କଳିଯୁଗର ଦୁଃଶାସନ ! ମଦ ପିଇ ଗାଁ ଦାଣ୍ଡରେ ସ୍ତ୍ରୀକୁ ଉଲଗ୍ନ କରି ବାଡ଼େଇଲା ସ୍ୱାମୀ । ଭିଡ଼ିଓ ଦେଖିଲେ ଆପଣ ବି କହିବେ ଧିକ ସେ ସ୍ୱାମୀ ପଣିଆ

ମଦ ହେଉଛି ଏମିତି ଏକ ବିଷ ଯାହା ମଣିଷ କୁ ଧୀରେ ଧୀରେ ମୃତ୍ୟୁ ପଥ ରେ ଅଗ୍ରସର କରାଇ ଥାଏ।ମଦ ପିଉଥିବା ମଣିଷ ତ ମରି ଥାଏ,ସାଥିରେ ତାର ପରିବାର କୁ ମଧ୍ୟ ମାରି ଥାଏ।ନିଜେ ମଦ ପିଇ ଲୋକ ହସା ହେବା ସହ ନିଜ ସ୍ତ୍ରୀ, ଛୁଆ ପିଲା ମାନଙ୍କୁ ମଧ୍ୟ ଲୋକ ହସା କରାଇ ଥାଏ।ଏନେଇ ଯେତେ ସଚେତନତା ବାର୍ତ୍ତା ଦେଲେ କଣ ହବ ମଦ୍ୟପ ମାନଙ୍କର ମଦ ପ୍ରେମ କୁଆଡୁ ଛାଡ଼ିବ। ମଦ ଯେମିତି ସେମାନଙ୍କ ଜୀବନ।

ପରିବାର ପଛେ ଭୋକ ଉପାସ ରେ ଆଉଟୁ ପାଉଟୁ ହେଉ ଥାଉ କିନ୍ତୁ ମଦୁଆ ତାର ମଦ୍ୟପାନ ଛାଡ଼ି ପାରିବ ନାହିଁ।ଦିନ ଯାକର ପରିଶ୍ରମର ରୋଜଗାର ମଦ ଭାଟିରେ ଦେଇଦେଇ ଘରେ ଆସି ସ୍ତ୍ରୀ ଉପରେ ଅତ୍ୟାଚାର କରିବା ଏମାନଙ୍କ ନୀତି ଦିନିଆ କଥା।କଣ କହିବେ ଏମାନଙ୍କୁ ।

 

ନା ଅଛି ପରିବାର ଚିନ୍ତା ନା ଅଛି ଭବିଷ୍ୟତ ଗଢିବାର ସ୍ବପ୍ନ। ମଦ ଯେମିତି ସେମାନଙ୍କର ସବୁକିଛି। ଦୁଇଦିନ ଆହାର ନଖାଇ ସେମାନେ ବଞ୍ଚିଯିବେ ସିନା କିନ୍ତୁ ଗୋଟିଏ ଦିନ ନାଲି ପାଣିର ଦର୍ଶନ ନହେଲେ ଏମାନଙ୍କର ଦିନ ଭଲରେ ଯିବ ନାହିଁ।ତେବେ ନିକଟରେ ଏକ ମଦୁଆ ନିଜ ସ୍ତ୍ରୀ ସହିତ ଏମିତି ଏକ ନିନ୍ଦନୀୟ କାର୍ଯ୍ୟ କରିଛି ଯାହା ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ।

ଗାଁ ଦାଣ୍ଡରେ ସ୍ତ୍ରୀ କୁ ଉଲଗ୍ନ କରି ଘୋଷାଡ଼ି ଚାଲିଲେ ସ୍ୱାମୀ।ଧିକ ଏଭଳି ପୁରୁଷ ଙ୍କୁ,ଲଜ୍ଜା ଲାଗିବା କଥା ମୁହଁକୁ।ମରଦପଣିଆ ଦେଖାଇବା ବେଳେ ଭୁଲି ଯାଇଛନ୍ତି ହିତାହିତ ଜ୍ଞାନ।ମଦ ପିଇ ପଶୁ ହୋଇ ଯାଇଛନ୍ତି ଏହି ସ୍ୱାମୀ ଜଣଙ୍କ।ପ୍ରତ୍ୟେକ ଦିନ ଏହିପରି ମଦ ପିଇ ଘରକୁ ଆସି ମାଡ଼ ମାରନ୍ତି ସ୍ତ୍ରୀ ଙ୍କୁ।

କିନ୍ତୁ ଗତ ଗୁରୁବାର ଦିନ ସେ ଅଧିକା ଉତୁପାତ ହୋଇଥିଲେ।ପ୍ରଥମେ ଗାଳି, ତାପରେ ମାଡ଼ ମାରି ଚାଲିଲେ।ଜୀବନ ବିକଳରେ ସ୍ତ୍ରୀ ଦୌଡ଼ି ପଳାଇଲେ ପଡ଼ୋଶୀଙ୍କ ଘରକୁ।ଆଉ ସେହି ଘର ଥିଲା ସରପଞ୍ଚ ଙ୍କର।ଭାବିଥିଲେ ସରପଞ୍ଚଙ୍କୁ ଦେଖି ସ୍ୱାମୀ ଟିକେ ଥମି ଯିବେ।ହେଲେ ସରପଞ୍ଚଙ୍କୁ ମଧ୍ୟ ଛାଡ଼ି ନଥିଲେ ମଦ୍ୟପ ସ୍ୱାମୀ।ଗାଳିଗୁଲଜ କରି ସ୍ତ୍ରୀ କୁ ସରପଞ୍ଚ ଙ୍କ ଘରୁ ଘୋଷାଡ଼ି ଘୋଷାଡ଼ି ଆଣିଲେ, ପୁଣି ମାରି ଚାଲିଲେ ସମସ୍ତଙ୍କ ଆଗରେ।

ଯାଜପୁର କୋରେଇ ଥାନା ଅନ୍ତର୍ଗତ କାଚେରା ସାହିରେ ଘଟିଛି ଏପରି ଅଭାବନୀୟ ଘଟଣା।ଗାଁର ନଟ ବାରିକ ଙ୍କ ପୁଅ ସୁଶାନ୍ତ ବାରିକଙ୍କୁ କିଛି ଲୋକ କାବୁ କରିବାକୁ ଚେଷ୍ଟା ବି କରିଥିଲେ କାରଣ ସେ ତାଙ୍କ ସ୍ତ୍ରୀ କୁ ଉଲଗ୍ନ କରି ଘୋଷାଡ଼ି ଘୋଷାଡ଼ି ମାଡ଼ ମାରି ଚାଲିଥିଲେ।ସତେ ଯେମିତି ତାଙ୍କ ମୁଣ୍ଡରେ ଭୁତ ସବାର ଥିଲା।

ସ୍ତ୍ରୀ ର ଶାଢ଼ୀ କୁ ଟାଣି ଟାଣି ଉଲଗ୍ନ କରି ତାକୁ ବେଜିତ କରି ଚାଲିଥିଲେ ଗାଁ ଦାଣ୍ଡରେ।ଗାଁ ଲୋକହିଁ ସେହି କଳି ଯୁଗର ଦୁଃଶାସନ କବଳରୁ ରକ୍ଷା କରିଥିଲେ ସେହି ମହିଳାଙ୍କୁ।ଏସବୁ ଘଟିଲା ପରେ ମହିଳା ଜଣଙ୍କ ବାଧ୍ୟ ହୋଇ ଥାନାରେ ଅଭିଯୋଗ କରିଛନ୍ତି ନିଜ ସ୍ୱାମୀଙ୍କ ନାମ ରେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।