କଣ ଜାଣିଛନ୍ତି ଜାଇଫଳ ଖାଇଲେ ଆମ ଶରୀରରେ କେଉଁ କେଉଁ ରୋଗ ଭଲ ହୁଏ ବୋଲି । ଜାଣନ୍ତୁ ଜାଇଫଳ ର ଉପକାରିତା ବିଷୟରେ

ଆମେ ପ୍ରତିଦିନ ଖାଦ୍ୟରେ ଅନେକ ପ୍ରକାରର ସୁଷମ ଖାଦ୍ୟ ଖାଇଥାଉ।ଶରୀର ର ବୃଦ୍ଧି ପାଇଁ ଏବଂ ସଠିକ ପୋଷଣ ପାଇଁ ଆମକୁ ପୁଷ୍ଟିକର ଖାଦ୍ୟ ଖାଇବା ଅତ୍ୟନ୍ତ ଜରୁରୀ।ଶରୀର କୁ ଶୁସ୍ଥ ଏବଂ ସୁଦୃଢ଼ ରଖିବାକୁ ହେଲେ ଅନେକ ପ୍ରକାରର ଭିଟାମିନ ର ଆବଶ୍ୟକ ରହିଛି ବୋଲି ଡାକ୍ତର ମାନେ କୁହନ୍ତି।

ତେଣୁ ଆମେ ପ୍ରତ୍ୟେକ ଦିନ ବିଭିନ୍ନ ପ୍ରକାର ର ଖାଦ୍ୟ ଯେପରିକି ମାଛ,ମାଂସ, ଅଣ୍ଡା,ଫଳ,ପନିପରିବା,କ୍ଷୀର ଇତ୍ୟାଦି ଖାଇ ଥାଉ।ଫଳରେ ବିଭିନ୍ନ ପ୍ରକାରର ଭିଟାମିନ୍ସ, ମିନେରାଲ, ପ୍ରୋଟିନ ରହି ଥାଏ।ପ୍ରତ୍ୟେକ ଦିନ ଫଳ ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ର ମାତ୍ରା ବୃଦ୍ଧି ପାଇବା ସହିତ ଏହା ଆମ ଶରୀରରୁ ଅନେକ ରୋଗକୁ ଦୂର କରି ଥାଏ।

ତେବେ ସେହି ପରି ଆମ ଚତୁଃପାଶ୍ୱର୍ରେ ଅନେକ ଔଷଧୀୟ ବୃକ୍ଷ ମଧ୍ୟ ରହିଛି, ଯାହାର ଫଳ ସେବନ କଲେ ଆମ ଶରୀରରୁ ଅନେକ ରୋଗ ଦୂର ହୋଇ ଥାଏ।ତେବେ ଆୟୁର୍ବେଦ ରେ ବିଭିନ୍ନ ଔଷଧୀୟ ଫଳ ବିଷୟରେ ବର୍ଣ୍ଣନା କରା ଯାଇଛି।

ତା ମଧ୍ୟରେ ଜାଇଫଳ ଅନ୍ୟତମ।କାରଣ ଜାଇଫଳ କୁ ଅଧିକାଂଶ ଲୋକ ରୋଷେଇ ଘରେ ବ୍ୟବହାର କରିଥାନ୍ତି।ଜାଇଫଳର ଉପକାରିତା ବିଷୟରେ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ ।ତେବେ ଆସନ୍ତୁ ଜାଣିବା ପ୍ରତିଦିନ ଜାଇଫଳ ସେବନ କରିବାର ଫାଇଦା ବିଷୟରେ।

୧:- ଓଜନ ହ୍ରାସ କରାଇଥାଏ।

ପ୍ରତ୍ୟେକ ଦିନ ଜାଇଫଳ ଗୁଣ୍ଡକୁ ଉଷୁମ ପାଣିରେ ଗୋଳାଇ ଖାଇବା ଦ୍ୱାରା ଶରୀରରେ ମେଟାବୋଲିଯିମ ପ୍ରକ୍ରିୟା ଠିକ ଭାବେ ହୋଇ ଥାଏ ଓ ଆମର କଲେଷ୍ଟ୍ରଲ ସ୍ତର ମଧ୍ୟ କମ୍ ହୋଇ ଥାଏ। ଯାହା ଦ୍ୱାରା ଶରୀରରେ ଥିବା ବଳକା ଚର୍ବି ଧୀରେ ଧୀରେ ଗାଏବ ହୋଇ ଯାଏ ଏବଂ ମୋଟାପଣ ରୁ ମୁକ୍ତି ମିଳି ଥାଏ।ତେଣୁ ଯେଉଁ ମାନେ ମେଦ ବହୁଳତା,ମୋଟପଣ ରୁ ମୁକ୍ତି ଓ ଓଜନ ହ୍ରାସ କରାଇବା ପାଇଁ ଚାହୁଁଛନ୍ତି, ସେମାନେ ପ୍ରତ୍ୟେକ ଦିନ ଜାଇଫଳ ଖାଇଲେ ସେମାନଙ୍କ ସମସ୍ତ ସମସ୍ୟା ଦୂର ହେବ।

୨:- ହଜମ ଶକ୍ତି ବୃଦ୍ଧି କରାଇଥାଏ।

ପ୍ରତ୍ୟେକ ଦିନ ଜାଇଫଳ ଖାଇବା ଦ୍ୱାରା ଶରୀରରେ ହଜମ ଶକ୍ତି ପ୍ରକ୍ରିୟା ଠିକ ଭାବେ ହୋଇ ଥାଏ।ତେଣୁ କୋଷ୍ଟକାଠିନ୍ୟ , ଗ୍ୟାସ ଏବଂ ଅଦୃଶ୍ୟତା ପରି ରୋଗ ଠାରୁ ମୁକ୍ତି ମିଳି ଥାଏ।

୩:- ମଧୁମେହ ରୋଗରୁ ମୁକ୍ତି ଦେଇଥାଏ।

ଜାଇଫଳ ମଧୁମେହ ରୋଗୀଙ୍କ ପାଇଁ ବରଦାନ ସଦୃଶ।କାରଣ ଜାଇଫଳରେ ଏମିତି ଏକ ପ୍ରୋପର୍ଟି ରହିଛି ଯାହା ଆମ ଶରୀରରେ ଇନସୁଲିନ ର ମାତ୍ରା କୁ ନିୟନ୍ତ୍ରଣ କରି ଥାଏ।ତେଣୁ ପ୍ରତ୍ୟେକ ଦିନ ଜାଇଫଳ ଖାଇବା ଦ୍ୱାରା ମଧୁମେହ ରୋଗରୁ ମୁକ୍ତି ମିଳି ଥାଏ।

ଏହା ସହିତ ଜାଇଫଳ ସୁଗାର ଲେବଲ କୁ ମଧ୍ୟ ନିୟନ୍ତ୍ରଣ କରି ଥାଏ।ତେଣୁ ପ୍ରତ୍ୟେକ ଦିନ ନିୟମିତ ଉଷୁମ ପାଣିରେ ଜାଇଫଳ ମିଶାଇ ସେବନ କରିବା ଦ୍ୱାରା ରକ୍ତରୁ ସର୍କରା ର ମାତ୍ର କମ୍ ହୋଇ ଯାଏ।ଯାହା ଦ୍ୱାରା ମଧୁମେହ ବା ଡାଇବେଟିସ ରୁ ମୁକ୍ତି ମିଳି ଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।