ମକର ସଂକ୍ରାନ୍ତି ଅବସର ରେ ଏହି ରାଶି ମାନଙ୍କର ଘଟୁଛି ମହା ସଂଯୋଗ , ଆଉ କିଛି ରାଶି ଉପରେ ଆସିପାରେ ବିପଦ , ନିଶ୍ଚିତ ଭାବରେ ଜାଣି ନିଅନ୍ତୁ

ଗ୍ରହ ମାନଙ୍କର ରାଜା ସୂର୍ଯ୍ୟଙ୍କର ୨୦୨୧ ରେ ପ୍ରଥମଥର ପାଇଁ ରାଶି ପରିବର୍ତ୍ତନ ହେବାକୁ ଯାଉଛି । ସୂର୍ଯ୍ୟ ୧୪ ଜାନୁଆରୀ ସକାଳ ଆଠ ଘଟିକା ରେ ମକର ରାଶିରେ ପ୍ରବେଶ କରିବେ । ସୂର୍ଯ୍ୟଙ୍କର ଏହି ଗୋଚରକୁ ମକର ସଂକ୍ରାନ୍ତି ବୋଲି କୁହାଯାଏ । ଜ୍ୟୋତିଷ ଗଣନା ଅନୁସାରେ ଏବଂ ରାଶି ଅନୁଯାୟୀ ଏହି ମକର ସଂକ୍ରାନ୍ତି ଅଧିକ ଖାସ ରହିବ । ସିଂହ ଏବଂ ଧନୁ ରାଶିର ଜାତକ ଧନ ଯୋଗର ଲାଭ ଉଠାଇବେ । ତେଣୁ ଆସନ୍ତୁ ଜାଣିବା ଯେ ମକର ସଂକ୍ରାନ୍ତି ରେ କେଉଁ ରାଶିକୁ କେଉଁ ଲାଭ ମିଳିବ ।

ମେଷ ରାଶି :-

ସୂର୍ଯ୍ୟ ଙ୍କର ଗୋଚର ମେଷ ରାଶି ପାଇଁ ଅନୁକୂଳ ପ୍ରମାଣିତ ହେବ । କାର୍ଯ୍ୟ କ୍ଷେତ୍ରରେ ଭରପୁର ବୃଦ୍ଧି ହେବ । ଏହି ସମୟରେ ସୂର୍ଯ୍ୟଙ୍କର ଅନ୍ୟ ତିନୋଟି ଗ୍ରହ ସହିତ ସଂଯୋଗ ହେବ । ଏଥିପାଇଁ ଆପଣ ସବୁ କାର୍ଯ୍ୟ କରିବାରେ ସକ୍ଷମ ହେବେ । ଚାକିରୀ ପେଶାରେ ଥିବା ଜାତକ ଚାକିରୀ ପରିବର୍ତ୍ତନ କରି ପାରନ୍ତି । ଏହି ସମୟରେ ସୂର୍ଯ୍ୟ ଦେବ ଶନି ଙ୍କ ସହିତ ସଂଯୋଗ କରିବେ । ଏଥିପାଇଁ କୌଣସି ବରିଷ୍ଠ ବ୍ୟକ୍ତିଙ୍କ ସହିତ ମତଭେଦ ହୋଇପାରେ ।

ବୃଷ ରାଶି :-

ସୂର୍ଯ୍ୟ ଙ୍କର ଏହି ଗୋଚର ଦ୍ୱାରା ଆପଣଙ୍କୁ ଜୀବନର ଉଚିତ ପରିଣାମ ପ୍ରାପ୍ତ ହେବ । ସୂର୍ଯ୍ୟ ଙ୍କ ସ୍ଥିତି ଆପଣଙ୍କ ମା ଙ୍କ ପାଇଁ ହାନୀକାରକ ସାବ୍ୟସ୍ତ ହୋଇପାରେ ଅର୍ଥାତ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ ।

ମିଥୁନ ରାଶି :-

ସୂର୍ଯ୍ୟ ଆପଣଙ୍କର ତୃତୀୟ ଭାବରେ ସ୍ୱାମୀ ହୋଇ ଅଷ୍ଟମ ଭାବରେ ଗୋଚର କରିବେ । ଚାକିରୀ ଏବଂ ବ୍ୟାପାରରେ ସଫଳତା ପାଇବା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ । ଏହି ରାଶିର କିଛି ଲୋକ ଚାକିରୀ ଖୋଜି ପାରନ୍ତି ।

କର୍କଟ ରାଶି :-

ଏହି ରାଶିର ବ୍ୟକ୍ତିଙ୍କୁ ନିଜ ବ୍ୟବସାୟ ଜନିତ ଯାତ୍ରା କରିବାକୁ ପଡ଼ିବ । ପରିବାରର କୌଣସି ସଦସ୍ୟ ଙ୍କ ସହିତ କାନୁନ ଲଢ଼େଇ ହୋଇପାରେ । ଏଥିପାଇଁ ଅଧିକ ଧନ ଖର୍ଚ୍ଚ କରିବାକୁ ପଡ଼ିପାରେ ।

ସିଂହ ରାଶି :-

ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ହେବ । ଧନ ପ୍ରାପ୍ତିର ଯୋଗ ରହିଛି । ଛାତ୍ର ମାନଙ୍କ ପାଇଁ ଉତ୍ତମ ରହିବ ।

କନ୍ୟା ରାଶି :-

ସୂର୍ଯ୍ୟ ଙ୍କ ଗୋଚର ପଞ୍ଚମ ସ୍ଥାନକୁ ହେବ । ଏହି ସମୟରେ ବ୍ୟକ୍ତିଙ୍କୁ ଅଶୁଭ ଫଳ ପ୍ରାପ୍ତ ହେବ । ତେଣୁ ଏହି ସମୟରେ ଯାତ୍ରା କରିବାରୁ ବଞ୍ଚିତ ହେବା ଉଚିତ ।

ତୁଳା ରାଶି :-

ସୂର୍ଯ୍ୟ ଆପଣଙ୍କ ରାଶିରେ ଚତୁର୍ଥ ଭାବରେ ବିରାଜମାନ କରିବେ । ଆପଣଙ୍କ ମା ଙ୍କ ସ୍ୱାସ୍ଥ୍ୟ ହାନୀ ହେବାର ଆଶଙ୍କା ରହିଛି ।

ବିଛା ରାଶି :-

ସୂର୍ଯ୍ୟ ଆପଣଙ୍କ ରାଶିରେ ତୃତୀୟ ସ୍ଥାନରେ ଉପସ୍ଥିତ ହେବେ । ଭାଗ୍ୟ ସର୍ବଦା ଆପଣଙ୍କ ସପକ୍ଷରେ ରହିବ । ପୁରୁଣା ସମ୍ପର୍କରୁ ଲାଭ ମିଳିବ ।

ଧନୁ ରାଶି :-

ଏହି ଗୋଚର ସମୟରେ ସୂର୍ଯ୍ୟ ଆପଣଙ୍କ ଜାତକର ଦ୍ୱିତୀୟ ସ୍ଥାନରେ ରହିବେ । ଆପଣଙ୍କୁ ଶୁଭ ପରିଣାମ ପ୍ରାପ୍ତ ହେବ । ଆର୍ଥିକ ଲାଭ ମିଳିବାର ଯୋଗ ରହିଛି ।

ମକର ରାଶି :-

ସୂର୍ଯ୍ୟ ଗୋଚର ସମୟରେ ଆପଣଙ୍କ ରାଶିରେ ପ୍ରବେଶ କରିବେ । ଆପଣଙ୍କ ଉପରେ ବିଶେଷ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି । କାର୍ଯ୍ୟ କ୍ଷେତ୍ରରେ କିଛି କଠିନ ସମସ୍ୟା ଦେଖା ଦେଇପାରେ । ଚାକିରୀ ପରିବର୍ତ୍ତନ ପାଇଁ କଠିନ ପରିସ୍ଥିତି ର ସାମ୍ନା କରିବାକୁ ପଡ଼ିପାରେ ।

କୁମ୍ଭ ରାଶି :-

ସୂର୍ଯ୍ୟ ଆପଣଙ୍କ ରାଶିରେ ଦ୍ୱାଦଶ ଭାବରେ ଗୋଚର କରିବେ । ଜୀବନସାଥୀ ଙ୍କ ଠାରୁ କଠିନ ସମସ୍ୟାର ସାମ୍ନା କରିବାକୁ ପଡ଼ିବ ।

ମୀନ ରାଶି :-

ସୂର୍ଯ୍ୟ ଙ୍କ ଗୋଚର ଏକାଦଶ ଭାବରେ ରହିବ । ସବୁ କାର୍ଯ୍ୟ ରେ ସଫଳତା ମିଳିବ । ଗୋଚରର ଅବଧି ବ୍ୟକ୍ତିଙ୍କୁ ଶୁଭ ଫଳ ଦେବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।