କେବେବି ଏହି ୬ ଟି ଜିନିଷ ଦାନ କରନ୍ତୁ ନାହିଁ , ନଚେତ ଆସିପାରେ ବଡ଼ ଆର୍ଥିକ ସମସ୍ୟା , ଯାହାର ସମାଧାନ ଅସମ୍ଭବ

ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ ଯେ ଦାନ କରିବା ଦ୍ୱାରା ଅନେକ ପ୍ରକାରର ସମସ୍ୟାରୁ ମୁକ୍ତି ମିଳିଥାଏ । ଦାନ କରିବା ହେଉଛି ସବୁଠାରୁ ପୁଣ୍ୟର କାମ । ଦାନ କରିବା ଦ୍ୱାରା ମନୁଷ୍ୟ ପୁଣ୍ୟର ଅଧିକାରୀ ହୋଇଥାଏ । ମନୁଷ୍ୟ ଜୀବନର ଦୁଃଖ କଷ୍ଟ ଦାନ କରିବା ଦୂର ହୋଇ ଯାଇଥାଏ । କିନ୍ତୁ କଣ ଆପଣ ମାନେ ଜାଣିଛନ୍ତି କି କିଛି ଏପରି ଜିନିଷ ରହିଛି ଯେଉଁ ଜିନିଷକୁ ଦାନ କରିବା ଦ୍ୱାରା ମଣିଷ ପୁଣ୍ୟ ତ ଦୂରର କଥା ପାପର ଭାଗିଦାରୀ ହୋଇଥାଏ ।

ଏହାବ୍ୟତୀତ ମନୁଷ୍ୟକୁ ଅନେକ କ୍ଷତି ସହିବାକୁ ପଡ଼ିଥାଏ । ଆଜିକାର ଏହି ପୋଷ୍ଟରେ ଆମେ ଆପଣଙ୍କୁ ଏପରି ୬ ଟି ବସ୍ତୁ ବିଷୟରେ କହିବାକୁ ଯାଉଛୁ ଯାହାକୁ ଯଦି ଆପଣ ଦାନ କରନ୍ତି ତେବେ ଆପଣଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ । ତେଣୁ ସେହିସବୁ ଜିନିଷ ଗୁଡ଼ିକ ବିଷୟରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ।

୧ . ଝାଡ଼ୁ :-

କେବେବି କୌଣସି ମନୁଷ୍ୟକୁ ଝାଡ଼ୁ ଦାନ କରନ୍ତୁ ନାହିଁ । କାରଣ ଝାଡ଼ୁ ଦାନ କରିବା ଦ୍ଵାରା ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି ଏବଂ କେବେବି ଘରେ ବାସ କରନ୍ତି ନାହିଁ । ଯେଉଁ କାରଣରୁ ଘରେ ଧନର ଅଭାବ ଦେଖା ଦେଇଥାଏ ଏବଂ ବିଭିନ୍ନ କ୍ଷେତ୍ରରେ ଅଭାବର ସମ୍ମୁଖୀନ ହେବାକୁ ପଡ଼ିଥାଏ ।

୨ . ଧାରୁଆ ବସ୍ତୁ :-

କୌଣସି ପ୍ରକାରର ଧାରୁଆ ବସ୍ତୁ ଯେପରିକି ଛୁରୀ , କଇଁଚି ଇତ୍ୟାଦି ଏହିପରି ଧାରୁଆ ବସ୍ତୁକୁ କେବେବି କାହାକୁ ଦାନ କରନ୍ତୁ ନାହିଁ । ଏହି ବସ୍ତୁ ଗୁଡ଼ିକୁ ଦାନ କରିବା ଦ୍ୱାରା ଘରେ ସୁଖ ଶାନ୍ତିର ଭଙ୍ଗ ହୋଇଥାଏ ।

୩ . ବାସୀ ଖାଦ୍ୟ :-

କୌଣସି ବ୍ୟକ୍ତିଙ୍କୁ ବାସୀ ଖାଦ୍ୟ ଦାନ କରିବା ଅଶୁଭ ବୋଲି କୁହାଯାଇଥାଏ । ବାସୀ ଖାଦ୍ୟ ଦାନ କରିବା ଦ୍ୱାରା ଘରର ସଦସ୍ୟ ରୋଗରେ ପଡ଼ିଥାନ୍ତି । ଏହାସହିତ ଘରେ ବିବାଦ ଲାଗି ରହିଥାଏ ।

୪ . ପଣ୍ଡିତଙ୍କୁ ପୁରୁଣା ବସ୍ତ୍ର :-

କୌଣସି ପଣ୍ଡିତଙ୍କୁ କେବେବି ପୁରୁଣା ପୋଷାକ ଦାନ କରନ୍ତୁ ନାହିଁ । ଏପରି କରିବା ଦ୍ୱାରା ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି । ଯାହାଫଳରେ ଘରେ ଅଶାନ୍ତି ସୃଷ୍ଟି ହୋଇଥାଏ । ପରିବାର ଉପରକୁ ବିପଦ ଆସିଥାଏ ଏବଂ ଆର୍ଥିକ ସମସ୍ୟା ଦେଖା ଦେଇଥାଏ ।

୫ . ପ୍ଲାଷ୍ଟିକ ଜିନିଷ :-

ପ୍ଲାଷ୍ଟିକ ଜିନିଷ କିଣିବା ଦ୍ୱାରା କୌଣସି କ୍ଷତି ହୋଇ ନଥାଏ । କିନ୍ତୁ କାହାକୁ ଦାନ କରିବା ଅଶୁଭ ବୋଲି କୁହାଯାଇଥାଏ । ଏହା କରିବା ଦ୍ୱାରା ଘରେ ବିଭିନ୍ନ ସମସ୍ୟା ଦେଖା ଦେଇଥାଏ ।

୬ . ଷ୍ଟିଲ ବାସନ :-

କେବେବି ଷ୍ଟିଲ ବାସନ ଦାନ କରିବା ଉଚିତ ନୁହେଁ । ଏପରି କରିବା ଦ୍ୱାରା ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି ଏବଂ ପରିବାରର ସୁଖ ଶାନ୍ତି ନଷ୍ଟ ହୋଇଥାଏ । ଏହାଦ୍ବାରା ପରିବାର ଉପରକୁ ସମସ୍ୟାର ଆଗମନ ହୋଇଥାଏ । ତେଣୁ ଏହି ୬ ଟି ବସ୍ତୁକୁ କେବେ ଭୁଲରେବି ଦାନ କରନ୍ତୁ ନାହିଁ । ଏହାଦ୍ବାରା ଘରେ ଦାରିଦ୍ରତା ଆସିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।