ଏହି ମଙ୍ଗଳବାର ରେ କରି ଦିଅନ୍ତୁ ଏହି ଛୋଟିଆ କାମ।ଦେଖିବେ ହନୁମାନଙ୍କ କୃପାରୁ ଆପଣଙ୍କ ଘରେ ଧନର ବର୍ଷା ହେବ

ଧାର୍ମିକ ପ୍ରଥା ଅନୁସାରେ ମଙ୍ଗଳବାର ଓ ଶନିବାର ଦିନ ଭଗବାନ ହନୁମାନ ଙ୍କର ଦିନ ହୋଇଥାଏ।କିନ୍ତୁ ଯଦି ଆପଣ ହୃଦୟରେ ସହିତ ତାଙ୍କ ଧ୍ୟାନ କରିବେ ତାହେଲେ ସେ ସବୁଦିନ ସବୁ ସମୟରେ ତାଙ୍କ ପାଖରେ ରହିବେ।ପବନପୁତ୍ର ହନୁମାନ ଆପଣଙ୍କ ସମସ୍ତ ସଂକଟ ଦୂର କରିଥାନ୍ତି ତେଣୁ ତାଙ୍କୁ ସଂକଟମୋଚନ ବୋଲି କୁହାଯାଏ।

ଭଗବାନ ହନୁମାନ କଳି ଯୁଗରେ ମଧ୍ୟ ଅମର ହୋଇ ରହିଛନ୍ତି।ତାଙ୍କୁ ସଫା ମନରେ ଓ ଭକ୍ତିର ସହ ହୃଦୟ ରୁ ସ୍ମରଣ କଲେ , ସବୁ ବିପଦ ଦୂର ହୋଇଥାଏ।ହନୁମାନ ଙ୍କୁ ଖୁସି କରିବା ପାଇଁ ଭକ୍ତ ମାନେ ମଙ୍ଗଳବାର ଓ ଶନିବାର ଦିନ ତାଙ୍କୁ ପୂଜା କରିଥାନ୍ତି।

ପ୍ରଭୁ ହନୁମାନ ଚିରଞ୍ଜିବି ଅଟନ୍ତି।କଳିଯୁଗରେ ଜୀବନ୍ତ ଭଗବାନ ହେଉଛନ୍ତି ସଂକଟ ମୋଚନ ହନୁମାନ। ଭଗବାନ ଶ୍ରୀରାମଚନ୍ଦ୍ର ଏବଂ ମାତା ସୀତା ମହାବିର ହନୁମାନଙ୍କୁ ଆମର ବର ପ୍ରଦାନ କରିଥିଲେ। ତାଙ୍କର ମନ୍ତ୍ର ଜପ କଲେ ସମସ୍ତ ବିପଦରୁ ଏବଂ ସମସ୍ତ ସମସ୍ୟାରୁ ମୁକ୍ତି ମିଳେ।ଯେତେବେଳେ ହନୁମାନ କାହା ଉପରେ ସନ୍ତୁଷ୍ଟ ଥାନ୍ତି ସେହି ବ୍ୟକ୍ତିଙ୍କ ଭାଗ୍ୟ ଚମକି ଥାଏ। ହନୁମାନ ତାଙ୍କୁ ପ୍ରତ୍ୟେକ ବିପଦରୁ ଉଦ୍ଧାର କରନ୍ତି।

ଆସନ୍ତା କାଲି ମଙ୍ଗଳବାର ଠାରୁ ହନୁମାନ ତାଙ୍କ ଭକ୍ତଙ୍କ ଉପରେ ତାଙ୍କର ଅସୀମ କୃପା ଅଜାଡ଼ିବାକୁ ଯାଉଛନ୍ତି। ତେଣୁ ତାଙ୍କ ଭକ୍ତଙ୍କ ଭାଗ୍ୟ ସୁନାଠାରୁ ଅଧିକ ଚମକିବାକୁ ଯାଉଛି। ମାତ୍ର ମଙ୍ଗଳବାର ଦିନ ଏହି ଉପାୟ କରିବା ଅତ୍ୟନ୍ତ ଜରୁରୀ।ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ।

ଯଦି ଆପଣଙ୍କ କରଜ ସମସ୍ୟା ବା ଧାର ଉଦ୍ଧାର ବଢ଼ି ଯାଇଛି କିମ୍ବା ଆପଣ ଚାହୁଁଛନ୍ତି ଯେ ଆପଣ ଖୁବଶୀଘ୍ର ଧନବାନ ହେବେ କିମ୍ବା ଟଙ୍କା ପଇସାର ଅଭାବରୁ ଆପଣଙ୍କ କୌଣସି ଖୁସି ଅଟକି ରହିବ ନାହିଁ କିମ୍ବା ଯଦି କୌଣସି ମନସ୍କାମନା ରହିଛି ତାହେଲେ ମଙ୍ଗଳବାର ଦିନ ହନୁମାନଜୀ ଙ୍କ ନାମ ନେଇ ସକାଳ କିମ୍ବା ସନ୍ଧ୍ୟାରେ ଏହି ଉପାୟକୁ କରି ଦିଅନ୍ତୁ।

ତେଣୁ ଏହି ଉପାୟକୁ କରିବା ପାଇଁ ଗୋଟିଏ ଲେମ୍ବୁ ଓ ୪ ଟି ଲବଙ୍ଗ ଆଣନ୍ତୁ।ତାପରେ ସେହି ଲେମ୍ବୁ ଉପରେ ଆପଣ ଲାଲ କୁକୁମ ସାହାଯ୍ୟରେ “ରାମ” ନାମ ଲେଖି ଦିଅନ୍ତୁ।ଏହାପରେ ସେହି ଲେମ୍ବୁ ଉପରେ ୪ ଟି ଲବଙ୍ଗକୁ ପୋତି ଦିଅନ୍ତୁ।ଏହା ପରେ ଆପଣ କୌଣସି ହନୁମାନ ମନ୍ଦିର କୁ ଯାଇ ସେହି ଲେମ୍ବୁକୁ ଅର୍ପଣ କରି ଦିଅନ୍ତୁ।

ମାନେ ସେହି ଲେମ୍ବୁକୁ ନେଇ ହନୁମାନ ଙ୍କ ପ୍ରତିମା ର ଚରଣ ରେ ରଖି ଦିଅନ୍ତୁ।ଏହା ପରେ ସେହି ଠାରେ ବସି ହନୁମାନ ଚାଳିସା ର ପାଠ କରନ୍ତୁ।ଏହି ପାଠ ଆପଣ ପ୍ରକୃତ ଶ୍ରଦ୍ଧା ଓ ବିଶ୍ୱାସ ର ସହିତ କରିବା ଜରୁରୀ।

ହନୁମାନ ଚାଳିସା ପାଠ ଶେଷ ହେବା ପରେ ଆପଣ ହନୁମାନଙ୍କୁ ପ୍ରଣାମ କରି ସେହି ଲେମ୍ବୁ କୁ କାଢ଼ି ଆଣନ୍ତୁ ଓ କୌଣସି ଏକ ବର ଗଛ କିମ୍ବା ଅସ୍ତ ଗଛ ମୂଳରେ ପୋତି ଦିଅନ୍ତୁ।ତାପରେ ସେହିଠାରେ ୩ ଥର ରାମ ନାମ କହି ଦିଅନ୍ତୁ।ଏହାପରେ ଆପଣଙ୍କ ମନସ୍କାମନା କହି ଦିଅନ୍ତୁ।ଏହା କରିବା ପରେ ଆପଣଙ୍କ ସମସ୍ତ ଇଚ୍ଛା ଓ ମନସ୍କାମନା ପୂରଣ ହେବାରେ ଲାଗିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।