ବାଃ ରେ ବିଧାତା ବାଃ…. ମଣିଷ ଆଉ ମଣିଷ ହୋଇ ନାହିଁ । ମୃତ ଦେହ ସହ ଏମିତି କରୁଛନ୍ତି ,ଆପଣ ଦେଖିଲେ କହିବେ ଛିଃ ଛିଃ….

ଏମିତିବି ହୁଏ ଆମ ସମାଜରେ।ମୃତ୍ୟୁ ପରେ ବି ଖୋଜା ଯାଏନି ପରିଚୟ।ଯୁଗ ଯେତେ ଆଗକୁ ଯାଉଛି ମଣିଷ ସେତେ ତଳକୁ ଖସି ଯାଉଛି।ଆଜିର ଏହି ବିଜ୍ଞାନ ର ଯୁଗ ରେ ମଣିଷ ଜୀବନ ର ପ୍ରକୃତ ଜ୍ଞାନ କୁ ଭୁଲି ଯାଉଛି।ମଣିଷ ନିଜ ର ମଣିଷ ପଣିଆ,ମାନବିକତା କୁ ସତେ ଯେମିତି ଭୁଲି ଗଲାଣି।

ଆଜିର ଏହି ପାଶ୍ଚାତ୍ୟ ସଭ୍ୟତା ଭିତରେ ମଣିଷ ନିଜର ସଂସ୍କୃତି ଓ ସଭ୍ୟତା କୁ ଭୁଲି ଯାଇଛି।ଆଜି ମଣିଷ ହିଁ ମଣିଷ ର ଶତ୍ରୁ ପାଲଟିଛି।ପ୍ରତି ମୁହୂର୍ତ୍ତରେ ଆମ ସାମ୍ନା କୁ ଆସୁଛି ଅନେକ ନୂଆ ନୂଆ ଘଟଣା,ଯାହା ଆଜି ର ଏହି ମଣିଷର ଅମାନୁଷିକତା କୁ ଦର୍ଶାଉଛି।

ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ,ଯାହା ଦର୍ଶାଇ ଥାଏ କି ମଣିଷ କିପରି ନିଷ୍ଠୁର ଓ କୃର ହୋଇଥାଏ।ତେବେ ନିକଟରେ ଏହି ପରି ଏକ ଅପମାନ ଜନକ ଘଟଣା ଘଟିଛି ଯାହା ସୋସିଆଲ ମିଡିଆରେ ବହୁତ୍ ଭାଇରାଲ ହେବାରେ ଲାଗିଛି।ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ,ଆଜି ଆମେ ଯେଉଁ ଦୃଶ୍ୟ ଆପଣଙ୍କୁ ଦେଖାଇବା ପାଇଁ ଯାଉଛୁ ତାହାକୁ ଦେଖିଲେ ଆପଣ କହିବେ ସେହି ଶବର ଭାଗ୍ୟ କେତେ ଖରାପ।

ଆପଣ ଠିକ ପଢ଼ିଲେ, ଶବ ବି ଭାଗ୍ୟ ଆଗରେ ଭାଷୁଛି।ଓଡ଼ିଶା ଓ ଝାଡ଼ଖଣ୍ଡ ସୀମାରେ ଥିବା ମୟୁରଭଞ୍ଜ ଜିଲ୍ଲାର ରରୁଆଁ ବ୍ଲକ ଅନ୍ତର୍ଗତ ଜାମୁଣାଳିଆ ଗାଁ ନିକଟରେ ଏକ ପରିତ୍ୟକ୍ତ କୂଅରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ପଡ଼ି ଥିବାର ଦେଖିବାକୁ ମିଳିଛି।କେହି ଦୁର୍ବୁତ୍ତ ହତ୍ୟା ପରେ ତାଙ୍କୁ ଆଣି ଏଠାରେ ପକାଇ ଦେଇ ଥିବା ଅନୁମାନ କରୁଛି ପୋଲିସ।

ତେବେ ଘଟଣା ସ୍ଥଳରେ ରରୁଆଁ ପୋଲିସ ଆସି ତଦନ୍ତ ଆରମ୍ଭ କରିଛି।ପୋଲିସ ଖବର ପାଇବାର ଆଜିକୁ ଦୁଇଦିନ ପୁରି ସାରିଲାଣି,ହେଲେ ଏପର୍ଯ୍ୟନ୍ତ ଶବକୁ କୂଅରୁ ବାହାର କରାଯାଇ ପାରି ନାହିଁ।ଆଉ ଏହାର କାରଣ ମଧ୍ୟ ରହିଛି।ଦୁଇ ରାଜ୍ୟର ସୀମାରେ ରହିଛି ଏହି କୂଅଟି।

ଭାଗ ଛିଣ୍ଡୁନି କି ଏହି କୂଅ କେଉଁ ରାଜ୍ୟର।ବାଃ ରେ ବିଧାତା ବାଃ… ମଣିଷ ସତରେ ଆଉ ମଣିଷ ହୋଇ ନାହିଁ।ଉଭୟ ଝାଡ଼ଖଣ୍ଡ ଓ ରରୁଆଁ ପୋଲିସ ଏଠାରେ ପହଞ୍ଚିଛନ୍ତି।ତାଙ୍କ ସହିତ ଉଭୟ ରାଜ୍ୟର ଓମିନୋ ମଧ୍ୟ ଅଛନ୍ତି ।ମପାମପି କରି, ନକ୍ସା ଆଦି ଦେଖି ହିସାବ ଲଗାଉଛନ୍ତି କି କୂଅଟି କେଉଁ ରାଜ୍ୟର?

ଦିନେ ପୂର୍ବରୁ ସ୍ଥାନୀୟ ଲୋକ ଗୋରୁ ଚରାଉ ଥିବା ବେଳେ ଦେଖିଥିଲେ କି କୂଅରେ ଗୋଟିଏ ମୃତ ଦେହ ପଡ଼ିଛି ବୋଲି।ତେଣୁ ସେମାନେ ତୁରନ୍ତ ପୋଲିସ କୁ ଖବର ଦେଇ ଥିଲେ।ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆସି ନାହିଁ।ମୃତ ବ୍ୟକ୍ତିଙ୍କ ପରିଚୟ ମଧ୍ୟ ମିଳି ନାହିଁ।

ହେଲେ ଆମ ମଣିଷ ପଣିଆ ଓ ସମାଜର ପରିଚୟ ଜଳଜଳ ହୋଇ ଦିଶୁଛି।ଆଇନର ସୀମା ଯେ ମାଟିର ସୀମା ଭିତରେ ଅଟକି ଯାଏ ତାହା ସ୍ପଷ୍ଟ ବାରି ହୋଇ ପଡ଼ୁଛି।ତେବେ ଶେଷରେ ପ୍ରମାଣ ହେଲାକି ଏହି ପରିତ୍ୟକ୍ତ କୂଅଟି ମୟୁରଭଞ୍ଜ ଜିଲ୍ଲାର ଜସିପୁର ଅଞ୍ଚଳରେ ଯାଉଛି।ତେଣୁ ଏହି ଶବ ଟି ଓଡ଼ିଶାର ହେଲା।ତେଣୁ ଏବେ ଏହି ମାମଲା ଓଡ଼ିଶା ପୋଲିସ ବୁଝିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।