ଦେଖନ୍ତୁ ଭିଡ଼ିଓ ! ଜଙ୍ଗଲ ଭିତରେ ରୋମାନ୍ସ କରୁଥିବା ସମୟରେ ପହଞ୍ଚିଲା ଡ୍ରୋନ୍ କ୍ୟାମେରା। ତାପରେ ଯାହା ହେଲା ଆପଣ ଦେଖିଲେ ହୋସ ଉଡ଼ିଯିବ

କୋରନା ମହାମାରୀ ର ପ୍ରକୋପ କୁ କିଛି ମାତ୍ରାରେ କମ କରିବା ପାଇଁ ବର୍ଷ ମାର୍ଚ୍ଚ ମାସ ଠାରୁ ଦେଶରେ ଲୋକଡାଉନ ପ୍ରକ୍ରିୟା ଜାରି କରାଯାଇଥିଲା । ତେବେ ଏହି ଲୋକଡାଉନ ସମୟରେ ଦେଶରେ ଅନେକ ନିୟମ କାନୁନ ଲାଗୁ କରାଯାଇ ଥିଲା । ଯାହାକୁ ସମସ୍ତ ଜନତା ମାନିବାକୁ ବାଧ୍ୟ ଥିଲେ ।

ତେବେ ଏହି ସବୁ ନିୟମ ଗୁଡ଼ିକ ମଧ୍ୟରେ ସବୁଠାରୁ ମହତ୍ତ୍ୱପୁର୍ଣ୍ଣ ନିୟମ ଏହା ଥିଲା ଯେ କୌଣସି ବ୍ୟକ୍ତି ଘରୁ ବାହାରକୁ ଯାଇ ପାରିବେ ନାହିଁ । ତେବେ ଅତି ଜରୁରୀ କାର୍ଯ୍ୟ ନହେଲେ ଘରୁ ବାହାରକୁ ବାହାରିବାକୁ ଅନୁମତି ନଥିଲା । ତେଣୁ ଏହି ସମୟରେ ଏହି ନିୟମକୁ କଡ଼ାକଡ଼ି ଭାବରେ ପାଳନ କରିବାକୁ ବାଧ୍ୟ ଥିଲେହେଁ ଅନେକ ଲୋକ ଏହାକୁ ମାନିବାକୁ ରାଜି ନଥିଲେ ।

ତେଣୁ ସେହି ସବୁ ଲୋକଙ୍କ ଉପରେ ପୋଲିସ ନଜର ରଖିବା ସମ୍ଭବ ନଥିଲା । କାରଣ ଏତେ ବଡ଼ ଦେଶରେ ପୁଣି ଏତେ ସଂଖ୍ୟକ ଲୋକଙ୍କ ଉପରେ ନଜର ରଖିବା କଷ୍ଟକର ହୋଇ ପଡ଼ୁଥିଲା । ତେଣୁ ସେମାନଙ୍କ ଉପରେ ଧ୍ୟାନ ରଖିବା ପାଇଁ ଡ୍ରନ ବ୍ୟବସ୍ଥା କରାଯାଇଥିଲା ।

ତେବେ ସେହି କାଳରେ ଡ୍ରନ ଦ୍ୱାରା ଅନେକ ଏପରି ଭିଡ଼ିଓ ରେକର୍ଡ଼ ହୋଇଥିଲା ଯେଉଁ ବିଷୟରେ ଶୁଣିଲେ ଆପଣ ହସି ହସି ବେଦମ ହୋଇଯିବେ । ତେବେ ଏକ ଘଟଣା ଦେଖିବାକୁ ମିଳିଥିଲା ତାମିଲନାଡୁ ରେ । ୨୦୨୦ ମସିହା ଏପ୍ରିଲ ୧୪ ତାରିଖରେ ତାମିଲନାଡୁ ର ତିରୁପୁର ସହରରେ ପୋଲିସ ଡ୍ରନ ସାହାଯ୍ୟରେ ଲୋକଙ୍କ ଉପରେ ନଜର ରଖୁଥିଲେ । ଏହି ସମୟରେ ଏକ ଗଛ ତଳେ କିଛି ଲୋକ କ୍ୟାରମ ଖେଳୁଥିବାର ନଜର ଆସିଥିଲେ । ଯାହା ଡ୍ରନ ସାହାଯ୍ୟରେ ଦେଖା ଯାଇଥିଲା ।

ଡ୍ରନ କୁ ଦେଖି ଲୋକେ ଯିଏ ଯୁଆଡ଼େ ଦୌଡ଼ିବାରେ ଲାଗିଲେ । ଏମିତିକି କ୍ୟାରମ ବୋର୍ଡ଼ ଏବଂ ସ୍କୁଟି ଛାଡ଼ି ମଧ୍ୟ ପଳାଇ ଯାଇଥିଲେ । ତେବେ ପୁଣିଥରେ ଦୁଇ ଜଣ ଲୋକ ଆସି କ୍ୟାରମ ବୋର୍ଡ଼ ଏବଂ ଅନ୍ୟ ଦୁଇ ସ୍କୁଟି ନେଇ ଦୌଡ଼ିବାରେ ଲାଗିଲେ ।

ଏହି ସମୟରେ କ୍ୟାରମ ବୋର୍ଡ଼ ନେଇ ଦୌଡ଼ୁଥିବା ଲୋକ ଦୁଇ ଜଣଙ୍କର ଲୁଙ୍ଗି ଖସି ଯାଇଥିଲା । ଡ୍ରନ ସେମାନଙ୍କ ଚାରି ପାଖରେ ବୁଲିବାକୁ ଲାଗିଥିଲା । ସେମାନେ ଯେତେ ଲୁଚି ବାକୁ ଚେଷ୍ଟା କରିଲେ ବି ସକ୍ଷମ ହୋଇ ନଥିଲେ । ତେଣୁ ଦୌଡ଼ିବାରେ ଲାଗିଥିଲେ ଏବଂ ଏହି ଦୃଶ୍ୟ ଡ୍ରନ ରେ ରେକର୍ଡ଼ ହୋଇଥିଲା ।

ପୁଣି ଚେନ୍ନାଇ ର ତିରୁବେଳୁରୁ ଜିଲ୍ଲାରେ ଏକ ଗଛ ତଳେ ପ୍ରେମୀ ଯୁଗଳଙ୍କୁ ଦେଖା ଯାଇଥିଲା । ତାପରେ ସେହି ସ୍ଥାନକୁ ଡ୍ରନ ଆସିବା ମାତ୍ରେ ସେମାନେ ଓଡ଼ଣୀ ରେ ମୁହଁ ଘୋଡାଇ ଦେଇଥିଲେ ଏବଂ ପରେ ବାଇକରେ ବସି ପଳାଇ ଯାଇଥିଲେ । କିନ୍ତୁ ଡ୍ରନ ରେ ତାଙ୍କ ବାଇକ ର ନମ୍ବର କୁ ନୋଟ କରାଯାଇଥିଲା । ଏବଂ ପରେ ସେହି ବ୍ୟକ୍ତି ଦୁଇଜଣ ଲକଡାଉନ ର ନିୟମ ଭଙ୍ଗ କରିଥିବାରୁ ସେମାନଙ୍କ ଉପରେ ପୋଲିସ ମାମଲା ରୁଜ୍ଜୁ କରିଥିଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।