ଦିନେ କହିଥିଲା ‘ବିବାହ ପାଇଁ ରାଜି ନହେଲେ ବେକ କାଟିଦେବି, ବିବାହ ପରେ ସେହି ସ୍ତ୍ରୀ ସହିତ ଯାହା କରିଲା ଧୋକେବାଜ ସ୍ବାମୀ। ଆପଣ ଜାଣିଲେ ମୁଣ୍ଡରେ ହାତ ଦେଇଦେବେ

କୁହାଯାଏ ଯେ ପ୍ରେମ ହେଉଛି ଶାଶ୍ୱତ,ପ୍ରେମ ଅମର, ପ୍ରେମ ପବିତ୍ର।ପ୍ରେମ କୌଣସି ଜାତି,ଗୋତ୍ର,ବର୍ଣ୍ଣ, ବୟସ କିଛି ଦେଖି ନଥାଏ।କିନ୍ତୁ ଆଜିର ପ୍ରେମି ଯୁଗଳ ମାନେ ପ୍ରେମ କୁ କଳଙ୍କିତ କରିବା ସହିତ ବିବାହର ଅର୍ଥ କୁ ଭୁଲି ସାରିଲେଣି।ସେମାନେ ପ୍ରେମ ର ପ୍ରକୃତ ଅର୍ଥ କୁ ଭୁଲି ଗଲେଣି।ଆଜିର ଏହି ପ୍ରେମି ଯୁଗଳ ମାନେ ପ୍ରେମ କୁ ଶାରିରୀକ ଆକର୍ଷଣର କେନ୍ଦ୍ରବିନ୍ଦୁ କରି ସାରିଲେଣି।ଯାହା ବାସ୍ତବରେ ଏକ ଭୁଲ ମାନସିକତା।

ବାରମ୍ବାର ଏପରି ନିନ୍ଦନୀୟ କାର୍ଯ୍ୟ କରି ଏମାନେ ପ୍ରେମ ପରି ଏକ ପବିତ୍ର ସମ୍ପର୍କରେ କଳଙ୍କର ଟୀକା ଲଗାଉଛନ୍ତି।ଆଜି ଅଧିକାଂଶ ପ୍ରେମ ସ୍ଥାପନ ହେଉଛି କେବଳ ଶାରୀରିକ ସମ୍ପର୍କ ସ୍ଥାପନ ପାଇଁ।ଆମେ ଅଧିକାଂଶ ସମୟରେ ଦେଖୁଛୁ କି ପୁଅ ମାନେ ଗୋଟିଏ ଝିଅ ସହ ସେକ୍ସ୍ କରି ପୁଣି ଆଉ ଜଣଙ୍କୁ ଭଲ ପାଉଛନ୍ତି ତ କେତେବେଳେ ପୁଣି ଝିଅ ମାନେ ଗୋଟିଏ ପୁଅକୁ ଭଲ ପାଇ,ତା ପାଖରୁ ସବୁ ଟଙ୍କା ଖୋଳ କରି ଦେବା ପରେ ପୁଣି ଆଉ ଗୋଟିଏ ପୁଅକୁ ଧରୁଛନ୍ତି।

ବେଳେବେଳେ ଏମିତି ମଧ୍ୟ ଦେଖିବା ପାଇଁ ମିଳୁଛି କି ଜଣେ ପୁଅର ଏକାଧିକ ପ୍ରେମିକା ଥିବା ବେଳେ, ଗୋଟିଏ ଝିଅର ମଧ୍ୟ ଏକାଧିକ ପ୍ରେମିକ ରହୁଛି।ଅର୍ଥାତ କଳିଯୁଗ ରେ ପ୍ରେମ ଆଉ ପବିତ୍ର ହୋଇ ରହି ନାହିଁ।ଲଭ,ସେକ୍ସ୍ ଓ ଶେଷରେ ଧକ୍କା ପରି ଏକ ଘଟଣା ଏବେ ଉତ୍ତର ପ୍ରଦେଶ ର ଫତେହପୁର ଅଞ୍ଚଳରେ ଚହଳ ସୃଷ୍ଟି କରିଛି।

ଏହି ଅଞ୍ଚଳରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି ଯାହା ସଭ୍ୟ ସମାଜର ମୁଣ୍ଡ ତଳକୁ କରି ଦେଇଛି।କାରଣ ଏଠାରେ ସ୍ୱାମୀ ଙ୍କ ଠାରୁ ପ୍ରତାରଣା ପାଇ ଥାନାରେ ଅଭିଯୋଗ କରିଛନ୍ତି ସ୍ତ୍ରୀ।ଯାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।ତେବେ ଘଟଣା ଟି ହେଉଛି କିଛି ଏପରି; ଜଣେ ଯୁବତୀ ଓ ଜଣେ ଯୁବକଙ୍କ ମଧ୍ୟରେ ଫେସବୁକ ରେ ବନ୍ଧୁତା ସ୍ଥାପନ ହୋଇ ଥିଲା।ପରେ ସେମାନେ ପରସ୍ପରକୁ ପ୍ରେମ କରି ବସି ଥିଲେ।

ତେବେ ଯୁବକ ଜଣକ ସେହି ଯୁବତୀଙ୍କୁ ପ୍ରଥମେ ପ୍ରେମ ନିବେଦନ କରି ଥିଲେ ଓ ତାଙ୍କୁ ବିବାହ ନକଲେ ସେ ବ୍ଲେଡ଼ ରେ ବେକ କାଟି ଆତ୍ମହତ୍ୟା କରିବେ ବୋଲି କହି ଥିଲେ।ତେଣୁ ଯୁବତୀ ଜଣଙ୍କ ତାଙ୍କୁ ବିବାହ କରିବା ପାଇଁ ରାଜି ହୋଇ ଥିଲେ ।

ପରେ ସେମାନଙ୍କ ବିବାହ ମଧ୍ୟ ହୋଇ ଥିଲା।ମାତ୍ର ବିବାହର ଅଳ୍ପ ଦିନ ମଧ୍ୟରେ ସ୍ୱାମୀ ଜଣଙ୍କ ସ୍ତ୍ରୀ ର ସମସ୍ତ ସୁନା ଗହଣା ଓ ନଗଦ ୧ ଲକ୍ଷ ଟଙ୍କା ନେଇ କୁଆଡ଼େ ଫେରାର ହୋଇ ଯାଇ ଥିଲା।ତେବେ ଏହ ଘଟଣାର ବର୍ଷେ ପରେ ସ୍ତ୍ରୀ ଆସି ସ୍ୱାମୀ ର ଘର ଆଗରେ ପାଟିତୁଣ୍ଡ କରିଥିଲେ ଏବଂ ସ୍ୱାମୀକୁ ନପାଇ ସେ ପୋଲିସ ରେ ଅଭିଯୋଗ କରିଥିଲେ।ପୋଲିସ ସମସ୍ତ ଘଟଣା ଶୁଣିବା ପରେ ଅଭିଯୁକ୍ତ କୁ ଖୁବଶୀଘ୍ର ଖୋଜି ବାହାର କରିବା ସହିତ ତାକୁ ଉଚିତ ଦଣ୍ଡ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।