ମାଳିକା କଲା ଭୟଙ୍କର ଭବିଷ୍ୟବାଣୀ।ବାଲେଶ୍ଵର ରେ ୮୦ ଫୁଟ ଉପରକୁ ଉଠିବ ସମୁଦ୍ର ପାଣି।ବୁଡ଼ିବ ସାରା ବାଲେଶ୍ଵର ଜାଣନ୍ତୁ କେବେ…….?

ଏହି ପୃଥୀବିରେ ଆଜି ଯାହା ବି ହେଉଛି ତାହାକୁ ମହାପୁରୁଷ ମାନେ ଶହ ଶହ ବର୍ଷ ପୂର୍ବରୁ ମାଳିକାରେ ଲେଖି ଯାଇଛନ୍ତି। ସେହିପରି ଜଣେ ମହାପୁରୁଷ ଯିଏ ଓଡ଼ିଶାର ଗୌରବ ସେ ହେଉଛନ୍ତି ଅଚ୍ୟୁତାନନ୍ଦ ମହାପୁରୁଷ। ତାଙ୍କର ଶ୍ରେଷ୍ଠ ଭବିଷ୍ୟତ ମାଳିକା ହେଉଛି ‘ଆଗତ ଭବିଷ୍ୟତ ମାଳିକା’।

ସେ ପୃଥୀବିରେ ଭବିଷ୍ୟତ ରେ କେବେ ବନ୍ୟା, ବାତ୍ୟା, ମରୁଡ଼ି, ମହାମାରୀ ଆସିବ ତାହା ଲେଖି ଥିଲେ ତା ସହ ଆଜିର ସମାଜର ରୀତିନୀତି, ଚାଲି ଚଳନ, ପୋଲିସ, ସରକାର,ପ୍ରଶାସନ, ରାଜନୀତି ବିଷୟ ରେ ଏବଂ ସାମ୍ବାଦିକ, ପଞ୍ଚଭୂତ, ସାଧୁ ସନ୍ଥ, ସନ୍ନ୍ୟାସୀ, ବାବାଜୀ ମାନଙ୍କ ବିଷୟରେ ଶହ ଶହ ବର୍ଷ ତଳେ ଭବିଷ୍ୟ ବାଣୀ କରି ଥିଲେ।ମାଳିକା କୁ ଅନେକ ଗବେଷଣା କରନ୍ତି ନାହିଁ।ଏହାର ସତ୍ୟା ସତ୍ୟ ଏବଂ ଗୁରୁତ୍ଵ କୁ ଅନେକ ଉପଲବ୍ଧି କରିବାକୁ ଚାହାନ୍ତି ନାହିଁ।

କିନ୍ତୁ ମାଳିକା ସବୁ ସତ୍ୟ ଘଟଣା ଉପରେ ଏକ ଭବିଷ୍ୟବାଣୀ ସ୍ୱରୂପ କରିଥାଏ।ଏହା ସମସ୍ତଙ୍କୁ ଚେତେଇବା ପାଇଁ ଉଦ୍ଦିଷ୍ଟ। ସମସ୍ତଙ୍କୁ ସଚେତନ କରିବା ସହିତ ଏହା ଲୋକଙ୍କୁ ଏକ ଉଚିତ୍ ମାର୍ଗ ବା ଦିସା ଦେଖାଇ ଥାଏ।

ମହାପୁରୁଷ ଅଚ୍ୟୁତାନନ୍ଦ,ଅରକ୍ଷିତ ଦାସ ଓ ପଞ୍ଚସଖା ମାନେ ଓଡ଼ିଶା ର ବିଭିନ୍ନ ଜିଲ୍ଲା ମାନଙ୍କ ବିଷୟରେ ମଧ୍ୟ ଅନେକ କଥା ଲେଖିଛନ୍ତି।ତେବେ ଆଜି ଆମେ ସେହି କିଛି ପଦ ବିଷୟ ରେ ଜାଣିବା ଯାହାକୁ ମହାପୁରୁଷ ଓଡ଼ିଶାର ବାଲେଶ୍ଵର ବିଷୟରେ ୬୦୦ ବର୍ଷ ପୂର୍ବେ ମାଳିକା ଭାବେ ଲେଖି ଦେଇ ଯାଇ ଥିଲେ।ଏହାକୁ ସେ ତାଙ୍କ “ଓଡ଼ିଶା ସ୍ଥାନ ତତ୍ତ୍ୱ ନିରୂପଣ” ମାଳିକାରେ ଲେଖିଛନ୍ତି।ମହାପୁରୁଷ ବାଲେଶ୍ଵର ଜିଲ୍ଲାର ପଞ୍ଚଲିଙ୍ଗେଶ୍ୱର ମନ୍ଦିର ବିଷୟରେ ଲେଖିଛନ୍ତି କି;

“ପଞ୍ଚଲିଙ୍ଗେଶ୍ୱର ମହିମା ଅପାର ଶୁଣ ରାମ ମନଦେଇ ଦର୍ଶନ କରିଲେ କୋଟି ପାପ କ୍ଷୟ ତା ପୁଣ୍ୟ କେହୁବା କହି”  ଅର୍ଥାତ ପଞ୍ଚଲିଙ୍ଗେଶ୍ୱର ମହାଦେବ ଙ୍କ ଦର୍ଶନ କଲେ ଆପଣଙ୍କ କୋଟି ପାପ କ୍ଷୟ ହୁଏ।ଏହା ସହିତ ମହାପୁରୁଷ ଆହୁରି ମଧ୍ୟ କହିଛନ୍ତି ;” ବହୁବାର ସେଠି ବତାସ ବହିବ  ଘୃଣି ଝଡ଼ ପୁଣି ହେବ ସମୁଦ୍ର ଆସିଣ ଉଗ୍ର ରୂପ ଧରି ଗାଁ ଗଣ୍ଡା ଧୋଇ ଦେବ।”

ଅର୍ଥାତ ବାଲେଶ୍ଵର ରେ ସମୁଦ୍ର ମାଡ଼ି ଆସିବ ଓ ଉଗ୍ରରୂପ ଧାରଣ କରିବ।ଏଠାରେ ଅନେକ ଥର ଘୃଣି ବାତ୍ୟା ମଧ୍ୟ ହେବ।ଝଡ଼ ତୋଫାନ ରେ ଗାଁ ଗଣ୍ଡା ସମୁଦ୍ର ମଧ୍ୟରେ ପ୍ରଵେଶ କରିବ।ତେଣୁ ଲୋକ ମାନଙ୍କୁ ରକ୍ଷା କରିବା ପାଇଁ ବାଲେଶ୍ଵର ର ଅନେକ ସ୍ଥାନରେ ମହାଦେବ ଶିବ ବିଭିନ୍ନ ରୂପ ଧାରଣ କରିବେ।ତେଣୁ ସେ ଲେଖିଲେ;

” ଚନ୍ଦନେଶ୍ୱର ରୂପରେ ହର ଆଉ ଡାକିଲେ ଶୁଣନ୍ତି କୃପା ଅପାର।”ଅର୍ଥାତ ଚନ୍ଦନେଶ୍ୱର ରେ ଦେବଦେବ ମହାଦେବ ରହିବେ ଯାହାଙ୍କୁ ଡାକିଲେ ସେ ଉଦ୍ଧାର କରିବେ।ପୁଣି ଲେଖିଲେ;”କିଛି ଭକ୍ତ ଆସି ଗୁପତେ ରହି ପ୍ରଭୁଙ୍କୁ ସ୍ଥାପନା କରିବେ ସେହି।”

ଅର୍ଥାତ ଦେଖନ୍ତୁ କ୍ଷୀରଚୋରା ଗୋପୀନାଥ ଙ୍କୁ ଭକ୍ତ ମାନେ ଗୁପ୍ତ ଭାବରେ ସ୍ଥାପନ କରିଥିଲେ।ଏହା ସହିତ ମହାପୁରୁଷ ନୀଳଗିରି ମହାଦେବ, ଲଂଗଳେଶ୍ୱର ହର ପାର୍ବତୀ, ଭୂଷଣ୍ଡେଶ୍ୱର ମହାଦେବ ଙ୍କ ବିଷୟରେ ମଧ୍ୟ ମାଳିକାରେ ।ଲେଖିଛନ୍ତି।