ପ୍ରତ୍ୟେକ ଦିନ ରାତିରେ ଗରମ କ୍ଷୀରରେ ହଳଦୀ ମିଶାଇ ପିଇଲେ ମିଳିଥାଏ ଏହିସବୁ ରୋଗରୁ ମୁକ୍ତି।ବରିଷ୍ଠ ଡାକ୍ତର ଦେଲେ ଏହି ସୂଚନା। ସେୟାର କରି ସମସ୍ତଙ୍କୁ ଜଣାନ୍ତୁ

ଆଜିକାଲି ଲୋକେ ଏତେ ବ୍ୟସ୍ତ ଯେ ନିଜ ସ୍ୱାସ୍ଥ୍ୟ ର ଯତ୍ନ ନେବାକୁ ସେମାନଙ୍କ ପାଖରେ ସମୟ ନାହିଁ । ଅନେକ ଲୋକ କାମକୁ ଅଧିକ ଧ୍ୟାନ ଦିଅନ୍ତି । ପୁଣି ଶରୀରକୁ ଯଦି ସମୟ ମିଳେ ତେବେ ଧ୍ୟାନ ଦେଇଥାନ୍ତି । କିନ୍ତୁ ପ୍ରତିଦିନ ଯେତେ କାମ ଥିଲେ ବି ସୁଦ୍ଧା ଅଳ୍ପ ସମୟ ବାହାର କରି ସ୍ୱାସ୍ଥ୍ୟ ର ଯତ୍ନ ନେବା ଉଚିତ ।

ବିଶେଷ କରି କିଛି ଘରୋଇ ଜିନିଷ ଦ୍ୱାରା ଶରୀରକୁ ଠିକ ରଖାଯାଇ ପାରିବ ଏବଂ ଅଧିକାଂଶ ରୋଗକୁ ମଧ୍ୟ ଦୂର କରାଯାଇ ପାରିବ । ତେବେ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଗରମ କ୍ଷୀରରେ ହଳଦୀ ମିଶାଇ ପିଇଲେ କଣ ଲାଭ ହୋଇଥାଏ ସେହି ବିଷୟରେ କହିବୁ । ତେଣୁ ଏହି ବିଷୟରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ।

ଗରମ କ୍ଷୀର ସହିତ ହଳଦୀ ମିଶାଇ ପିଇଲେ ରୋକି ହେଉଥିବା ରୋଗ :-

୧ . ଥଣ୍ଡା କାଶ :-

ହଳଦୀ ରେ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ରହିଥାଏ । ତେଣୁ ଋତୁ ପରିବର୍ତ୍ତନ କାରଣରୁ ହେଉଥିବା ଥଣ୍ଡା କାଶ କୁ ଏହା ଦୂର କରିଥାଏ । ପୁଣି ଗରମ କ୍ଷୀର ପିଇଲେ ଏହା ଶରୀରକୁ ଗରମ କରିବାରେ ସାହାଯ୍ୟ କରିଥାଏ ଏବଂ କାଶ ସମସ୍ୟାକୁ ଦୂରେଇ ଦେଇଥାଏ ।

୨ . ଶୁଖିଲା କାଶ :-

ଗରମ କ୍ଷୀର ଶରୀରକୁ ଗରମ ରଖିଥାଏ । ପୁଣି ହଳଦୀ ରେ ଯେଉଁ ତତ୍ତ୍ୱ ରହିଥାଏ ତାହା କଫକୁ ଶ୍ୱାସ ନଳୀ ରୁ ପରିଷ୍କାର କରିଥାଏ । ଯାହାଦ୍ୱାରା ଶୁଖିଲା କାଶ ଜନିତ ସମସ୍ୟା ଦୂରେଇ ଯାଇଥାଏ ।

୩ . ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି :-

ହଳଦୀ ରେ ଅନେକ ପଷୋକ ତତ୍ତ୍ୱ ରହିଥାଏ । ବିଶେଷ କରି ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ପ୍ରୋଟିନ ର ଆବଶ୍ୟକତା ଅଧିକ ଥାଏ । ହଳଦୀ ରେ ପ୍ରୋଟିନ ଅଧିକ ଥିବାରୁ ତାହା ଆମ ଶରୀର ପାଇଁ ଅଧିକ ଆବଶ୍ୟକ ହୋଇଥାଏ । ତେଣୁ ପ୍ରତିଦିନ ସକାଳୁ କିମ୍ବା ରାତିରେ ଶୋଇବାକୁ ଯିବା ପୂର୍ବରୁ କଞ୍ଚା ହଳଦୀ ଖାଇବା କିମ୍ବା ଗରମ କ୍ଷୀର ରେ ହଳଦୀ ମିଶାଇ ଖାଇବା ଭଲ ହୋଇଥାଏ । ଯାହାଦ୍ୱାରା ଆମର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ହୋଇଥାଏ ।

୪ . ଓଜନ ହ୍ରାସ :-

ହଳଦୀ ରେ ଆଣ୍ଟିଅକ୍ସୀଡେଣ୍ଟ ର ଗୁଣ ଭରପୂର ମାତ୍ରାରେ ଥାଏ । ଯେଉଁ କାରଣରୁ ଆମେ ଯାହା ବି ଖାଦ୍ୟ ଖାଇଥାଉ ତାହା ଭଲ ଭାବରେ ହଜମ ହୋଇଯାଏ । ତେଣୁ ଭଲ ଭାବରେ ଖାଦ୍ୟ ହଜମ ହେବା କାରଣରୁ ଶରୀରର ଓଜନ ବଢ଼ି ନଥାଏ ଏବଂ ଅଧିକ ଓଜନ ବଢ଼ିଥିଲେ ତାହା ନିୟନ୍ତ୍ରିତ ହୋଇଥାଏ ।

୫ . ଉତ୍ତମ ନିଦ :-

ପ୍ରତିଦିନ ଶୋଇବା ପୂର୍ବରୁ ଗରମ କ୍ଷୀର ସହିତ ହଳଦୀ ମିଶାଇ ପିଇଲେ ଉତ୍ତମ ନିଦ୍ରା ହୋଇଥାଏ । କାରଣ ଏହା ମାନସିକ ଚିନ୍ତା କୁ ଦୂର କରିଥାଏ । ଏହା ସହିତ ହଳଦୀ ଅନ୍ୟାନ୍ୟ ଦୁଶ୍ଚିନ୍ତା କୁ ଦୂର କରିଥାଏ । ଯାହାଦ୍ୱାରା ଆରାମ ଦାୟକ ନିଦ ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।