୍ୱାରା ଗଣ୍ଠି ଜନିତ ସମସ୍ୟା ସୃଷ୍ଟି ହେବା ସହିତ ବେକ ଏବଂ ପିଠିରେ ମଧ୍ୟ ଗଭୀର ଯନ୍ତ୍ରଣା ଅନୁଭୂତ ହୋଇଥାଏ । ଯାହା ପରବର୍ତ୍ତୀ ସମୟରେ ଭୟଙ୍କର ରୂପ ନେଇପାରେ । ଏହାର ସିଧା ପ୍ରଭାବ ଆମ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ । ଯନ୍ତ୍ରଣା ଯୋଗୁଁ ରାତିରେ ନିଦ ନହେବା କାରଣରୁ ଦିନସାରା ମାନ୍ଦାଳିଆ ଲାଗିଥାଏ । ତେଣୁ ପେଟ ମାଡ଼ି ଶୋଇବା ଆଦୌ ଉଚିତ ନୁହେଁ ।

ବେକରେ ଗଭୀର ଯନ୍ତ୍ରଣା :-

ସେହିପରି ପେଟ ମାଡ଼ି ଶୋଇବା ଦ୍ୱାରା ବେକରେ ଗଭୀର ଯନ୍ତ୍ରଣା ଅନୁଭୂତ ହୋଇଥାଏ । ପେଟ ମାଡ଼ି ଶୋଇବା ଦ୍ୱାରା ଉଭୟ ମୁଣ୍ଡ ଏବଂ ମେରୁଦଣ୍ଡ ଉପରେ ପ୍ରଭାବ ପଡ଼ିବା ସହିତ ଅନ୍ୟାନ୍ୟ ସମସ୍ୟା ମଧ୍ୟ ଦେଖା ଦେଇଥାଏ । ଅନେକ ସମୟରେ ରାତିରେ ଏପରି ଶୋଇବା କାରଣରୁ ସକାଳେ ବେକରେ ଯନ୍ତ୍ରଣା ଆରମ୍ଭ ହୋଇଥାଏ । ତେଣୁ ପେଟ ମାଡ଼ି ଶୋଇବା ଆଦୋୖ ଉଚିତ ନୁହେଁ ।

ମୁଣ୍ଡ ବ୍ୟଥା ସମସ୍ୟା :-

ପେଟ ମାଡ଼ି ଶୋଇବା ଦ୍ୱାରା ମୁଣ୍ଡ ବ୍ୟଥା ସମସ୍ୟା ଦେଖା ଦେଇଥାଏ । ଏଭଳି ଶୋଇବା ଦ୍ୱାରା ବେକ ମୋଡ଼ି ହୋଇଯାଏ । ଯେଉଁ କାରଣରୁ ମୁଣ୍ଡରେ ଠିକ ଭାବରେ ରକ୍ତ ସଞ୍ଚାଳନ ହୋଇ ପାରେ ନାହିଁ ଏବଂ ମୁଣ୍ଡ ବିନ୍ଧା ଆରମ୍ଭ ହୋଇଥାଏ । ଏହା ଦ୍ୱାରା ମୁଣ୍ଡ ସବୁବେଳେ ଗରମ ଅନୁଭୂତ ହୋଇଥାଏ ଯେଉଁ କାରଣରୁ ସବୁ ସମୟରେ ଅଣନିଶ୍ୱାସୀ ଲାଗିଥାଏ ।

ପେଟରେ ଦେଖା ଦେଇଥାଏ ବିଭିନ୍ନ ସମସ୍ୟା :-

ପେଟ ମାଡ଼ି ଶୋଇବା ଦ୍ୱାରା ଏହାର ସିଧା ପ୍ରଭାବ ପାଚନ ପ୍ରକ୍ରିୟା ଉପରେ ପଡ଼ିଥାଏ । ଏପରି ଶୋଇବା ଦ୍ୱାରା ଆପଣ ଖାଇଥିବା ଖାଦ୍ୟ ଠିକ ଭାବରେ ହଜମ ହୋଇ ନଥାଏ । ଯେଉଁ କାରଣରୁ ଗ୍ୟାସ , କୋଷ୍ଠକାଠିନ୍ୟ ଏବଂ ଅନ୍ୟାନ୍ୟ ପେଟ ସମସ୍ୟା ଦେଖା ଦେଇଥାଏ । ଏପରିକି ଅନେକ ସମୟରେ ପାଚନ କ୍ରିୟା ଏହି କାରଣରୁ ବାଧାପ୍ରାପ୍ତ ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।