ଜାଣନ୍ତୁ ଦେବଦେବ ମହାଦେବ ଙ୍କ ମହାଶକ୍ତିଶାଳୀ ମହାମୃତ୍ୟୁଞ୍ଜୟ ମନ୍ତ୍ରର ଶକ୍ତି ବିଷୟରେ।ପ୍ରତ୍ୟେକ ଦିନ ଏହି ମନ୍ତ୍ରକୁ ଯପ କଲେ ମିଳିଥାଏ ଏହି ଉପକାର

ହିନ୍ଦୁ ଧର୍ମରେ ଅନେକ ଦେବା ଦେବୀ ରହିଛନ୍ତି।ମାତ୍ର ସେମାନଙ୍କୁ ମଧ୍ୟରୁ ତିନି ଜଣଙ୍କୁ ଆମେ ପ୍ରମୁଖ ଦେବତା ବୋଲି କହି ଥାଉ।ସେମାନେ ହେଲେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ବର।ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରଭୁ ମହାଦେବ ଙ୍କୁ ସୃଷ୍ଟିର ଅଧିପତି ବୋଲି ଆମେ ମଣିଥାଉ।ମହାଦେବ ହିଁ ସୃଷ୍ଟିର ପାଳନ କର୍ତ୍ତା ବୋଲି କୁହା ଯାଏ।

ମହାଦେବ ଏକ ମାତ୍ର ଦେବତା ଯିଏକି ଶିବ ଲିଙ୍ଗ ଆକାରରେ ପୂଜା ପାଆନ୍ତି।ତାଙ୍କୁ ପୂଜା କଲେ ସେ ସମସ୍ତ ବିପଦ କୁ ଦୂର କରନ୍ତି।ସଂସାରର ମଙ୍ଗଳ ପାଇଁ ସେ ହଳାହଳ ବିଷକୁ ମଧ୍ୟ ପାନ କରି ଥିଲେ।ତେଣୁ ତାଙ୍କୁ ନୀଳକଣ୍ଠ ବୋଲି ମଧ୍ୟ କୁହା ଯାଏ।

ଭୋଳାନାଥ ଯେବେ ଯେଉଁ ଭକ୍ତ ଉପରେ ପ୍ରଶର୍ଣ୍ଣ ହୁଅନ୍ତି ତା’ ଉପରେ ଅପାର କୃପା ଓ ଆଶୀର୍ବାଦ ବର୍ଷା କରିଥାନ୍ତି।ଭଗବାନ ଭୋଳାନାଥ ବି ମଧ୍ୟ ସ୍ୱଭାବରେ ଭୋଳା ଅଟନ୍ତି।ମହାଦେବ ଙ୍କୁ ସର୍ବଦା ଶାନ୍ତ କରିବା ପାଇଁ ତାଙ୍କ ମୁଣ୍ଡରେ ଗଙ୍ଗା ମାତା ଓ ଚନ୍ଦ୍ର ରହିଛନ୍ତି।ମହାଦେବଙ୍କ ମୁଖ୍ୟ ଅସ୍ତ୍ର ହେଉଛି ତ୍ରିଶୂଳ।ତାଙ୍କ ହାତରେ ସବୁବେଳେ ଏକ ଡମ୍ବରୁ ଥାଏ।ତାଙ୍କ ବେକରେ ଏକ ସର୍ପ ରହି ଥାଏ।ତାଙ୍କ ବାହାନ ବୃଷଭ ବା ନନ୍ଦି ଅଟେ।ତାଙ୍କ ଧନୁର ନାମ ପିନାକ ଅଟେ।

ସେ ବାଘ ଚର୍ମ ଉପରେ ବସି ତପସ୍ୟା କରନ୍ତି। ତେବେ ଭଗବାନ ଶିବ ଙ୍କ ର ଅତି ପ୍ରିୟ ହୋଇଥାଏ ମହା ମୃତ୍ୟୁଞ୍ଜୟ ମନ୍ତ୍ର । ଏହି ମନ୍ତ୍ର କୁ ଜପ କରିବା ଦ୍ଵାରା ଆତ୍ମା କୁ ଶାନ୍ତି ମିଳିଥାଏ। ପୁରାଣ ଯୁଗରୁ ହିଁ ଏହି ମନ୍ତ୍ର ର ମହତ୍ୱ ବହୁତ୍ ରହିଛି ।

ଏହି ମନ୍ତ୍ର କୁ ପ୍ରତିଦିନ ଜପ କରିବା ଦ୍ଵାରା ଘରକୁ ଆସୁଥିବା ସମସ୍ତ ପ୍ରକାର ନକାରାତ୍ମକ ଶକ୍ତି ଓ ଘର ଉପରେ ପଡୁଥିବା ସମସ୍ତ ପ୍ରକାର ଅଶୁଭ ଦୃଷ୍ଟି ଦୁର ହୋଇଥାଏ। ପ୍ରତିଦିନ ସକାଳେ ଏହି ମନ୍ତ୍ର କୁ ତିନି ଥର ଜପ କରିବା ଦ୍ଵାରା ସମସ୍ତ ପ୍ରକାର ସମସ୍ୟା ଦୂର ହୋଇ ଥାଏ। ସବୁ କାର୍ଯ୍ୟ ରେ ଶୁଭ ହୋଇଥାଏ । କୁହାଯାଏ ଏହି ମନ୍ତ୍ର ରେ ଏତେ ଶକ୍ତି ରହିଛି ଯେ ଏହି ମନ୍ତ୍ର ପ୍ରତିଦିନ ଜପ କରିବା ଦ୍ଵାରା ମୃତ୍ୟୁ ମଧ୍ୟ ଦୂରେଇ ଜାଏ ତେଣୁ ଏହି ମନ୍ତ୍ର କୁ ମହା ମୃତ୍ୟୁଞ୍ଜୟ ମନ୍ତ୍ର ବୋଲି କୁହାଯାଏ ।

ତେବେ ଅନେକ ସାଧୁ ସନ୍ଥ ଙ୍କ କହିବା ଅନୁସାରେ ଏହି ମନ୍ତ୍ର ପ୍ରତିଦିନ ଜପ କରିବା ଦ୍ୱାରା ଆପଣ ଙ୍କ ଚାରି ପାଖରେ ଏକ ଅଦୃଶ୍ୟ ସୁରକ୍ଷା ବଳୟ ସୃଷ୍ଟି ହୋଇଥାଏ ଯେଉଁ ସୁରକ୍ଷା ବଳୟ ଭିତରେ ଆପଣ ସର୍ବଦା ରହି ଥାଆନ୍ତି ।

ତେବେ ଯଦି ଆପଣ ଭଗବାନ ଶିବ ଙ୍କ ର ଭକ୍ତ ହୋଇ ଥାଆନ୍ତି ଓ ଭଗବାନ ଭୋଳା ଶଙ୍କର ଙ୍କୁ ପ୍ରସନ୍ନ କରିବା ପାଇଁ ଚାହୁଁଛନ୍ତି ତେବେ ପ୍ରତିଦିନ ଗାଧୋଇ ସାରିବା ପାରେ ଏହି ମନ୍ତ୍ର କୁ ଜପ କରନ୍ତୁ । ଏହା ଦ୍ବାରା ଭଗବାନ ଶିବ ଙ୍କ ଅପାର କୃପା ଦୃଷ୍ଟି ଆପଣଙ୍କ ଉପରେ ସର୍ବଦା ରହିବା ସହିତ ଭଗବାନ ଆପଣ ଙ୍କ ଉପରେ ସର୍ବଦା ପ୍ରସନ୍ନ ରହିବେ । ଏହି ମନ୍ତ୍ର ର ଶକ୍ତି ଏତେ ଅଧିକ ଥାଏ ଯେ ଯେତେ ବଡ଼ ସମସ୍ୟା ଥିଲେ ମଧ୍ୟ ଏହାର ସମାଧାନ କରିବା ପାଇଁ ଆପଣ ସକ୍ଷମ ହୋଇ ଥାଆନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।