ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା ଧମକ ! ନବୀନ ନିବାସ ସାମ୍ନାରେ ଧମକ ପୂର୍ଣ୍ଣ ଚିଠି

ଏବେ ଏବେ ଆସିଛି ଏକ ବଡ଼ ଖବର ଯାହାକୁ ଶୁଣିଲେ ଆପଣ ବିଶ୍ୱାସ କରି ପାରିବେ ନାହିଁ । ଆମ ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କୁ ମିଳିଛି ହତ୍ୟା ଧମକ ଯାହା ବର୍ତ୍ତମାନ ଚାଞ୍ଚଲ୍ୟ ସୃଷ୍ଟି କରି ଦେଇଛି । ତେବେ ସ୍ୱର୍ଗତ ବିଜୁ ପଟ୍ଟନାୟକ ଙ୍କ ସୁପୁତ୍ର ଅଟନ୍ତି ନବୀନ ପଟ୍ଟନାୟକ ଓ ସେ ବର୍ତମାନ ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି। ସେ ଦୀର୍ଘ ବର୍ଷ ଧରି ବିଜେଡ଼ି ପକ୍ଷରୁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇ ଆସିଛନ୍ତି ।

ସେ ଜଣେ ନିର୍ମଳ ଓ ସ୍ୱଚ୍ଛ ହୃଦୟ ର ବ୍ୟକ୍ତିତ୍ଵ ହେବା ସହିତ ଓଡ଼ିଶା ମାଟି ପାଇଁ ସେ ଏକ ଗର୍ବ ଗୌରବ । ତେବେ ତାଙ୍କର ନିଷ୍ଠାପର କାମ ଓ ନିଶ୍ୱର୍ଥାପର ସ୍ଵଭାବ ପାଇଁ ସେ ଆଜି ଘରେ ଘରେ ସମସ୍ତଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ ହୋଇ ପାରିଛନ୍ତି ।

ତେବେ ଏତେ ନିଷ୍ଠାପର ଲୋକ ଙ୍କୁ ହତ୍ୟା ଧମକ ମିଳିବା ବର୍ତ୍ତମାନ ସର୍ବସାଧାରଣ ଙ୍କ ମନରେ ଏକ ଭୟ ସୃଷ୍ଟି କରିଛି । ମୁଖ୍ୟ ମନ୍ତ୍ରୀ ଙ୍କୁ ଏହି ହତ୍ୟା ଧମକ ଏକ ଚିଠି ମାଧ୍ୟମ ରେ ମିଳିଛି ତେବେ କିଏ ଓ କାହିଁକି ଏପରି କରିଛି ଆସନ୍ତୁ ଜାଣିବା ; ତେବେ ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ପାଇଁ ହେଉଛି ହତ୍ୟା ଷଡଯନ୍ତ୍ର । ଏହି ଷଡ଼ଯନ୍ତ୍ର କୁ ନେଇ ମୁଖ୍ୟ ମନ୍ତ୍ରୀ କ ନିବାସ ବା ନବୀନ ନିବାସ କୁ ଆସିଛି ଚିଠି ।

ସୂଚନା ଅନୁସାରେ ଚିଠି ଦେଇଥିବା ଅପରାଧୀ ମାନେ ହେଉଛନ୍ତି ସୂପାରି କିଲର୍ । ତେବେ ଏହି ବେନାମୀ ଚିଠି ଟି ମୁଖ୍ୟ ମନ୍ତ୍ରୀ ଙ୍କ ଆବାସ ସ୍ଥଳୀ ରେ ପହଞ୍ଚିବା ପରେ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ତତ୍ପରତା ଦେଖା ଯାଇଛି। ମୁଖ୍ୟମନ୍ତ୍ରୀ ଙ୍କୁ ହତ୍ୟା କରିବା ପାଇଁ କିଛି ସୁପାରି କିଲର ସୂପାରୀ ନେଇଥିବାର ଏହି ଚିଠି ରେ ଲେଖା ଯାଇଛି।

ତେବେ ସେମାନେ ବିଭିନ୍ନ ରାଜ୍ୟର ରେଜିଷ୍ଟ୍ରେସନ୍ ଥିବା ଗାଡି ବ୍ୟବହାର କରୁ ଥିବାର ସେଠାରେ ଉଲ୍ଲେଖ ରହିଛି । କେବଳ ଏତିକି ନୁହେଁ ସେଠାରେ 17ଟି ଗାଡିର ନମ୍ବର ମଧ୍ୟ ଚ ଉଲ୍ଲେଖ କରାଯାଇଛି । ତେବେ ଏହାକୁ ନେଇ ବିହିତ ପଦକ୍ଷେପ ନେବା ସହ ସୁରକ୍ଷା ବ୍ୟବସ୍ଥା କୁ କଡ଼ା କଡ଼ି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ନବୀନ ନିବାସ କୁ ଏମିତି ଧମକ ପୂର୍ଣ୍ଣ ଚିଠି ଆସିବା ପରେ ଗୃହ ବିଭାଗ ପକ୍ଷରୁ ଆଲର୍ଟ ଜାରି କରାଯାଇଛି । ପୋଲିସ୍ DG, IG, ଗୁଇନ୍ଦା ନିର୍ଦ୍ଦେଶକ ଏବଂ କମିଶନେରେଟ ପୋଲିସକୁ କୁ ମଧ୍ୟ ଏନେଇ ଆଲର୍ଟ ଜାରି କରାଯାଇଛି । ବେନାମୀ ଚିଠି କୁ ନେଇ ପୁରା ଗଣ ମାଧ୍ୟମ ତତ୍ପର ହୋଇ ଉଠିଛି। ମୁଖ୍ୟ ମନ୍ତ୍ରୀ ଙ୍କ ର ସୁରକ୍ଷା ବ୍ୟବସ୍ଥା କୁ ତୁରନ୍ତ କଡ଼ାକଡ଼ି କରିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଛି ।

ତେବେ ନବୀନ ନିବାସ ର ଚତୁର୍ପର୍ଶ୍ୱ , ଲୋକସଭା ଭବନ , ସହିତ ମୁଖ୍ୟମନ୍ତ୍ରୀ ଯାଉଥିବା ସ୍ଥାନ ମାନଙ୍କ ରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହି ବେନାମୀ ଚିଠି ଆସିବା ପରେ ବିଭିନ୍ନ ମୁଖ୍ୟ ମନ୍ତ୍ରୀ ଙ୍କ ସୁରକ୍ଷା କୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।