ଜାଣନ୍ତୁ ଗୋରଖନାଥ ମହାଦେବଙ୍କ ଅଲୌକିକ ମହିମା ! ଏପରି ମହିମା ବିଷୟରେ ଜାଣିଲେ ଆପଣଙ୍କ ହୃଦୟ ଭକ୍ତିରେ ଭାରି ଉଠିବ

ହିନ୍ଦୁ ଧର୍ମ ଓ ଶାସ୍ତ୍ର ଅନୁସାରେ ପ୍ରଭୁ ମହାଦେବ ଙ୍କୁ ସୃଷ୍ଟିର ଅଧିପତି ବୋଲି ଆମେ ମଣିଥାଉ।ମହାଦେବ ହିଁ ସୃଷ୍ଟିର ପାଳନ କର୍ତ୍ତା ବୋଲି କୁହା ଯାଏ।ମହାଦେବ ଏକ ମାତ୍ର ଦେବତା ଯିଏକି ଶିବ ଲିଙ୍ଗ ଆକାରରେ ପୂଜା ପାଆନ୍ତି।ତାଙ୍କୁ ପୂଜା କଲେ ସେ ସମସ୍ତ ବିପଦ କୁ ଦୂର କରନ୍ତି।ସଂସାରର ମଙ୍ଗଳ ପାଇଁ ସେ ହଳାହଳ ବିଷକୁ ମଧ୍ୟ ପାନ କରି ଥିଲେ।ତେଣୁ ତାଙ୍କୁ ନୀଳକଣ୍ଠ ବୋଲି ମଧ୍ୟ କୁହା ଯାଏ।

ଭୋଳାନାଥ ଯେବେ ଯେଉଁ ଭକ୍ତ ଉପରେ ପ୍ରଶର୍ଣ୍ଣ ହୁଅନ୍ତି ତା’ ଉପରେ ଅପାର କୃପା ଓ ଆଶୀର୍ବାଦ ବର୍ଷା କରିଥାନ୍ତି।ଭଗବାନ ଭୋଳାନାଥ ବି ମଧ୍ୟ ସ୍ୱଭାବରେ ଭୋଳା ଅଟନ୍ତି।ଯେତେବେଳେ ଶିବ କାହା ଉପରେ ସନ୍ତୁଷ୍ଟ ଥାନ୍ତି ସେହି ବ୍ୟକ୍ତିଙ୍କ ଭାଗ୍ୟ ଚମକି ଥାଏ।ମହାଦେବ ତାଙ୍କୁ ପ୍ରତ୍ୟେକ ବିପଦ ରୁ ଉଦ୍ଧାର କରନ୍ତି।

କିନ୍ତୁ ଯେତେବେଳେ ମହାଦେବ କାହା ଉପରେ କ୍ରୋଧିତ ହୁଅନ୍ତି ତାହେଲେ ସେହି ବ୍ୟକ୍ତି ର ସର୍ବନାଶ ସୁନିଶ୍ଚିତ ବୋଲି କୁହାଯାଏ।ଭାରତ ହେଉଛି ଦେବତାଙ୍କ ଜନ୍ମ ଭୂମି,ତେଣୁ ଭାରତ କୁ ଦେବଭୂମି ମଧ୍ୟ କୁହା ଯାଏ।ଏଠାରେ ଅନେକ ଦେବା ଦେବୀ ଜନ୍ମ ଗ୍ରହଣ କରିଛନ୍ତି ବୋଲି ଆମ ଶାସ୍ତ୍ର କହୁଛି।ଏଠାରେ ଅନେକ ମନ୍ଦିର ମାନ ମଧ୍ୟ ରହିଛି।ଅନେକ ପାହାଡ଼ ପର୍ବତ ମାନ ରହିଛି, ଯେଉଁଠାରେ କି ଦେବତା ମାନେ ତାଙ୍କର ଲୀଳା କରୁ ଥିଲେ ବୋଲି ଆମ ଇତିହାସ କହୁଛି।

ଏଠାରେ ପ୍ରତ୍ୟେକ ଯୁଗରେ ଅନେକ ଦେବତା ଜନ୍ମଗ୍ରହଣ କରିଛନ୍ତି।ତେଣୁ ଏଠାରେ ଲକ୍ଷ ଲକ୍ଷ ମନ୍ଦିର ମାନ ଅଛି।ଆଜି ଆମେ ଆପଣଙ୍କୁ ମହାଦେବଙ୍କ ଏକ ଅଦ୍ଭୁତ ମନ୍ଦିର ବିଷୟରେ କହିବା ପାଇଁ ଯାଉଛୁ।ମହାଦେବଙ୍କ ଏହି ଅଦ୍ଭୁତ ମନ୍ଦିର ଆମ ଓଡ଼ିଶା ରେ ଅବସ୍ଥିତ।ଏଠାରେ ଭଗବାନ ମହାଦେବ,ଗୋରଖାନାଥ ନାମରେ ନାମିତ।

ଏହି ମନ୍ଦିରର ନାମ ହେଉଛି ଗୋରଖନାଥ ମନ୍ଦିର।ଏହି ମନ୍ଦିର ତ୍ରତେୟା ଯୁଗରୁ ରହିଛି ବୋଲି ଲୋକମାନେ ବିଶ୍ୱାସ କରନ୍ତି।ତ୍ରୋତୟ ଯୁଗରେ ମାତା ସୀତାଙ୍କୁ ଖୋଜିବା ପାଇଁ ଏଠାରେ ପ୍ରଭୁ ଶ୍ରୀରାମଚନ୍ଦ୍ର ଆସି ଗୋରଖନାଥ ମହାଦେବଙ୍କୁ ପୂଜା କରି ଥିଲେ।ଏହା ପରେ ଶ୍ରୀରାମଚନ୍ଦ୍ର ଙ୍କ ପୂଜାରେ ମହାଦେବ ସନ୍ତୁଷ୍ଟ ହୋଇ ତାଙ୍କୁ ଆଶୀର୍ବାଦ ମଧ୍ୟ କରି ଥିଲେ।ତେବେ ଏହି ମନ୍ଦିରରେ ଅନେକ ଅଲୌକିକ ଘଟଣା ମାନ ଘଟି ଥାଏ।

ଏହି ମନ୍ଦିର ପାର୍ଶ୍ଵରେ ଏକ ବଡ଼ ବଟ ବୃକ୍ଷ ରହିଛି।ଏଠାରେ ପ୍ରତ୍ୟେକ ଦିନ ଶହ ଶହ ଶ୍ରଦ୍ଧାଳୁ ଆସି ସେମାନଙ୍କ ମାନସିକ କରନ୍ତି।ଗୋରଖନାଥ ମହାପ୍ରଭୁ ଭକ୍ତ ମାନଙ୍କ ସମସ୍ତ ମନସ୍କାମନା ପୂରଣ କରନ୍ତି ବୋଲି ଭକ୍ତ ମାନେ କୁହନ୍ତି।

ଏହି ମନ୍ଦିରରେ ଅନ୍ୟ ଏକ ଅଲୌକିକ ଘଟଣା ହେଉଛି ଯେଉଁ ବ୍ୟକ୍ତି କୁ ସାପ ଦଂଶନ କରି ଥାଏ ସେହି ବ୍ୟକ୍ତି ଏଠାକୁ ଆସି ଗୋରଖନାଥଙ୍କ ବିଭୂତି,ବେଲ ପତ୍ର ଓ ଜଳ ସେଚନ କଲେ ତା ଦେହରୁ ବିଷ ସମ୍ପୂର୍ଣ୍ଣ ରୂପେ ବାହାରି ଯାଏ।ଏହା ସହିତ ଯେଉଁ ମାନଙ୍କ ସନ୍ତାନ ହେଉ ନାହିଁ ସେମାନେ ମଧ୍ୟ ଗୋରଖନାଥଙ୍କ ବିଭୂତି ଓ ବେଲପତ୍ର ସେବନ କଲେ ତାଙ୍କର ସନ୍ତାନ ହୋଇଥାଏ ବୋଲି ଉପକୃତ ଭକ୍ତ ମାନେ କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।