ଏମିତି ଯୁବକଙ୍କୁ ଶତ ସଲାମ । ଗୋଟିଏ ଗୋଡ଼ରେ ଚମତ୍କାର କ୍ରିକେଟ ଖେଳି ଇତିହାସ ରଚିଲେ ଏହି ଯୁବକ

ଦୃଢ଼ ଇଚ୍ଛା ଶକ୍ତି ଥିଲେ ସବୁକିଛି ସମ୍ଭବ । ବିଶ୍ୱାସ କରନ୍ତୁ ଆଜି ଏହି ଲେଖା ଆପଣ ଙ୍କୁ ବହୁତ୍ କିଛି ଶିକ୍ଷା ଦେବ । ତାଙ୍କ ଶାରିରୀକ ଅକ୍ଷମତା ବି ତାଙ୍କୁ ଅଟକାଇ ପାରିଲା ନାହିଁ। କ୍ରିକେଟ ପଡିଆ ରେ ତାଙ୍କ ଚଉକା ଛକା ଓ ଆକର୍ଷଣୀୟ ବୋଲିଙ୍ଗ ର ପ୍ରଦର୍ଶନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଗୋଟିଏ ଗୋଡ଼ ର ସକ୍ଷମ ରେ ଖେଳାଳି ମାନଙ୍କୁ ଧୂଳି ଚଟାଇ ଦେଉଛନ୍ତି କ୍ରିକେଟର ପ୍ରଶାନ୍ତ ରାଉତ। କୁହାଯାଏ ଯେ ସ୍ପୋର୍ସ ସ୍ପିରିଟ କୁ କେହି ବି ଦୋହଲାଇ ପାରିବେ ନାହିଁ। ଅନୁଗୁଳ ଜିଲ୍ଲା ର ବଂଳପଲ୍ ଅଞ୍ଚଳ ର ପ୍ରଶାନ୍ତ କୁମାର ରାଉତ। ପିଲା ଟି ବେଳୁ କ୍ରିକେଟ ଖେଳିବା ନିଶା ଥିଲା ତାଙ୍କର। ବ୍ୟଟ ଟିଏ ଧରି ଗାଁ ରେ ସବୁବେଳେ ବୁଲୁ ଥାଆନ୍ତି। ଆଉ ତାଛଡା ଖୋଲା ପଡିଆ ଓ ଆକାଶ କୁ ଚାହିଁ ସ୍ବପ୍ନ ଦେଖନ୍ତି ପ୍ରକାଶ।

ହେଲେ ଭାଗ୍ୟ କାହାର କେମିତି ଲେଖା ଯାଇଛି କିଏ ଅବା ଜାଣିଛି । ମାତ୍ର ୮ ବର୍ଷ ବୟସ ରେ ସ୍କୁଲ୍ ରେ ଖେଳୁ ଥିବା ସମୟ ରେ ନିଜ ବାମ ଗୋଡ କୁ ହରାଇ ବସିଲେ ପ୍ରଶାନ୍ତ। ବାସ ସେଇଠି ଅଟକି ଗଲା ସବୁ କିଛି। କିନ୍ତୁ ବେଳେ ବେଳେ ଆକାଶ କୁ ଦେଖିଲେ ସେହି ସ୍ବପ୍ନ କଥା। ଦିନେ ଦୃଢ କରି ନେଲେ ନିଜ ମନବଳ ଯେ ସେ ଖେଳିବ, ଆଗକୁ ଖେଳିବେ।

ଗୋଟେ ଗୋଡ଼ ଓ ବାଡି ଜରିଆ ରେ ଓହ୍ଲାଇଲେ ମଇଦାନ କୁ। କ୍ରିକେଟ କହିଲେ ଗୋଟିଏ ଟିମ୍ କୁ ବୁଝାଏ। ଗୋଟିଏ ଗୋଡ଼ ରେ ତାଙ୍କୁ କିଏ ବା କାହିଁକି ଖେଳାଇବ ।ପ୍ରଥମେ ତ ପ୍ରଥମେ ମିଳିଲା ନାହିଁ ସୁଯୋଗ। ଅନୁଗୁଳ ରେ ଭିନ୍ନକ୍ଷମ କ୍ରିକେଟ ଖେଳିବାର କୌଣସି ସୁଯୋଗ ମଧ୍ୟ ନଥିଲା।

ପରବର୍ତ୍ତୀ ସମୟ ରେ ନିଜେ ନିଜ ଆଖ ପାଖ ଅଞ୍ଚଳର ପିଲା ମାନଙ୍କୁ ନେଇ ଏକ ଟେନିସ ବଲ କ୍ରିକେଟ ଟିମ୍ ଗଠନ କଲେ। ଆଉ ସେହି ଟିମ୍ ର ସେ ନିଜେ କ୍ୟାପଟେନ ରହିଲେ। ୧୨ ବର୍ଷ ହେଲାଣି ସେହି କ୍ରିକେଟ ଟିମ୍ ରେ ଅନୁଗୁଳ ଓ ଢେ଼ଙ୍କାନାଳ ଅଞ୍ଚଳ ରେ ବେଶ୍ ଅଗ୍ରଣୀ ରହିଛି ।

ପ୍ରଶାନ୍ତ ନିଜେ ଟିମ୍ ର କ୍ୟାପଟେନ ହେବା ସହିତ ଗୋଟିଏ ଗୋଡ଼ ଓ ବାଡି ସାହାର୍ଯ୍ୟ ରେ ଫିଲ୍ଡ ରେ ଫିଲ୍ଡିଂ କରନ୍ତି। ଆଉ ସେ ଯେତେବେଳେ ବ୍ୟାଟିଂ କରିବା ପାଇଁ ଆସନ୍ତି କରତାଳି ରେ ଖେଳାଳି ଓ ଦର୍ଶକ ମାନେ ଉତ୍ସାହିତ କରନ୍ତି । ତେବେ ଏହା ଦୟା ନୁହେଁ ଚୌକା ଛକା ମାରି ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରି ଦିଅନ୍ତି ପ୍ରକାଶ।

ତେବେ ଭିନ୍ନକ୍ଷମ ପକ୍ଷରୁ ଯଦି କ୍ରିକେଟ ଖେଳି ହୁଅନ୍ତା ତେବେ ଚମତ୍କାର ପ୍ରଦର୍ଶନ କରି ନିଜ ଜିଲ୍ଲା ପାଇଁ ଗର୍ବ ଆଣି ଦିଅନ୍ତେ ପ୍ରକାଶ ବୋଲି ଇଛା ପ୍ରକାଶ କରିଛନ୍ତି। ତେବେ ଆପଣ ପ୍ରଶାନ୍ତ କୁ ଉତ୍ସାହ କରିବା ସହ ନିଜ ସ୍ବପ୍ନ କୁ ପୁରଣ କରିବା ମଧ୍ୟ ଚେଷ୍ଟା କରନ୍ତୁ।ଏହା ସହିତ ତାଙ୍କ ପାଖରୁ କିଛି ଶିଖିବା ମଧ୍ୟ ଦରକାର।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।