ନବୀନ ପଟ୍ଟନାୟକ କେମିତି ହେଲେ ମୁଖ୍ୟମନ୍ତ୍ରୀ ନମ୍ବର-୧ ? ଗୁମର ଖୋଲିଲେ ବିଧାୟକ ସୁର ରାଉତରାୟ।କହିଲେ ଟଙ୍କା ଦେଇ…….ଏଥିରେ ଆପଣଙ୍କର ମତାମତ କମେଣ୍ଟ କରନ୍ତୁ

ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବନିଛନ୍ତି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରଯୁକ୍ତ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ସର୍ବୋଚ୍ଚ ସ୍ଥାନ ମିଳିଛି।

ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ପାଇଁ ଏବିପି ନିୟୁଜ୍ ଚ୍ୟାନେଲ ପକ୍ଷରୁ କରା ଯାଇ ଥିବା ସର୍ଭେ ରେ ମୋଟ ୩୧ ଜଣ ମୁଖ୍ୟ ମନ୍ତ୍ରୀ ଙ୍କୁ ସାମିଲ କରା ଯାଇ ଥିଲା। ଏହି ୩୧ ଜଣ ମୁଖ୍ୟ ମନ୍ତ୍ରୀ ଙ୍କ ମଧ୍ୟରୁ ସବୁଠୁ ପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ ହୋଇଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ।

ତେବେ ଏହି କଥା ଦୃଢ଼ ଭାବେ ପ୍ରତିବାଦ କରିଛନ୍ତି ଜଟଣୀ ବିଧାୟକ ସୁର ରାଉତ। ସେ ଏହି କଥା ରେ ନିଜର ନାରାଜି ଦେଖିଛନ୍ତି।କହିଛନ୍ତି ଯେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆୱାର୍ଡ଼ ନେବା ପାଇଁ ଯୋଗ୍ୟ ନୁହନ୍ତି।

ସେ କହିଛନ୍ତି ଯେ ନବୀନ ପଟ୍ଟନାୟକ ରାଜ୍ୟ ର କିଛି ବିକାଶ କରି ନାହାଁନ୍ତି , ରାଜ୍ୟ ର କୌଣସି ପ୍ରକାର ଆଇନ୍ ଶୃଙ୍ଖଳା ନାହିଁ , ଏହା ସହିତ ଅନେକ ଲୋନ ମଧ୍ୟ ପଡି ରହିଛି ଏହା ସତ୍ୱେ ସେ ନମ୍ୱର୍ ୱାନ ମୁଖ୍ୟ ମନ୍ତ୍ରୀ ଭାବେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କୁ କିପରି ଚୟନ କରାଯାଇ ପାରିଛି । ନବୀନ ପଟ୍ଟନାୟକ ଙ୍କୁ ପଇସା ନେଇ ନମ୍ୱର୍ ୱାନ ମୁଖ୍ୟ ମନ୍ତ୍ରୀ କରା ଯାଇ ଅଛି। ରାଜ୍ୟ ବିକାଶ ପାଇଁ ତାଙ୍କର ଅବଦାନ କିଛି ନାହିଁ ବୋଲି ସେ କହିଛନ୍ତି।

ତେବେ ସେ ଆହୁରି ମଧ୍ୟ କହିଛନ୍ତି ଯେ ପଇସା ନେଇ ବେଳେ ବେଳେ ଏମିତି କାର୍ଯ୍ୟ କରା ଯାଉ ଅଛି ଯାହା ସମସ୍ତ ଙ୍କୁ ଖୁବ୍ ଦୁଃଖ ଦେଉଛି। ସେ କାହାରି ପାଇଁ କିଛି ବି କରି ନାହାଁନ୍ତି । ରାଜ୍ୟ ବେକାରୀ ସମସ୍ୟା ମଧ୍ୟ ବଢ଼ିବାରେ ଲାଗିଛି ।

ତେବେ ଜଣାଇ ଦେଉଛୁ ଯେ ଏବିପି ନିୟୁଜ୍ ଚ୍ୟାନେଲ ପକ୍ଷରୁ ଏକ ସର୍ଭେ କରା ଯାଇ ଥିଲା ଓ ଯେଉଁ ଥିରେ ଦେଶର ମୋଟ ୩୧ ଜଣ ମୁଖ୍ୟ ମନ୍ତ୍ରୀ ଙ୍କୁ ସାମିଲ କରା ଯାଇ ଥିଲା ।ତେବେ ଏହି ସର୍ଭେ ଲୋକ ମାନଙ୍କୁ ପଚରା ଯାଇ ଥିଲା ଯେ ସବୁଠୁ ପ୍ରିୟ ମୁଖ୍ୟମନ୍ତ୍ରୀ କିଏ ଯେଉଁ ଥିରେ ସର୍ବୋଚ୍ଚ ସ୍ଥାନ ରେ ଥିଲେ ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ।

ତେବେ ଦେଶର ସର୍ବଶ୍ରେଷ୍ଠ ତିନୋଟି ମନ୍ତ୍ରୀ ମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନ ରେ ଅଛନ୍ତି ଓଡ଼ିଶା ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ , ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଅରବିନ୍ଦ କେଜ୍ରିୱାଲ , ଆଉ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗମୋହନ ରେଡ୍ଡୀ ।

ତେବେ ସ୍ୱର୍ଗତ ବିଜୁ ପଟ୍ଟନାୟକ ଙ୍କ ସୁପୁତ୍ର ଅଟନ୍ତି ନବୀନ ପଟ୍ଟନାୟକ ଓ ସେ ବର୍ତମାନ ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି। ସେ ଦୀର୍ଘ ବର୍ଷ ଧରି ବିଜେଡ଼ି ପକ୍ଷରୁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇ ଆସିଛନ୍ତି। କିନ୍ତୁ ଏହି କଥା କୁ ଅସ୍ବୀକାର କରିଛନ୍ତି ଜଟଣୀ ବିଧାୟକ ସୁର ରାଉତ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।