ମାତ୍ର ୧୪ ମାସର ଶିଶୁକୁ ପାଦରେ ଚକୁଟି ଦେଲା ଜନ୍ମକଲା ମାଆ । କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ପଶୁ ବୁ ନିଜ ସନ୍ତାନ କୁ ଯତ୍ନ ରେ ରଖିଥାଏ। ମଣିଷ କଣ ପଶୁ ଠାରୁ ହିନ । ନିଜର ନିଷ୍ପାପ ଶିଶୁ କୁ କେମିତି ଏମିତି ପାରିବ ମା। ଏ କିଭଳି ମା ଏହି ମାଆ କୁ ଆମେ ମାଆ କହିବା ନା ରାକ୍ଷସୀ । ମା ଶବ୍ଦ କୁ ଏହି ନାରୀ ଜଣଙ୍କ ଖିନ ଭିନ କରି ଦେଇଛନ୍ତି ।

ତେବେ ସୋସିଆଲ ମିଡ଼ିଆ ରେ ଏମିତି ଏକ କରୁଣ ଭିଡିଓ ସେୟାର ହୋଇ ଅଛି ଯାହାକୁ ଦେଖିଲେ ଆପଣଙ୍କ ହୃଦୟ ଦଳିଚକୁଟି ହୋଇ ଯିବ । ତେବେ କୁହା ଯାଏ ମାଆ ର ପଣତ କାନି ତଳେ ସୁଖ ର ବାସ ଥାଏ ଆଉ ମାଆ ର ପାଦ ତଳେ ସ୍ବର୍ଗ । ତେବେ ସୋସିଆଲ ମିଡ଼ିଆ ରେ ଯେଉଁ ଭିଡିଓ ଟି ସେୟାର ହୋଇଛି ସେହି ଭିଡିଓ ଦେଖିଲେ ଆପଣ ଙ୍କ ର ଏହି ଚିନ୍ତାଧାରା ବଦଳି ଯିବ। ତେବେ କଣ ରହିଛି ଭିଡିଓ ରେ ଆସନ୍ତୁ ଜାଣିବା ।

ଯେଉଁ ରାସ୍ତା ରେ ପାଦ ଥୋଇବା ପାଇଁ ଆମେ ଡରି ଥାଉ କାରଣ ଗୋଡି ଫୁଟି ଯିବ,ମାତ୍ର ମା ତା ନିଜ ପାଦ ରେ ସେହି ରାସ୍ତା ରେ ତଳେ ପକାଇ ନିଜ ପାଦ ରେ ଗୋଇଠା ମାରି ଚାଲିଛି ନିଜର ଅସହାୟ ଶିଶୁ କୁ ।

ତେବେ କାହିଁକି ଏମିତି ସେ ନିଜ ଶିଶୁ କୁ ମାଡ ମାରିଛନ୍ତି ଏହାର କାରଣ ଜାଣିଲେ ଆହୁରି ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ । ଆପଣଙ୍କ ରୁମ ତଙ୍କୁରି ଉଠିବ। ଓଃ ଏହି ବକଟେ ଶିଶୁ କୁ କିପରି ଏମିତି ନିର୍ଯାତାର ଦେଇ ପାରୁଛି ଜନ୍ମ କଲା ମାଆ । ପୁରୀ ଜିଲ୍ଲା ଗୋପ ବ୍ଲକ୍ ଅନ୍ତର୍ଗତ ଶୋରଭା ପଞ୍ଚାୟତର ପାଇକସାହି ଗ୍ରାମରେ ଦେଖିବା ପାଇଁ ମିଳିଛି ଏପରି ଏକ ଅଭାବନୀୟ ଘଟଣା।

ଏଠାରେ ଜଣେ ମା’ ତାର ୧୪ ମାସର ଶିଶୁ ପୁତ୍ରକୁ ଗୋଡ ହାତ ବାନ୍ଧି ମାଡ ମାରିବା ଭଳି ଏକ ଲୋମଟାଙ୍କୁରା ଦୃଶ୍ୟ ଦେଖିବା ପାଇଁ ମିଳିଛି।ଏହି ଘଟଣା ଟି ସେହି ଅଞ୍ଚଳରେ ଏକ ଚାଞ୍ଚଲ୍ୟ ସୃଷ୍ଟି କରିଛି।ଗ୍ରାମ ବାସୀ ଏହି ଘଟଣା କୁ ତୀବ୍ର ନିନ୍ଦା କରିଛନ୍ତି।

ତେବେ ମିଳି ଥିବା ସୂଚନା ଅନୁଯାୟୀ ଏହି ପାଇକ ସାହି ଗ୍ରାମରେ ରୁହନ୍ତି ଚକ୍ରଧର ଓ ତାଙ୍କ ପତ୍ନୀ।ଘରେ ଚକ୍ରଧର ଙ୍କ ବୁଢ଼ା ବାପା ମାଆ ଓ ୧୪ ମାସର ଶିଶୁ ମଧ୍ୟ ରୁହେ।ଚକ୍ରଧର ବ୍ୟବସାୟ କରୁ ଥିବାରୁ ସେ ପ୍ରାୟ ସମୟ ଭୁବନେଶ୍ୱର ରେ ରୁହନ୍ତି।

ଏହାର ଫାଇଦା ନେଇ ତାଙ୍କ ସ୍ତ୍ରୀ ତାଙ୍କ ବୃଦ୍ଧ ବାପା ମାଆ ଙ୍କୁ ଅନେକ ନିର୍ଯ୍ୟାତନା ଦିଅନ୍ତି।ତେଣୁ ଏତିରେ ଅତିଷ୍ଠ ହୋଇ ଚକ୍ରଧର କୋର୍ଟ ର ଦ୍ୱାରସ୍ଥ ହୋଇ ଥିଲେ।ମାତ୍ର କୋର୍ଟ ପ୍ରମାଣ ମାଗିବାରୁ ଚକ୍ରଧର ଏକ ଉପାୟ ଖଜି ବାହାର କରି ଥିଲେ ଓ ନିଜ ପତ୍ନୀଙ୍କ ଅନୁପସ୍ଥିତି ରେ ଘରେ ଏକ ସିସିଟିଭି କ୍ୟାମେରା ଲଗାଇ ଦେଇ ଥିଲେ।

ତେବେ କିଛି ଦିନ ତଳେ ଚକ୍ରଧର ଭୁବନେଶ୍ୱର ରେ କାମ ସାରି ଘରକୁ ଆସି ଥିଲେ ଓ ସିସିଟିଭି କ୍ୟାମେରା ର ଫୁଟେଜ ଚେକ କରିଥିଲେ।ଏହି ସମୟରେ ସେ ସ୍ତ୍ରୀର ଏଭଳି କଦର୍ଯ୍ୟ କାମ ଦେଖିବା କୁ ପାଇଥିଲେ।ଏବେ ଏହି ଭିଡ଼ିଓ ଟି ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।