ସାତ ବର୍ଷର କୁନି ଝିଅ ଲେଖିଲା ରାମାୟଣ। ମାତ୍ର ୨୨ ଦିନରେ ୫୭ ପୃଷ୍ଠାର ରାମାୟଣ ଲେଖି ସାରା ଦେଶରେ ପରିଚିତ ହେଲା ଏହି ଝିଅ

ଏହି ଭାରତ ହେଉଛି ଦେବତା ମାନଙ୍କ ଜନ୍ମ ଭୂମି।ଏଠାରେ ଯୁଗେ ଯୁଗେ ଅନେକ ଦେବା ଦେବୀ ଜନ୍ମ ଗ୍ରହଣ କରିଛନ୍ତି ଏବଂ ତାଙ୍କର ଲୀଳା ସମ୍ପାଦନ କରି ଫେରିଛନ୍ତି। ସେହିପରି ଭାରତ ରେ ଅନେକ ଜ୍ଞାନୀ ଗୁଣି,ବୁଦ୍ଧିଜୀବୀ ମଧ୍ୟ ଜନ୍ମ ଗ୍ରହଣ କରିଛନ୍ତି। ଆର୍ଯ୍ୟଭଟ୍ଟ, ବିବେକାନନ୍ଦ, ରାମନୁଜନ,ଡ଼ଃ.ଏପିଜେ ଅବଦୁଲ କାଲାମ, ଆମ୍ବେଦକର ପରି ଜ୍ଞାନୀ ଓ ବୁଦ୍ଧିଜୀବୀ ମାନେ ଭାରତ କୁ ବିଶ୍ୱ ଦରବାରରେ ପରିଚିତ କରାଇଛନ୍ତି।

ମହାତ୍ମା ଗାନ୍ଧୀ, ରାଜେନ୍ଦ୍ର ପ୍ରସାଦ, ଜବାହରଲାଲ ନେହେରୁ ପରି ମହା ପୁରୁଷ ଙ୍କ ପାଇଁ ଭାରତ ଆଜି ସବୁଠାରେ ପୂଜିତ।ଏବେ ସେହିପରି ଏକ ୮ ବର୍ଷ ର ଛୋଟ ପିଲା ତାର ସ୍ମରଣ ଶକ୍ତି ବଳରେ ସମସ୍ତ ଙ୍କର ହୃଦୟ କୁ ଜିତି ସାରିଛି।

ଏହି ଛୋଟ ଝିଅଟି ଏତେ କମ୍ ବୟସରେ “ଇଣ୍ଡିଆ ବୁକ ଅଫ ରେକର୍ଡ଼” ରେ ନିଜର ନାମ କୁ ଯୋଡ଼ି ପାରିଛି।ଏହି ଛୋଟ ପିଲା ଟିର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି। ଏହି କୁନି ଝିଅର କୃତିତ୍ୱ ବିଷୟରେ ଜାଣିଲେ ଆପଣ ମୁଣ୍ଡରେ ହାତ ଦେବେ।

ରାମାୟଣ ଭଳି ଏକ ପବିତ୍ର ଧର୍ମ ଗ୍ରନ୍ଥ କୁ ମାତ୍ର ୨୨ ଦିନ ମଧ୍ୟରେ ଲେଖି ଶେଷ କରି ପାରିଛି ମାତ୍ର ୮ ବର୍ଷର କୁନି ଝିଅଟି।ମାତ୍ର ୨୨ ଦିନରେ ୫୭ ପୃଷ୍ଠାର ରାମାୟଣ ଲେଖି ଭାରତରେ ସର୍ବ କନିଷ୍ଠ ଲେଖିକା ଭାବରେ ନିଜର ଏକ ସୁନ୍ଦର ସ୍ଥାନ ବନାଇ ପାରିଛି ଏହି କୁନି ଝିଅଟି।


ତେବେ ମିଳି ଥିବା ସୂଚନା ଅନୁଯାୟୀ ବ୍ରହ୍ମପୁର ସହରର ଡିଫେନ୍ସ କଲୋନୀ ର ବାସିନ୍ଦା ଶ୍ରୀ ରୁଦ୍ର ପ୍ରସାଦ ଆଚାରୀ ଏବଂ ଶ୍ରୀମତୀ ପଦ୍ମିନୀ ଆଚାରୀ ଙ୍କ ନାତୁଣୀ ତଥା ଶ୍ରୀ ସନ୍ଜିତ ଆଚାରୀ ଏବଂ ରଶ୍ମିତା ଆଚାରୀ ଙ୍କ ସୁକନ୍ୟା ଶୁଶ୍ରୀ ଈଶିତା ତାଙ୍କର ଏଭଳି ଏକ ବିସ୍ମୟକର କାର୍ଯ୍ୟ ପାଇଁ ବିଷ଼଼୍ମୟ କନିଷ୍ଠ ଲେଖିକା ଭାବେ ନିଜର ସ୍ୱତନ୍ତ୍ର ସ୍ଥାନ କରିଛନ୍ତି।

ତେବେ ତାଙ୍କ ବାପା ଚେନ୍ନାଇ ରେ ଚାକିରୀ କରି ଥିବାରୁ ସେ ଏବେ ସେଠାରେ ରହି ପାଖରେ ଥିବା ଏନ୍ଏସ୍ଏନ୍ ମେମୋରିଆଲ ସ୍କୁଲ ରେ ଷ୍ଟାଣ୍ଡାର୍ଡ ୩ ରେ ଅଧ୍ୟୟନ କରୁଛନ୍ତି।ତେବେ ଈଶିତାଙ୍କ କହିବା ଅନୁଯାୟୀ ତାଙ୍କୁ ଛୋଟ ବେଳୁ ରାମାୟଣ ଶୁଣିବାକୁ ବହୁତ ଭଲ ଲାଗେ ତେଣୁ ସେ ତାଙ୍କ ଜେଜେଙ୍କ ପାଖରୁ ପ୍ରତ୍ୟେକ ଦିନ ରାମାୟଣ ଶୁଣନ୍ତି।ତେବେ କରୋନା ମହାମାରୀ ଯୋଗୁଁ ଲକ ଡାଉନ ହୋଇଥିଲା ଏବଂ ଏହି ସମୟରେ ଦୂରଦର୍ଶନ ରେ ରାମାୟଣ ପ୍ରସାରିତ ହୋଇ ଥିଲା।

ତେଣୁ ସେ ପ୍ରତ୍ୟେକ ଦିନ ରାମାୟଣ ଦେଖୁ ଥିଲେ।ପରେ ସେ ନିଜ ରୁମରେ ବସି ରାମାୟଣ ଲେଖିବା ଆରମ୍ଭ କରି ଥିଲେ।ଏମିତି ଭାବେ ସେ ଦିନକୁ ୨ ରୁ ୩ ପେଜ୍ ରାମାୟଣ ଲେଖୁ ଥିଲେ।ମାତ୍ର ଏହି ବିଷୟରେ ଘରେ କାହାକୁ ଜଣାଇ ନଥିଲେ।ତେବେ ମାତ୍ର ୨୨ ଦିନରେ ସେ ସମ୍ପୂର୍ଣ୍ଣ ରାମାୟଣ ଲେଖି ପାରିଛନ୍ତି।ଏବେ ସମଗ୍ର ଦେଶରୁ ତାଙ୍କୁ ଓ ତାଙ୍କ ପରିବାର କୁ ଶୁଭେଚ୍ଛା ର ସୁଅ ଛୁଟିବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।