ଯଦି ପୋଲିସ ନପିନ୍ଧେ ହେଲମେଣ୍ଟ ତାହେଲେ ଚାଲାଣ କାଟିବ କିଏ ? ବିନା ହେଲମେଟ ରେ ରାଜଧାନୀର ରାଜ ରାସ୍ତାରେ ଗାଡ଼ି ଚଳାଉଛନ୍ତି ପୋଲିସ୍ ଅଧିକାରୀ। ଏଥିରେ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ….

ପୋଲିସ୍ ମାନେ ଦେଶର ଆଇନ୍ ରକ୍ଷକ ହୋଇ ଥାଆନ୍ତି । ଦେଶ ଲାଗୁ କରା ଯାଇ ଥିବା ଆଇନ୍ ର ରକ୍ଷା ପୋଲିସ୍ ମାନେ କରନ୍ତି ।ତେବେ ଲକ୍ ଡାଉନ୍ ଥିବା ସମୟ ରେ ପୋଲିସ୍ ମାନେ ଦିନ ରାତି ଏକ କରି ଡିୟୁଟି କରି ଲୋକ ମାନଙ୍କୁ ସୁରକ୍ଷା ଦେଉ ଥିଲେ ତେଣୁ ସେମାନଙ୍କୁ ଦେଶର ଆଇନ ରକ୍ଷକ ବୋଲି କୁହାଯାଏ ।

ତେବେ ଆପଣ ମାନେ ଜାଣି ଥିବେ ଦିନକୁ ଦିନ ଟ୍ରାଫିକ ନିୟମ କୁ କଡାକଡି ଭାବେ ଲାଗୁ କରା ଯାଉ ଅଛି। ଆଉ ସ୍ଥାନେ ସ୍ଥାନେ ପୋଲିସ୍ ମାନେ ହେଲମେଟ ଚେକିଙ୍ଗ ରେ ଲାଗି ପଡିଛନ୍ତି। ଲୋକ ମାନେ ପୋଲିସ୍ କୁ ଖୁବ୍ ଷ୍ଟ୍ରିଟ ଭାବିବା ସହିତ ବହୁତ୍ ଡରି ଥାନ୍ତି ।

ତେବେ ଥରେ ଭାବନ୍ତୁ ଯଦି ଏହି ଆଇନ ରକ୍ଷକ ମାନେ ଆଇନ ଉଲଂଘନ କରିବେ ତେବେ ସାଧାରଣ ଲୋକ ମାନେ କଣ କରିବେ । ତେବେ ଏହି ସବୁ ଭିତରେ ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଖୁବ୍ ମାତ୍ରା ରେ ଭାଇରାଲ ହେଉଛି ଯେଉଁଠି ଦୁଇ ଜଣ ପୋଲିସ ବାବୁ ବିନା ହେଲମେଟ ରେ ଗାଡି ଚଳାଉ ଅଛନ୍ତି।

ଏହି ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି । ସାଧାରଣ ଲୋକ ମାନଙ୍କ ର ପୋଲିସ୍ ମାନଙ୍କୁ ନେଇ ମନରେ ଏକ ଭିନ୍ନ ଧାରଣା ସୃଷ୍ଟି ହୋଇ ଥାଏ ଆଉ ଲୋକ ମାନେ ଭାବି ଥାଆନ୍ତି ଯେ ପୋଲିସ୍ ଖୁବ୍ କଠୋର ଓ ରାଗି ମିଞ୍ଜସ ର ହୋଇ ଥାଆନ୍ତି।

ତେବେ ଥରେ ଭାବନ୍ତୁ ଯଦି ପୋଲିସ ଆଇନ୍ ର ରକ୍ଷକ ହୋଇ ଏମିତି ଆଇନ୍ ଉଲଂଘନ କରିବେ ତେବେ ସାଧାରଣ ଲୋକ ମାନଙ୍କ ଉପରେ ଏତେ କଠୋର ଆଇନ୍ ଲାଗୁ କରିବା କଣ ଆବଶ୍ୟକ ଅଟେ । ତେବେ ପୋଲିସ ମାନେ ଆଇନ୍ ରକ୍ଷାକରି ହୋଇ ଥିବାର ଧାରଣା କୁ ଏହି ପୋଲିସ୍ ବାବୁ ମିଥ୍ୟା ପ୍ରମାଣ କରିଛନ୍ତି।ତେବେ କୁହାଯାଏ ଯେ ସବୁ ଲୋକ ମାନଙ୍କ ପାଇଁ ସମସ୍ତ ନିୟମ ସମାନ ହୋଇ ଥାଏ ।

କିନ୍ତୁ ଏଥିରେ କିଛି ଭିନ୍ନ ଜିନିଷ ଦେଖିବା ପାଇଁ ମିଳିଛି । ତେବେ ଏହି ଘଟଣା ଟି ଦେଖିବାକୁ ମିଳିଛି ଭୁବନେଶ୍ୱର କଳ୍ପନା ଛକରୁ ରସୁଲଗଡ଼ ଯିବା ବାଟରେ।ଯେଉଁ ଥିରେ ଗାଡ଼ି ଚଳାଇବା ସମୟରେ ଜଣେ ପୋଲିସ୍ ବାବୁ ଏବଂ ଚାଳକ ଙ୍କ ପଛରେ ବସି ଥିବା ଜଣେ ମହିଳା ପୋଲିସ୍ ଅଧିକାରୀ ଜଣଙ୍କ ହେଲମେଟ ପିନ୍ଧି ନଥିଲେ।ତେବେ ଉଭୟ କେନ୍ଦ୍ର ଓ ରାଜ୍ୟର ଗାଇଡ ଲାଇନ୍ ଆସିବା ପରେ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ କରା ଯାଇ ଥିବା ବେଳେ ଏମାନେ ହେଲମେଟ ପିନ୍ଧି ନାହାନ୍ତି ।

ଏବେ ପ୍ରଶ୍ନ ଉଠିଛି ଯେ ସାଧାରଣ ଲୋକ ଯଦି ଏହି ନିୟମ ଉଲଙ୍ଘନ କରି ଥାଆନ୍ତି ତେବେ ପୋଲିସ ସେମାନଙ୍କ ଠାରୁ ଫାଇନ ଆଦାୟ କରି ଥାଏ କିନ୍ତୁ ଏବେ ଏହି ପୋଲିସ୍ ଙ୍କ ଠାରୁ ଫାଇନ କିଏ ଆଦାୟ କରିବ।ଲୋକଙ୍କ ପାଇଁ ଆଇନ ପ୍ରଣୟନ କରି ଯଦି ପୋଲିସ ନିଜେ ଏମିତି କରିବ ତାହେଲେ ସାଧାରଣ ଲୋକ କଣ କରିବେ? ଏହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।