ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଦେହତ୍ୟାଗ ପୂର୍ବରୁ , ନାଗଲୋକ ଯାଇଥିଲେ ହନୁମାନ ଏବଂ ଆଉ ଫେରି ନଥିଲେ , କାରଣ ଜାଣି ଆଶ୍ଚର୍ଯ୍ୟ ହେବେ

ଭଗବାନ ଏବଂ ଭକ୍ତ ମଧ୍ୟରେ ଥିବା ସମ୍ପର୍କ ସତ୍ୟ ଅଟେ । ସେଥିରେ ଯେଉଁ ସମ୍ପର୍କ ଥାଏ ତାହା ଉପରେ କେହିବି ପ୍ରଶ୍ନ ଉଠାଇ ପାରିବେ ନାହିଁ । ଆପଣ ମାନେ ପୂର୍ବରୁ ଏହିପରି ଅନେକ ଭକ୍ତ ଏବଂ ଭଗବାନଙ୍କ ଯୋଡ଼ି ବିଷୟରେ ଶୁଣିଥିବେ ।

ଆଜିକାର ଏହି ଲେଖାରେ ମଧ୍ୟ ଆପଣ ମାନେ ଜାଣିଥିବା ଭକ୍ତ ଭଗବାନ ଙ୍କ ବିଷୟରେ କହିବୁ ଯିଏ ହେଉଛନ୍ତି ପ୍ରଭୁ ଶ୍ରୀରାମଚନ୍ଦ୍ର ଏବଂ ହନୁମାନ କିନ୍ତୁ ଏଠାରେ ଆମେ ଆପଣଙ୍କୁ କହିବୁ ଯେ ଶ୍ରୀ ରାମଚନ୍ଦ୍ର ଦେହତ୍ୟାଗ କରିବା ପୂର୍ବରୁ ହନୁମାନ ନାଗଲୋକ କାହିଁକି ଯାଇଥିଲେ । ତେଣୁ ଏହି ବିଷୟରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ।

ହନୁମାନ ଶ୍ରୀରାମଚନ୍ଦ୍ର ଙ୍କର କିପରି ଭକ୍ତ ଥିଲେ ତାହାତ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ । ସେ ଏତେ ଶ୍ରୀରାମଚନ୍ଦ୍ରଙ୍କୁ ଭଲ ପାଉଥିଲେ ଯେ ନିଜ ଛାତି ଚିରି ଭଗବାନ ଙ୍କୁ ମଧ୍ୟ ଦେଖାଇ ଦେଇଥିଲେ । କିନ୍ତୁ ଯେହେତୁ ଭଗବାନ ରାମଚନ୍ଦ୍ର ମର୍ତ୍ତ ରେ ଜନ୍ମ ନେଇଥିଲେ ତେଣୁ ଦିନେ ନା ଦିନେ ତାଙ୍କୁ ଏହି ମର୍ତ୍ତ ମଣ୍ଡଳ ଠାରୁ ଦୂରେଇ ଯିବାର ଥିଲା । ତେଣୁ ସେ ଏହା ଜାଣି ପାରି ଭାବିଲେ ଯେ ହନୁମାନ ଯଦି ଏହି ସମ୍ବନ୍ଧରେ ଜାଣିପାରେ ତେବେ ସେ ଏହି ପୃଥିବୀକୁ ଧ୍ବଂସ କରିଦେବ ।

କିଛିବି ମର୍ତ୍ତ ମଣ୍ଡଳରେ ରହିବ ନାହିଁ । ତେଣୁ ସେ ଏହି ସମ୍ବନ୍ଧରେ ଚିନ୍ତା କରି ଏକ ଉପାୟ କରିଲେ । ତେଣୁ ରାମଚନ୍ଦ୍ର ନିଜର ମୁଦି କୁ ଏକ ଗର୍ତ୍ତ ରେ ପକାଇ ଦେଲେ ଏବଂ ହନୁମାନ ଙ୍କୁ ତାହାକୁ ଖୋଜିବାକୁ କହିଲେ । ତେଣୁ ହନୁମାନ ନିଜର ଆକାରକୁ ଛୋଟ କରି ସେହି ଗାତ ରେ ମୁଦି ଖୋଜିବାକୁ ଗଲେ ।

କିନ୍ତୁ ସେ ଜାଣି ନଥିଲେ ଯେ ତାହା ଏକ ଗାତ ନୁହେଁ ବରଂ ନାଗଲୋକ କୁ ଯିବାକୁ ରାସ୍ତା ଥିଲା । ସେ ସେଠାରେ ପହଞ୍ଚି ଯେତେବେଳେ ମୁଦି ପାଇ ନଥିଲେ ସେତେବେଳେ ମୁଦି କୁ ଖୋଜିବାରେ ଲାଗିଥିଲେ । ସେହି ସମୟରେ ବାସୁକି ଆସି ତାଙ୍କୁ ମୁଦି ପଡ଼ିଥିବା ସ୍ଥାନକୁ ନେଇଗଲେ ।

ସେହି ସ୍ଥାନରେ ଏତେ ସଂଖ୍ୟକ ମୁଦି ଦେଖି ହନୁମାନ ରାମଚନ୍ଦ୍ରଙ୍କ ମୁଦିକୁ ଖୋଜିବାରେ ଲାଗିଲେ । କିନ୍ତୁ ଅନେକ ପ୍ରଚେଷ୍ଟା ପରେ ବି ସେ ପାଇ ନଥିଲେ । ତେଣୁ ସେହି ସମୟରେ ବାଧ୍ୟ ହୋଇ ବାସୁକି ହନୁମାନ ଙ୍କୁ ସବୁ ସତ କଥା କହିଲେ ।

ସତ କଥା ଶୁଣିବା ପରେ ସେ ଜାଣି ପାରିଲେ ଯେ ତାଙ୍କ ପ୍ରଭୁ ଜାଣି ଶୁଣି ଛଳ କରି ତାଙ୍କୁ ନାଗଲୋକ କୁ ପଠାଇ ଦେଇଛନ୍ତି । ଏହା ଶୁଣିବା ପରେ ସେ ଆଉ ମର୍ତ୍ତ ଲୋକକୁ ଫେରି ଯାଇ ନଥିଲେ । ସଙ୍ଗେ ସଙ୍ଗେ ଏହା ଜାଣିବା ପରେ ସେ କୁଆଡ଼େ ଅନ୍ତର୍ଧ୍ୟାନ ହୋଇ ଯାଇଥିଲେ । ସେହି ଦିନ ଠାରୁ ହନୁମାନ ଙ୍କୁ ଆଉ ମର୍ତ୍ତ ଲୋକରେ ଦେଖା ଯାଇନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।