ରାମାୟଣ କିଏ ରଚନା କରିଥିଲେ ? ଏହାର ଉତ୍ତର ୯୯% ଲୋକ ଭୁଲ ଦେଇ ସାରିଲେଣି।କଣ ଆପଣ ବି….

ଆଜିର ମୋବାଇଲ ଓ କମ୍ପୁଟର ଯୁଗର ପିଲା ମାନେ ଆମ ଧର୍ମ ପୁରାଣ ଓ ଶାସ୍ତ୍ର ବିଷୟରେ ଜାଣିବାକୁ ସୁଯୋଗ ପାଉ ନାହାଁନ୍ତି।ସେମାନେ ସବୁବେଳେ ବହିରେ ଥିବା ପାଠ କୁ ପଢୁଛନ୍ତି,କାରଣ ଏହା ଦ୍ୱାରା ସେମାନଙ୍କୁ ପରୀକ୍ଷାରେ ଭଲ ନମ୍ବର ମିଳିବ।କେବଳ ଛାତ୍ରଛାତ୍ରୀ ନୁହଁନ୍ତି ସେମାନଙ୍କ ପିତାମାତା ମଧ୍ୟ ଏହା ଚାହୁଁଛନ୍ତି କି ତାଙ୍କ ପିଲା ବହିକୁ ଭଲ ଭାବେ ପଢ଼ି ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରୁ।ମାତ୍ର ଏହାଦ୍ବାରା ପିଲାମାନେ ବାହାର ଦୁନିଆର କୌଣସି କଥା ଜାଣି ପାରୁ ନାହାଁନ୍ତି।

ସେମାନେ କେବଳ ପୁସ୍ତକ କୀଟ ହୋଇ ରହି ଯାଉଛନ୍ତି।ଯାହାଦ୍ୱାରା ସେମାନେ ଚାକିରୀ ପାଇଁ ହେଉଥିବା ଇଣ୍ଟର୍ଭିୟୁ ରେ ସଫଳତା ହାସଲ କରି ପାରୁ ନାହାଁନ୍ତି।ତେଣୁ ଆଜି ଆମେ ଆପଣଙ୍କୁ ପୌରାଣିକ କିମ୍ବଦନ୍ତୀ ସମ୍ବନ୍ଧିତ ୨୦ ଗୋଟି ପ୍ରଶ୍ନ ଓ ସେ ଗୁଡ଼ିକର ଉତ୍ତର ବିଷୟରେ କହିବୁ।

ଏହି ପ୍ରଶ୍ନ ଗୁଡ଼ିକ ଆପଣ ମାନେ ହୁଏତ କେବେବି ଶୁଣି ନଥିବେ ଏବଂ ଏହା ଆପଣଙ୍କ ଜ୍ଞାନ ଭଣ୍ଡାର କୁ ଉନ୍ନତ କରିବ।ଏହି ପ୍ରଶ୍ନ ଗୁଡ଼ିକ ଆପଣଙ୍କୁ ନିଶ୍ଚିତ ରୂପେ ଭଲ ଲାଗିବ।ତେଣୁ ଆପଣ ଏହି ଆର୍ଟିକିଲ କୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ଓ ଏହାର ଉତ୍ତର କୁ ଧ୍ୟାନ ଦେଇ ମନେ ରଖନ୍ତୁ। କାରଣ ଏହା ଭବିଷ୍ୟତ ରେ ଆପଣଙ୍କ କାମରେ ଆସି ପାରେ।ତେବେ ଆସନ୍ତୁ ଜାଣିବା ସେହି ୨୦ ଟି ପ୍ରଶ୍ନ ବିଷୟରେ;

୧:- ଇନ୍ଦ୍ରଦେଵ ଙ୍କ ବାହାନ କିଏ ?

ଉତ୍ତର:- ଐରାବତ ହସ୍ତୀ।

୨:- କେଉଁ ଯୁଗରେ ଭଗବାନ ବିଷ୍ଣୁ ରାମ ଙ୍କ ଅବତାର ଗ୍ରହଣ କରି ଥିଲେ?

ଉତ୍ତର:- ତ୍ରେତୟା ।

୩:-ପ୍ରହଲ୍ଲାଦ କାହାର ପୁତ୍ର ଥିଲେ?

ଉତ୍ତର:- ହୀରଣ୍ୟକଶ୍ୟପୁ।

୪:- ରାମଚନ୍ଦ୍ର ଙ୍କ ଗୁରୁ କିଏ?

ଉତ୍ତର:- ବିଶ୍ଵାମିତ୍ର।

୫:- ଶ୍ରୀକୃଷ୍ଣଙ୍କ ଗୁରୁ କିଏ?

ଉତ୍ତର:- ସନ୍ଦିପନୀ।

୬:- ପାଞ୍ଚଟି ପୁରାଣର ନାମ କଣ କଣ କୁହ?

ଉତ୍ତର:- ବ୍ରହ୍ମା ପୁରାଣ, ବିଷ୍ଣୁ ପୁରାଣ, ବାୟୁ ପୁରାଣ, ଅଗ୍ନି ପୁରାଣ, ଲିଙ୍ଗ ପୁରାଣ।

୭:- ଯୁଗ କେତେ ପ୍ରକାରର?

ଉତ୍ତର:- ୪ ପ୍ରକାରର।

୮:- ହିନ୍ଦୁ ପୁରାଣ ଅନୁସାରେ କେଉଁ ମହିଳା ପ୍ରଥମେ ମୃତ୍ୟୁ ବରଣ କରି ଥିଲେ?

ଉତ୍ତର:- ଯାମି ( ଯମଙ୍କ ଭଉଣୀ)

୯:- ହିନ୍ଦୁ ପୁରାଣ ଅନୁସାରେ ପ୍ରଥମେ କିଏ ମୃତ୍ୟୁ ବରଣ କରି ଥିଲେ?

ଉତ୍ତର:- ଯମ।

୧୦:- ମହାଭାରତ କିଏ ରଚନା କରି ଥିଲେ?

ଉତ୍ତର:- ବେଦବ୍ୟାସ।

୧୧:- ବେଦବ୍ୟାସ କହିବାରୁ କିଏ ମହାଭାରତ ଲେଖିଥିଲେ?

ଉତ୍ତର:- ଶ୍ରୀ ଗଣେଶ।

୧୨:- ମହାଭାରତ ରେ କେତୋଟି ପର୍ବ ଅଛି?

ଉତ୍ତର:- କର୍ଣ୍ଣ ଙ୍କ ପୁଅ କିଏ?

ଉତ୍ତର:- ବୃଷକେତୁ।

୧୩:- ଘଟତ୍କୋଚ ଙ୍କ ପିତା ଓ ମାତାଙ୍କ ନାମ କଣ?

ଉତ୍ତର:- ଭୀମ ଏବଂ ହିଡ଼ିମ୍ବୀ।

୧୪:- ଭଗବାନ ଶ୍ରୀକୃଷ୍ଣ ଙ୍କ ଶଙ୍ଖର ନାମ କଣ?

ଉତ୍ତର:- ପଞ୍ଚଜନ୍ୟ।

୧୫:- ଅର୍ଜୁନଙ୍କ ଶଙ୍ଖର ନାମ କଣ?

ଉତ୍ତର:- ଦେବଦତ୍ତ।

୧୬:- ଯୁଧିଷ୍ଠିର ଙ୍କ ପରେ କିଏ ସିଂହାସନରେ ବସିଥିଲେ?

ଉତ୍ତର:- ପରୀକ୍ଷିତ।

୧୭:- ଗାନ୍ଧାରୀଙ୍କ ପିତାଙ୍କ ନାମ କଣ?

ଉତ୍ତର:- ସୁବଳ।

୧୮:- କୁରୁକ୍ଷେତ୍ର ଯୁଦ୍ଧର ଯୁଦ୍ଧ ବିବରଣୀ ଧୃତରାଷ୍ଟ୍ର ଙ୍କୁ କିଏ ଦେଇଥିଲେ?

ଉତ୍ତର:- ସଞ୍ଜୟ।

୧୯:- କୌରବ ମାନଙ୍କ ମା’ କିଏ?

ଉତ୍ତର:- ଗାନ୍ଧାରୀ।

୨୦:- ରାମାୟଣ କିଏ ରଚନା କରିଥିଲେ ?

ଉତ୍ତର:- ବାଲ୍ମୀକି

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।