ମଦୁଆଙ୍କୁ ପାନେ। ମଦୁଆ ସ୍ୱାମୀକୁ ଖୁଣ୍ଟରେ ବାନ୍ଧି ନିର୍ଦ୍ଧୁମ ଛେଚିଲା ସ୍ତ୍ରୀ। ଆପଣଙ୍କ ମତରେ ସ୍ତ୍ରୀ ସ୍ୱାମୀ ପ୍ରତି ଠିକ କରିଛି କି ?

ମଦ ହେଉଛି ଏମିତି ଏକ ବିଷ ଯାହା ମଣିଷ କୁ ଧୀରେ ଧୀରେ ମୃତ୍ୟୁ ପଥ ରେ ଅଗ୍ରସର କରାଇ ଥାଏ।ମଦ ପିଉଥିବା ମଣିଷ ତ ମରି ଥାଏ,ସାଥିରେ ତାର ପରିବାର କୁ ମଧ୍ୟ ମାରି ଥାଏ।ନିଜେ ମଦ ପିଇ ଲୋକ ହସା ହେବା ସହ ନିଜ ସ୍ତ୍ରୀ, ଛୁଆ ପିଲା ମାନଙ୍କୁ ମଧ୍ୟ ଲୋକ ହସା କରାଇ ଥାଏ।ଏନେଇ ଯେତେ ସଚେତନତା ବାର୍ତ୍ତା ଦେଲେ କଣ ହବ ମଦ୍ୟପ ମାନଙ୍କର ମଦ ପ୍ରେମ କୁଆଡୁ ଛାଡ଼ିବ। ମଦ ଯେମିତି ସେମାନଙ୍କ ଜୀବନ।

ପରିବାର ପଛେ ଭୋକ ଉପାସ ରେ ଆଉଟୁ ପାଉଟୁ ହେଉ ଥାଉ କିନ୍ତୁ ମଦୁଆ ତାର ମଦ୍ୟପାନ ଛାଡ଼ି ପାରିବ ନାହିଁ।ଦିନ ଯାକର ପରିଶ୍ରମର ରୋଜଗାର ମଦ ଭାଟିରେ ଦେଇଦେଇ ଘରେ ଆସି ସ୍ତ୍ରୀ ଉପରେ ଅତ୍ୟାଚାର କରିବା ଏମାନଙ୍କ ନୀତି ଦିନିଆ କଥା।କଣ କହିବେ ଏମାନଙ୍କୁ।

ନା ଅଛି ପରିବାର ଚିନ୍ତା ନା ଅଛି ଭବିଷ୍ୟତ ଗଢିବାର ସ୍ବପ୍ନ।ତେବେ ନିକଟରେ ଏକ ମଦ୍ୟପ ର ଉନ୍ମକ୍ତ କାଣ୍ଡ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି।ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର।

ମଦ ଯେମିତି ସେମାନଙ୍କର ସବୁକିଛି। ଦୁଇଦିନ ଆହାର ନଖାଇ ସେମାନେ ବଞ୍ଚିଯିବେ ସିନା କିନ୍ତୁ ଗୋଟିଏ ଦିନ ନାଲି ପାଣିର ଦର୍ଶନ ନହେଲେ ଏମାନଙ୍କର ଦିନ ଭଲରେ ଯିବ ନାହିଁ।ତେବେ ବାରମ୍ବାର ଗାଆଁ ମାନଙ୍କରେ ମଦ ବିରୋଧୀ ଆନ୍ଦୋଳନ ଓ ସଚେତନ ଅଭିଯାନ କରି “ମଦ ହଟାଓ ଗାଆଁ ବଞ୍ଚାଅ’ ନାରା ଦେଇ ସଭା ସମିତି କରି ଲୋକଙ୍କୁ ବୁଝା ଯାଉ ଥିଲେ ମଧ୍ୟ ଏହାର ପ୍ରଭାବ ମଦୁଆ ଙ୍କ ଉପରେ କିଛି ପଡ଼ୁ ନାହିଁ,ଠିକ ଷଣ୍ଢ କୁ ଭାଗବତ ବୁଝାଇଲା ପରି।

ଏବେ ସୋସିଆଲ ମିଡ଼ିଆରେ ଏମିତି ଏକ ଘଟଣା ଟି ଭାଇରାଲ ହେଉଛି,ଯାହା ମଦୁଆ ଙ୍କୁ ଏକ ବିଶେଷ ଶିକ୍ଷା ଦେଇଛି।ଏଥିରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳୁଛି ଯେଉଁ ଥିରେ ମଦୁଆ କୁ ପାନେ ଦେଇଛନ୍ତି ତାଙ୍କ ନିଜ ସ୍ତ୍ରୀ। ସ୍ତ୍ରୀ ଜଣଙ୍କ ମଦୁଆ ସ୍ୱାମୀ କୁ ଏକ ଖୁଣ୍ଟରେ ବାନ୍ଧି ପକାଇଛନ୍ତି ଏବଂ ନିସ୍ତୁକ ମାଡ଼ ମଧ୍ୟ ଦେଇଛନ୍ତି।

ସ୍ୱାମୀ ଜଣଙ୍କ ମଦ ପିଇ ଘର ଭିତରକୁ ପ୍ରବେଶ କରି ଥିଲେ।ପରେ ସ୍ତ୍ରୀ ଏହା ଜାଣି ଉକ୍ତ ବ୍ୟକ୍ତି ଙ୍କୁ ବାନ୍ଧି ପକାଇ ଥିଲେ ଏବଂ ତାଙ୍କୁ ନିସ୍ତୁକ ମାଡ଼ ମାରିବା ଆରମ୍ଭ କରି ଥିଲେ।ତେବେ ଏହି ଘଟଣାଟି ପ୍ରକୃତରେ କେଉଁ ସ୍ଥାନର ତାହା ଜଣା ପଡି ନାହିଁ।ତେବେ ଏହି ଭିଡ଼ିଓ ଟି ସୋସିଆଲ ମିଡ଼ିଆରେ ରେ ଭାଇରାଲ ହେବା ପରେ ଲୋକ ମାନେ ଏଥିରେ ବିଭିନ୍ନ ପ୍ରକାର କମେଣ୍ଟ କରିଛନ୍ତି।କିଛି ଲୋକ ଲେଖିଛନ୍ତି କି “ପେଟେଣ୍ଟ ମେଡ଼ିସିନ” ।

ଆଉ କିଏ ଲେଖିଛନ୍ତି “ନାରୀର ଦୂର୍ଗା ରୂପ”। ମାତ୍ର ଏହି ମହିଳାଙ୍କ ସାହସ କୁ ସମସ୍ତେ ସଲାମ କରିଛନ୍ତି।ତେବେ ଏହା ମଦୁଆ ମାନଙ୍କ ପାଇଁ ଏକ ଚେତାବନୀ ଅଟେ।କାରଣ ସ୍ତ୍ରୀ ସବୁବେଳେ ଚୁପ ରହି ନଥାଏ, ସେ ଯେତେବେଳେ ରାଗେ ସେତେବେଳେ ଏମିତି ବାନ୍ଧି କରି ପିଟେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।