ଛାତ୍ରଛାତ୍ରୀ ଙ୍କ ପାଇଁ ବଡ଼ ଘୋଷଣା।ଜାନୁଆରୀ ୧୪ ରୁ ସ୍କୁଲ ଯିବେ ନବମ ଓ ଏକାଦଶ ପିଲା ଏବଂ ଫେବୃଆରୀ ପହିଲାରୁ ଯିବେ କେଜି ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲା।

ତେବେ ଗତ ୮ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ଖୋଲି ଯାଇଛି।କରୋନା ମହାମାରୀ ଯୋଗୁଁ ସାରା ଦେଶ ସମ୍ପୂର୍ଣ୍ଣ ରୂପେ ଶାନ୍ତ ହୋଇ ଯାଇ ଥିଲା।ସ୍କୁଲ କଲେଜ ସମ୍ପୂର୍ଣ୍ଣ ରୂପେ ବନ୍ଦ ଥିଲା।ତେବେ ଦୀର୍ଘ ୧୦ ମାସର ବ୍ୟବଧାନ ପରେ ବିଦ୍ୟାଳୟର ମାଟି ମାଡିବେ ଛାତ୍ରଛାତ୍ରୀ।

ହେଲେ କଟକଣା ଭିତରେ ଏକ ନୂଆ ସ୍ବାଭାବିକ ପରିବେଶରେ ଛାତ୍ରଛାତ୍ରୀ ପାଠ ପଢିବେ।କେବଳ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ଆସିବାର ଅନୁମତି ରହିଛି। କୋଭିଡ ସୁରକ୍ଷା ବଳୟରେ ପାଠପଢ଼ା ହେବ।ସ୍କୁଲ ଆରମ୍ଭ ନେଇ ବିଦ୍ୟାଳୟ ଓ ଛାତ୍ରଛାତ୍ରୀଙ୍କ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଶେଷ ହୋଇଛି।ତେବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାସ ଗୁରୁବାର ବିଭିନ୍ନ ସ୍କୁଲ ପରିଦର୍ଶନ କରି ସୁରକ୍ଷା ଯାଞ୍ଚ କରିଛନ୍ତି।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକା ମୁତାବକ କାର୍ଯ୍ୟକାରୀ ହୋଇଛି କି ନାହିଁ ତା’ ର ଅନୁଧ୍ୟାନ କରିଛନ୍ତି ମନ୍ତ୍ରୀ।ରାଜଧାନୀ ଭୁବନେଶ୍ୱର ର ବିଭିନ୍ନ ସ୍କୁଲ ପରିଦର୍ଶନ କରି କୋଭିଡ ସୁରକ୍ଷା ସମ୍ବନ୍ଧୀୟ ସମସ୍ତ ବ୍ୟବସ୍ଥାକୁ ନିଜେ ମନ୍ତ୍ରୀ ଯାଞ୍ଚ କରିଛନ୍ତି।

ପିଲା ମାନଙ୍କ ବସିବା ସ୍ଥାନ,ସମାଜିକ ଦୂରତ୍ୱ ସହ ପରିମଳ ବ୍ୟବସ୍ଥାକୁ ଗୁରୁତ୍ବ ଦିଆ ଯାଇଛି। ପ୍ରାଥର୍ନା ସଭାକୁ ବାରଣ କରା ଯାଇ ଥିବା ବେଳେ ସମୂହ ଏକାଠି ଏବଂ ଖେଳକୁଦ ବାରଣ କରା ଯାଇଛି। ମୋଟ ସରକାରୀ ଓ ବେସରକାରୀ ଭାବେ ୧୦ ହଜାର ୧୮ଟି ସ୍କୁଲ ଖୋଲିବ। ସେଥିରୁ ୮ ହଜାର ସରକାରୀ ଓ ବଳକା ବେସରକାରୀ ସ୍କୁଲ ରହିଛି। ଏହାସହ ୧୦୦ ଦିନର କଣ୍ଟ ପୂରଣ କରି ସିଲାବସ୍ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରା ଯାଇଛି।

ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ରାଜ୍ୟର ସମସ୍ତ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଶ୍ରେଣୀଗୃହ, କ୍ୟାମ୍ପସ ଓ ହଷ୍ଟେଲ ବିଶୋଧନ ପ୍ରକ୍ରିୟା ଶେଷ ହୋଇଛି। ବିଦ୍ୟାଳୟ ବାହାରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ସଚେତନ କରିବା ଲାଗି ବୋର୍ଡ ଲଗା ଯାଇଛି।

ସଫେଇକୁ ପ୍ରାଧାନ୍ୟ ଦେଇ ଛାତ୍ରଛାତ୍ରୀଙ୍କ ଲାଗି ସାନିଟାଇଜ ମେସିନ ଖଂଜା ଯାଇଛି। ସେପଟେ ଛାତ୍ରଛାତ୍ରୀ ସ୍କୁଲ ଖୋଲିବା ନେଇ ମାନସିକ ସ୍ତରରେ ପ୍ରସ୍ତୁତ ହୋଇ ସାରିଛନ୍ତି। ଅନଲାଇନ ପାଠପଢା ଫଳପ୍ରଦ ହେଉନଥିବାରୁ ଅଫଲାଇନ ପାଠପଢାକୁ ନେଇ ସେମାନେ ଉସ୍ତ୍ରାହିତ ଅଛନ୍ତି।ଏହାସହ ଘରୋଇ ବିଦ୍ୟାଳୟ ଖୋଲିବା ପ୍ରସଙ୍ଗରେ ମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟରେ କେବଳ ଦଶମ ଓ ଦ୍ବାଦଶ ଶ୍ରେଣୀ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି।

ନବମ ଓ ଏକାଦଶ ଖୋଲିବା ନେଇ ଘରୋଇ ବିଦ୍ୟାଳୟ ଆଗ୍ରହ ପ୍ରକାଶ କରିଥିବା ବେଳେ ଏନେଇ ରାଜ୍ୟ ସରକାର ଉଚିତ ସମୟରେ ଉଚିତ ପଦକ୍ଷେପ ନେବେ। ଆସନ୍ତା ୧୪ରୁ ନବମ ଓ ଏକାଦଶ ଏବଂ ଫେବୃଆରୀ ପହିଲାରୁ କେଜି ୧ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲିବା ନେଇ ଘରୋଇ ବିଦ୍ୟାଳୟ ସଂଘ ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରି ଥିଲା।ମାତ୍ର ଏନେଇ ଏପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ କୌଣସି ସୂଚନା ଆସି ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।