ଖୁସି ଖବର – ଆଉ ଭୋକରେ ରହିବେନି କେହି ! ଅପରାଜିତା କଲେ ” ଅର୍ଣ୍ଣପୂର୍ଣ୍ଣା ” ଯୋଜନାର ଶୁଭାରମ୍ଭ, ସେୟାର କରି ସମସ୍ତଙ୍କୁ ଜଣାନ୍ତୁ…

ଅନ୍ନପୂର୍ଣ୍ଣା ଯୋଜନାରେ ମାଗଣାରେ ଖାଦ୍ୟ ମିଳିବ ନାହିଁ । ଖାଦ୍ୟ ଖାଇବା ପାଇଁ ଏକ ଟଙ୍କା ଦେବାକୁ ପଡ଼ିବ । ବିନା ଟଙ୍କାରେ ଖାଦ୍ୟ ବଣ୍ଟନ କୁ ବାରଣ କରିଥିଲା BMC ( ଭୁବନେଶ୍ୱର ମହାନଗର ନିଗମ ) । ବିଏମସି ର ବିଜ୍ଞପ୍ତି ପରେ ଏହାକୁ ଭୁବନେଶ୍ୱର ସାଂସଦ ସ୍ପଷ୍ଟ କରିଛନ୍ତି ଅପରାଜିତା ଷଡ଼ଙ୍ଗୀ । ତେବେ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଯେ ଯେଉଁ ମାନଙ୍କୁ ଖାଦ୍ୟ ମିଳିବ ତାହା ସମ୍ପୂର୍ଣ୍ଣ ବର୍ଷ ଏବଂ ତାହା ପୁଣି ଠିକ ସମୟରେ ଠିକ ଭାବରେ ମିଳିବ ।

ତେବେ ଏହି ଯୋଜନା ବିଏମସି ର କଟକଣା ମଧ୍ୟରେ ଆସୁନାହିଁ ବୋଲି ମଧ୍ୟ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି । ଏହାର ଯୋଜନାରେ ଲୋକଙ୍କୁ ୫ ଟଙ୍କାରେ ଭାତ ଡାଲମା ମିଳୁଥିବା ବେଳେ ଅପରାଜିତା ଷଡ଼ଙ୍ଗୀ କିନ୍ତୁ ମାଗଣାରେ ଖାଦ୍ୟ ଯୋଗାଇ ଦିଆଯିବ ବୋଲି ଜଣାଇଥିଲେ ।

ବିଏମସି ବିଜ୍ଞପ୍ତି ଅନୁଯାୟୀ କିଛି ଲୋକ ରାଜଧାନୀ ର ବାସ ଶୂନ୍ୟ ଲୋକଙ୍କୁ ବିନା ଅନୁମତିରେ ଖାଦ୍ୟ ବସ୍ତ୍ର ବଣ୍ଟନ କରୁଛନ୍ତି । ଯାହାଦ୍ୱାରା ସେହି ଲୋକଙ୍କର ମାନସିକତାରେ ପରିବର୍ତ୍ତନ ହେଉନାହିଁ ।

ଭୁବନେଶ୍ୱର କୁ ଏକ ଭିକାରୀ ମୁକ୍ତ ସହରରେ ପରିଣତ କରିବାର ସମସ୍ତ ପ୍ରୟାସ ବିଫଳ ହେଉଛି । ରାସ୍ତା କଡ଼ରେ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ନବାଣ୍ଟି ବିଏମସି ଦ୍ୱାରା ପରିଚାଳିତ ହେଉଥିବା ଆଶ୍ରୟସ୍ଥଳରେ ବାଣ୍ଟିବାକୁ ନୋଟିସ କରାଯାଇଥିଲା । ସେହି ଅନୁସାରେ ବିଏମସି ର ଅନୁମତି ନେଇ ଖାଦ୍ୟ ବଣ୍ଟାଯାଉ ବୋଲି ନିର୍ଦେଶ ଦିଆଯାଇଥିଲା । ଏଥିପାଇଁ ବିଏମସି ପକ୍ଷରୁ ବିଧିବଦ୍ଧ ଭାବରେ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

ତେବେ ଏହି ପ୍ରୟାସ ଅନୁଯାୟୀ କୁହାଯାଇଛି ଯେ ଯଦି କୌଣସି ବି ଏନଜିଓ ଏଥିପାଇଁ କାର୍ଯ୍ୟ କରୁଛନ୍ତି ତେବେ ବିଏମସି ସହିତ ମିଶି ଏହି କାର୍ଯ୍ୟ ଆହୁରି ଅଧିକ ଉନ୍ନତ କରାଯାଇ ପାରିବ । ଯାହାଦ୍ୱାରା ରାସ୍ତା କଡ଼ରେ ରହୁଥିବା ଲୋକଙ୍କୁ ଏକ ଭଲ ସୁରକ୍ଷିତ ଜୀବନ ମିଳିପାରିବ ।

ଏପରି ନକରିଲେ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାଇ ଦିଆଯାଇଛି । ଭୋକିଲାଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ଜାନୁୟାରୀ & ରେ ଅନ୍ନପୂର୍ଣ୍ଣା ନାମକ ଏକ ଟ୍ରଷ୍ଟ ଅନ୍ନପୂର୍ଣ୍ଣା କୁ ପରାଜିତ ଷଡ଼ଙ୍ଗୀ ଲୋକାର୍ପିତ କରିଥିଲେ ।

ଜୀବନ ଜୀବିକା ପାଇଁ ସଂଘର୍ଷ କରୁଥିବା ଏବଂ ଭୋକ ଉପାସରେ ରହୁଥିବା ଓଡ଼ିଶା ବାସୀ ଙ୍କୁ ଆତ୍ମନିର୍ଭରଶୀଳ କରାଇବା ଏହି ଟ୍ରଷ୍ଟ ର ଲକ୍ଷ ଏବଂ ଉଦ୍ଦେଶ୍ୟ ଥିଲା । ଏକ କ୍ଷୁଧା ମୁକ୍ତ ଓଡ଼ିଶା ଗଠନ ଲକ୍ଷକୁ ସାକାର କରିବା ପାଇଁ ଅପରାଜିତା ଷଡ଼ଙ୍ଗୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଟ୍ରଷ୍ଟ ଗଠନ କରାଯାଇଥିଲା ।

ତେବେ ଏହି ଯୋଜନା ଅନୁଯାୟୀ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଯେ ବର୍ତ୍ତମାନ ଏହି କାର୍ଯ୍ୟ କ୍ଷେତ୍ରରେ ପାଞ୍ଚଟି ସଂଗଠନ ହାତ ବଢ଼ାଇଛନ୍ତି ଚଳିତ ବର୍ଷ ସୁଦ୍ଧା । ଏବଂ ପ୍ରଥମ ପର୍ଯ୍ୟାୟରେ ମନ୍ଦିର ସାମ୍ନାରେ ଏବଂ ରାସ୍ତା କଡ଼ରେ ଥିବା ଲୋକ ଏବଂ ଭିନ୍ନକ୍ଷମ ଙ୍କୁ ତାଲିକା ବଦ୍ଧ କରାଯିବ ବୋଲି କହିଛନ୍ତି । ତେଣୁ ସେ ଏହା ମଧ୍ୟ ଭରସା ଦେଇଛନ୍ତି ଯେ ସେ ଏହି କାମକୁ ସ୍ଥାୟୀତ୍ୱ ର ସହିତ ଏବଂ ନିଷ୍ଠା ର ସହିତ କରିବେ ବୋଲି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।