ଆପଣ ବ୍ରଣ ,କଳା ଦାଗ ପାଇଁ ଚିନ୍ତିତ ଅଛନ୍ତି କି ?ମାତ୍ର ଗୋଟିଏ ଥର କରନ୍ତୁ ଏହି ଘୋରାଇ ଉପଚାର ,ତାପରେ ଦେଖିବେ ଆପଣଙ୍କ ଚେହେରା କାଚ ପରି ଚମକିବ

ଆଜିକାଲି ପୁଅ ମାନେ ହେଉ କିମ୍ବା ଝିଅ ମାନେ ହୁଅନ୍ତୁ ସମସ୍ତେ ନିଜ ସ୍କିନ ର ଯତ୍ନ ନେଇଥାନ୍ତି । ପୁଣି ସୁନ୍ଦର ଦେଖା ଯିବାକୁ ଯେକେହିବି ପସନ୍ଦ କରନ୍ତି । ତେବେ ଆଜିକାଲି ପରିବେଶ ପ୍ରଦୂଷଣ କାରଣରୁ ଲୋକଙ୍କ ସ୍ୱାସ୍ଥ୍ୟ ସହିତ ତ୍ୱଚା ମଧ୍ୟ କ୍ଷତିଗ୍ରସ୍ତ ହେଉଛି । ଅନେକ ପ୍ରକାରର ଶାରୀରିକ ସମସ୍ୟା ଦେଖା ଯାଉଛି ।

ଯାହାର ପ୍ରତିକାର ମଧ୍ୟ ସମ୍ଭବପର ହୋଇ ପାରୁନାହିଁ । ତେବେ ଆଜିକାର ଏହି ଲେଖାରେ ଆମେ ଏକ ଘରୋଇ ଉପଚାର ବିଷୟରେ କହିବୁ ଯାହା ସାହାଯ୍ୟରେ ଆପଣ ନିଜର ତ୍ୱଚା ସମ୍ବନ୍ଧିତ ସମସ୍ୟା ଯେପରିକି ତ୍ୱଚାରେ ବ୍ରଣ ଏବଂ କଳା ଦାଗ ସମସ୍ୟାକୁ ଦୂର କରି ଦେଇ ପାରିବେ ।

ତେଣୁ ସେହି ଉପଚାର ବିଷୟରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ତେବେ ଏହି ଉପଚାର କୁ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକୀୟ ସାମଗ୍ରୀ ଗୁଡ଼ିକ ହେଉଛି ଆଳୁ , ହଳଦୀ , ମହୁ , ବେଶନ , ଗୋଲାପ ଜଳ ଇତ୍ୟାଦି ।

ପ୍ରସ୍ତୁତ କରିବାର ପ୍ରଣାଳୀ :-

ଏହି ଉପଚାରକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏକ ଆଳୁକୁ କୋରି ତାର ରସ ବାହାର କରି ଦିଅନ୍ତୁ । ଏହାପରେ ଆପଣ ନିଜ ଅନୁଯାୟୀ ଏକ କିମ୍ବା ଦୁଇ ଚାମଚ ବେଶନ ନିଅନ୍ତୁ । ବେଶନ ଆପଣଙ୍କ ତ୍ୱଚା ରେ କଳା ଦାଗକୁ ହଟାଇବା ସହିତ ଚେହେରାରେ ଗ୍ଲୋ ଆଣିଥାଏ । ଏହାପରେ ଅଧା ଚାମଚ ହଳଦୀ ସେଥିରେ ମିଶାନ୍ତୁ । ହଲଦୀରେ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ରହିଥାଏ । ଯାହା କଳା ଦାଗ ସମସ୍ୟାକୁ ମଧ୍ୟ ଦୂର କରିଥାଏ ।

ଏହାପରେ ଏଥୁରେ କିଛି ଗୋଲାପ ଜଳ ମିଶାନ୍ତୁ । ଗୋଲାପ ଜଳରେ କ୍ଲିନଜିଙ୍ଗ ତତ୍ତ୍ୱ ରହିଥାଏ ଯାହା ତ୍ୱଚାରେ ଥିବା ଧୂଳି ମଳି କୁ ପରିଷ୍କାର କରିଥାଏ ଏବଂ ଏକ ଟନର ଭାବରେ ମଧ୍ୟ କାର୍ଯ୍ୟ କରିଥାଏ । ଏହି କାରଣରୁ ଫେସ ଧୋଇ ସାରିବା ପରେ ଗୋଲାପ ଜଳ ଲଗାଇବାକୁ କୁହାଯାଇଥାଏ ।

ଏହା ପରେ କିଛି ମହୁ ମିଶାନ୍ତୁ । ମହୁ ତ୍ୱଚାର ଉଜ୍ଜ୍ୱଳତା କୁ ବୃଦ୍ଧି କରିଥାଏ ଏବଂ ଡେଡ଼ ସେଲ କୁ ବାହାର କରିବାରେ ସାହାଯ୍ୟ କରିଥାଏ । ଶେଷରେ ଆବଶ୍ୟକ ଅନୁଯାୟୀ ଆପଣ ପୂର୍ବରୁ ପ୍ରସ୍ତୁତ କରିଥିବା ଆଳୁ ଜୁସ କୁ ନେଇଥିବା ସାମଗ୍ରୀ ରେ ମିଶାନ୍ତୁ । ଏହାକୁ ଭଲ ଭାବରେ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ।

ବ୍ୟବହାର କରିବାର ବିଧି :-

ଏହି ପେଷ୍ଟକୁ ବ୍ୟବହାର କରିବା ପୂର୍ବରୁ ପ୍ରଥମେ ଆପଣ ନିଜ ମୁଁହକୁ କିମ୍ବା ଯେଉଁ ସ୍ଥାନରେ ଆପଣ ଲଗାଇବାକୁ ଚାହୁଁଛନ୍ତି ତାହାକୁ ଭଲ ଭାବରେ ଧୋଇ ଦିଅନ୍ତୁ । ତାପରେ ଏକ କପଡ଼ାରେ ଭଲ ଭାବରେ ପୋଛି ଦିଅନ୍ତୁ ।

ଏହାପରେ ପ୍ରସ୍ତୁତ କରିଥିବା ପେଷ୍ଟକୁ ଭଲ ଭାବରେ ଏକ ମୋଟା ଆସ୍ତରଣ ରେ ଲଗାଇ ସେମିତି ରହିବାକୁ ଦିଅନ୍ତୁ । ଏପରି ୧୦ ରୁ ୧୫ ମିନିଟ ପର୍ଯ୍ୟନ୍ତ ରଖିବା ପରେ ତାହା ଭଲ ଭାବରେ ଶୁଖିଯିବ । ତାପରେ ମୁହଁକୁ ଥଣ୍ଡା ପାଣିରେ ଭଲ ଭାବରେ ଘଷି ଧୋଇ ଦିଅନ୍ତୁ । ଏପରି କିଛି ଦିନ କରିବା ପରେ ଆପଣ ପରିବର୍ତ୍ତନ ଦେଖି ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।