ସପିଂ ମଲର ଟ୍ରାଏଲ ରୁମରେ ଡ୍ରେସ ବଦଳାଉଥିଲେ ସାବଧାନ! ଭାଇରାଲ ହୋଇପାରେ ଆପଣଙ୍କ ନଗ୍ନ ଭିଡ଼ିଓ

ଭାରତୀୟ ସଂସ୍କୃତି ରେ ନାରୀ ମାନଙ୍କୁ ଦେବୀ ବୋଲି କୁହାଯାଏ।ନାରୀ ମାନଙ୍କୁ ଘରର ଲଷ୍ମୀ ବୋଲି ମଧ୍ୟ କୁହାଯାଏ। ମହିଳା ମାନଙ୍କୁ ସମ୍ମାନ ଦେବା ହେଉଛି ଭାରତୀୟ ସଂସ୍କୃତିର ମୂଳ ମନ୍ତ୍ର।ଆମକୁ ଏହି ସଂସାର କୁ ଆଣିଛନ୍ତି ଆମ ମାଆ, ଆମକୁ ସ୍ନେହ ଓ ମମତା ରେ ବାନ୍ଧି ରଖିବା ପାଇଁ ଜଣେ ଭଉଣୀ ର ଆବଶ୍ୟକ, ସାରା ଜୀବନ ଆମକୁ ପ୍ରେମ ଓ ଭଲ ପାଇବାରେ ବାନ୍ଧି ରଖିବା ସହ ସାରା ଜୀବନ ଆମ ଜୀବନସାଥୀ ହୋଇ ରହିବା ପାଇଁ ସ୍ତ୍ରୀ ର ଆବଶ୍ୟକ।

ତେଣୁ ଜଣେ ପୁରୁଷ ର ଜୀବନ ନାରୀ ମାନଙ୍କ ବିନା ଅସମ୍ପୂର୍ଣ୍ଣ।ମାତ୍ର ଆଜିର ଏହି କାମ ପିପାସୁ ପୁରୁଷ ମାନେ ନାରୀର ମହତ୍ତ୍ୱ କୁ ଭୁଲି ତାଙ୍କର ଇଜ୍ଜତ ସହ ଖେଳୁଛନ୍ତି।ନାରୀ କୁ ଗୋଟିଏ ଉପଭୋଗ ସାମଗ୍ରୀ ବୋଲି ମନେ କରୁଛନ୍ତି।କାମ ବାସନା ରେ ଅନ୍ଧ ହୋଇ ମହିଳାଙ୍କ ଜୀବନକୁ ନଷ୍ଟ କରି ଦେଉଛନ୍ତି।

ମହାତ୍ମା ଗାନ୍ଧୀ କହୁଥିଲେ ନାରୀ ମାନେ ଉନ୍ନତି କଲେ ଦେଶ ମଧ୍ୟ ଉନ୍ନତି କରିବ ଏବଂ ପ୍ରକୃତ ସ୍ୱାଧୀନତା ସେତେବେଳେ ମିଳିବ ଯେତେବେଳେ ନାରୀଟିଏ ରାତ୍ରି ସମୟରେ ମଧ୍ୟ ରାସ୍ତାରେ ଏକା ଯାଇ ପାରିବ।କିନ୍ତୁ ଆଜିର ସମାଜ ଏପରି ଦୂଷିତ ହୋଇଛି କି ନାରୀଟିଏ ଦିନରେ ମଧ୍ୟ ଏକା ଯିବାକୁ ଡରୁଛି।

ପ୍ରତି ମୁହୂର୍ତ୍ତରେ ଆମ ସାମ୍ନା କୁ ଆସୁଛି ଅନେକ ନୂଆ ନୂଆ ଘଟଣା,ଯାହା ଆଜି ର ଏହି ମଣିଷର ଅମାନୁଷିକତା କୁ ଦର୍ଶାଉଛି।ତେବେ ନିକଟରେ ଏହି ପରି ଏକ ଅପମାନ ଜନକ ଘଟଣା ଘଟିଛି ଯାହା ସୋସିଆଲ ମିଡିଆରେ ବହୁତ୍ ଭାଇରାଲ ହେବାରେ ଲାଗିଛି।ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର।

ଘଟଣା ଟି ଘଟିଛି କେଉଁଝର ରେ।ଆମେ ସମସ୍ତେ ଲୁଗା କିଣିବା ପାଇଁ ମଲକୁ ଯାଇଥାଉ ସେଠାରେ ଡ୍ରେସ ଚେଞ୍ଜ କରିବା ପାଇଁ ଟ୍ରାଏଲ ରୁମ ରହିଥାଏ । ସେଠାକୁ ଝିଅମାନେ ଡ୍ରେସ ବଦଳାଇବା ପାଇ ଯାଇଥାନ୍ତି ସେହି ସମୟରେ ଅନେକ ଲୋକମାନେ ଏହାର ଫାଇଦା ଉଠାଇବା ପାଇଁ ସେହି ରୁମରେ କ୍ୟାମେରା ଲଗାଇ ଦିଅନ୍ତି।ସେମିତି ଏକ ଘଟଣା ର ଶିକାର ହୋଇଛନ୍ତି କେଉଁଝର ର ଜଣେ ଯୁବତୀ।

ସେ ଗତକାଲି ଅପରାହ୍ନରେ ଭି-ମାର୍ଟ କୁ ଡ୍ରେସ କିଣିବା ପାଇଁ ଯାଇଥିଲେ ଏବଂ ନୂଆ ଲୁଗା ନେଇ ଲେଡିଜ ଟ୍ରାଏଲ ରୁମରେ ଲୁଗା ଚେଞ୍ଜ କରୁଥିବା ସମୟରେ ଅନ୍ୟ ଏକ ଟ୍ରାଏଲ ରୁମରେ ଜଣେ ଯୁବକ ନିଜ ମୋବାଇଲ ଫୋନ ସାହାଯ୍ୟରେ ତାଙ୍କ ଭିଡ଼ିଓ ଉତ୍ତୋଳନ କରିବାକୁ ଚେଷ୍ଟା କରୁଥିଲା।

ମାତ୍ର ଯୁବତୀ ଜଣଙ୍କୁ ଟିକିଏ ସନ୍ଦେହ ହେବାରୁ ସେ ଉପରକୁ ଅନେଇ ଥିଲେ ଏବଂ ଦେଖିଥିଲେ କି କେହିଜଣେ ମୋବାଇଲ କୁ ଟ୍ରାଏଲ ରୁମ ଉପରେ ରଖି ତାଙ୍କ ଭିଡ଼ିଓ କରୁଛି।ତେଣୁ ସେ ଚିତ୍କାର କରିଥିଲେ ଏବଂ ତୁରନ୍ତ ସିକ୍ୟୁରିଟି ଗାର୍ଡ ଆସି ସେହି ଯୁବକଙ୍କୁ କାବୁ କରିଥିଲେ।ତେବେ ସେହି ଯୁବକଙ୍କ ନାମ ମହମ୍ମଦ ଅତିଫ ବୋଲି ଜଣା ପଡିଛି।ଏବେ ପୋଲିସ ତାଙ୍କୁ ଥାନାରେ ଅଟକ ରଖିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।