ରୋଷେଇ ଘରୁ ଭୁଲରେ ମଧ୍ୟ ଏହି ୫ ଟି ଜିନିଷ କୁ ସରିବାକୁ ଦିଅନ୍ତୁ ନାହିଁ । ନହେଲେ ହୋଇଯିବେ କାଙ୍ଗାଳ

ଆଜି ଆମେ ଆପଣଙ୍କୁ ଏମିତି କିଛି ଜିନିଷ ବିଷୟରେ କହିବୁ ଯାହା ଆପଣଙ୍କ ରୋଷେଇ ଘରୁ କେବେ ନସରିବା ଉଚିତ।ନଚେତ ଆପଣଙ୍କୁ ଗରିବ ଓ କାଙ୍ଗାଳ ହେବାରୁ କେହି ଅଟକାଇ ପାରିବେ ନାହିଁ।କେବଳ ଏତିକି ନୁହେଁ ଆପଣଙ୍କ ସ୍ୱାସ୍ଥ୍ୟବସ୍ଥା ମଧ୍ୟ ଖରାପ ହୋଇ ଯାଇ ପାରେ।କେବେବି ଆପଣଙ୍କ ଘରେ ମାତା ଲଷ୍ମୀ ବାସ କରିବେ ନାହିଁ।ତେବେ ଆସନ୍ତୁ ଜାଣିବା କଣ ସେହି ଜିନିଷ ଯାହା ରୋଷେଇ ଘରୁ କେବେ ସରିବା ଉଚିତ ନୁହେଁ।

୧:- ଚୁଲି;

ଅଗ୍ନି ହେଉଛି ଅଗ୍ନିଦେବଙ୍କ ପ୍ରତୀକ।ତେଣୁ ଘରେ ଚୁଲି ଜଳିଲେ ସେଥିରେ ଅଗ୍ନି ଉତ୍ପନ୍ନ ହୁଏ, ଯାହା ଦ୍ୱାରା ଆପଣଙ୍କ ଘରେ ଅଗ୍ନିଦେବ ବାସ କରନ୍ତି।ମାତ୍ର ଏବେ ସମସ୍ତେ ହିଟର କିମ୍ବା ଇଣ୍ଡକ୍ସନ ଚୁଲା ବ୍ୟବହାର କରୁଛନ୍ତି, ଯାହାଦ୍ୱାରା ଅଗ୍ନି ଉତ୍ପନ୍ନ ହେଉନାହିଁ।ତେଣୁ ଏହା ଆପଣଙ୍କ ପାଇଁ ଅଶୁଭ ଅଟେ।ବର୍ତ୍ତମାନ ପ୍ରାୟ ସମସ୍ତେ ଗ୍ୟାସ ବ୍ୟବହାର କରୁଛନ୍ତି।ତେଣୁ ଗୋଟିଏ ଗ୍ୟାସ ସିଲିଣ୍ଡର ସରିବା ପୂର୍ବରୁ ଆଉ ଗୋଟିଏ ଆଣି ରଖନ୍ତୁ।ନଚେତ ଆପଣଙ୍କ ଘରେ ଦାରିଦ୍ର୍ୟତା ଦେଖା ଦେବ।

୨:- ଅଟା ଓ ଚାଉଳ;

ଆପଣଙ୍କ ଘରେ କେବେବି ଏହି ମୁଖ୍ୟ ଖାଇବା ଜିନିଷ ସରିବା ଉଚିତ ନୁହେଁ।ଆପଣଙ୍କ ଘରୁ ଅଟା ସରିବା ଅର୍ଥ ଆପଣଙ୍କ ଘରେ ରାହୁ ବାସ କରିବା ଆରମ୍ଭ କରିବ।ଯାହାଦ୍ୱାରା ଆପଣ ଯେତେ ଚେଷ୍ଟା ଓ ପରିଶ୍ରମ କଲେ ମଧ୍ୟ ଉନ୍ନତି କରି ପାରନ୍ତି ନାହିଁ।

୩:- ହଳଦୀ;

ହଳଦୀ ଏପରି ଏକ ଜିନିଷ ଯାହାକୁ ଭଗବାନ ବିଷ୍ଣୁଙ୍କ ପ୍ରତୀକ ମନା ଯାଇ ଥାଏ।ଯେଉଁ ଘରେ ଭଗବାନ ବିଷ୍ଣୁ ରହିଥାନ୍ତି, ସେହି ଘରେ ମାତା ଲଷ୍ମୀ ବାସ କରିଥାନ୍ତି।ଯଦି ଆପଣଙ୍କ ଘରେ ହଳଦୀ ସରି ଯାଉଛି, ତାହେଲେ ଆପଣଙ୍କ ଘର ଉପରକୁ ଅନେକ ପ୍ରକାରର ସଙ୍କଟ ମାଡ଼ି ଆସି ଥାଏ।ଏହା ସହିତ ହଳଦୀ ନରହିବାରୁ ମାତା ଲଷ୍ମୀ ମଧ୍ୟ ଆପଣଙ୍କ ଘରେ ବାସ କରନ୍ତି ନାହିଁ।

୪:- ଲୁଣ;

ଯେଉଁ ଘରେ ଲୁଣ ରହି ଥାଏ,ସେହି ଘରେ ନକରାତ୍ମକ ଶକ୍ତି ପ୍ରବେଶ କରି ନଥାଏ।ସମସ୍ତ ପ୍ରକାର ବାସ୍ତୁ ଦୋଷ ମଧ୍ୟ କଟି ଯାଇ ଥାଏ।ଘରୁ ଲୁଣ ସରି ଯିବା ଦ୍ୱାରା ଘରେ ଝଗଡ଼ା ଲାଗି ରହି ଥାଏ।

୫:- ଜଳ;

ଯଦି ଆପଣଙ୍କ ରୋଷେଇ ଘରେ ସର୍ବଦା ଜଳ ନଥାଏ, ତାହେଲେ ଜାଣି ନିଅନ୍ତୁ କି ଆପଣଙ୍କ ସର୍ବନାଶ ହେବାକୁ ଯାଉଛି।ଯେଉଁ ଘରେ ସର୍ବଦା ଜଳ ରହି ଥାଏ,ସେହି ଘରେ ହସର ଲହରୀ ସର୍ବଦା ରହି ଥାଏ।ଯେଉଁ ଘରେ ପାଣି ନଥାଏ, ସେହି ଘରେ ମାତା ଲଷ୍ମୀ କେବେ ବାସ କରନ୍ତି ନାହିଁ।

ରାତିରେ କଣ କରିବା ଅନୁଚିତ?

୧:- ଅଇଁଠା ବାସନ;

ପ୍ରାୟତଃ ଘରେ ରାତ୍ରିରେ ଲୋକମାନେ ଖାଇ ସାରିବା ପରେ ଅଇଁଠା ବାସନ ରଖି ଦିଅନ୍ତି।ମାତ୍ର ଏହା ଘୋର ଅଶୁଭ ହୋଇ ଥାଏ।ଏହା ଦ୍ୱାରା ମାତା ଲଷ୍ମୀ ମଧ୍ୟ ସେହି ଘରେ ରୁହନ୍ତି ନାହିଁ।

୨:- କଲରା;

ରାତ୍ରିରେ କଲରା ଭାଜିବା ଦ୍ୱାରା ନକରାତ୍ମକ ଶକ୍ତି ବଢ଼ି ଥାଏ।ଏମିତି କଲେ ପରିବାରରେ କଳହ ସହ ଦାରିଦ୍ର୍ୟତା ବୃଦ୍ଧି ପାଇଥାଏ।ତେଣୁ ରାତିରେ କଲରା ଭାଜନ୍ତୁ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।