ଗୁଡ଼ି ଉଡ଼ାଇବା ହେଲା ବିପଦ ! ଗୁଡ଼ି ସହ ୧୦୦ ଫୁଟ ଉପରକୁ ଉଡ଼ି ଗଲା ୩ ବର୍ଷର ପିଲା । ଆଉ ତାପରେ……..

ପ୍ରତ୍ୟେକ ସମୟରେ ଆମ ଚାରି ପାଖରେ ଘଟୁଛି କିଛି ନା କିଛି ଘଟଣା ଓ ଦୁର୍ଘଟଣା। ଏହି ଭିଡ଼ିଓ ଦେଖିଲେ ଆପଣ ଏହି କଥା ବୁଝି ପାରିବେ।ମାତ୍ର ଟିକିଏ ଅସାବଧାନତା ଯୋଗୁଁ ଏପରି ଏକ ବଡ଼ ଦୁର୍ଘଟଣା ଘଟି ଗଲା,ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଓ ଭୟଭୀତ କରି ଦେଇଛି।ତାଇୱାନ ରେ ଚାଲି ଥିବା କାଇଟ ଫେଷ୍ଟିଭାଲ ରେ ଏମିତି ଘଟଣା ଘଟିଲା ଯାହା ସମସ୍ତଙ୍କୁ କାବା କରି ଦେଇଛି।ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇ ଯିବେ ଯେ ଗୋଡ଼ି ଉଡ଼ା ଉତ୍ସବରେ ବହୁତ ବଡ଼ ବଡ଼ ଗୁଡ଼ି ସବୁ ଭାଗ ନେଇଥାନ୍ତି।

ଏମିତି ଏକ ଗୁଡ଼ି ସହିତ ଜଣେ ୩ ବର୍ଷର ଶିଶୁ ଆକାଶରେ ଉଡ଼ି ଗଲା।ଏହା ହୁଏତ ଆପଣଙ୍କୁ ବିଶ୍ୱାସ ହୋଇ ନପାରେ କିନ୍ତୁ ଏହି ଭିଡ଼ିଓ ତ ମିଛ ନୁହେଁ ନା।ପିଲାଟିକୁ ଗୁଡି ସହ ଆକାଶରେ ଉଡ଼ୁ ଥିବାର ଦେଖି ସେଠାରେ ଥିବା ଲୋକ ମାନେ ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ।

୧୦୦ ଫୁଟ ଉପରକୁ ଉଡ଼ି ଯିବା ପରେ ପିଲାଟି ଗୁଡ଼ି ସହ ଆସି ତଳେ ପଡ଼ି ଗଲା।ଠିକ ତଳେ ପଡ଼ିଲା ବେଳକୁ ଲୋକମାନେ ତାକୁ ଧରି ପକାଇଲେ।ଗୋଡ଼ିର ଲାଞ୍ଜ ଏହି ତିନି ବର୍ଷର ଝିଅର ଗୋଡ଼ରେ ଗୋଡ଼ାଇ ହୋଇ ଯିବାରୁ ଗୋଡ଼ି ସହିତ ଏହି ଝିଅଟି ମଧ୍ୟ ଆକାଶକୁ ଉଡ଼ି ଯାଇ ଥିଲା।ଏହି ଘଟଣାଟି ଏତେ ଅଚାନକ ଘଟିଲା ଯେ କେହି କିଛି ଭାବି ପାରିଲେ ନାହିଁ।ସମସ୍ତେ ଶୂନ୍ୟ ଆକାଶରେ ପିଲାଟିକୁ ଉଡ଼ୁ ଥିବାର ଦେଖୁ ଥିଲେ ଏବଂ ଚିତ୍କାର କରୁ ଥିଲେ।

ହେଲେ ତାକୁ ଉଦ୍ଧାର କରିବାର କିଛି ଉପାୟ ନଥିଲା।ଏହି ନାରଙ୍ଗୀ ରଙ୍ଗର ସାପ ପରି ଲମ୍ବା ଗୁଡ଼ିଟି ପବନରେ ଯେତିକି ଜୋରରେ ଉଡ଼ୁ ଥାଏ, ସେତିକି ଜୋରରେ ପିଲାଟି ମଧ୍ୟ ଉଡୁଥାଏ।ସେଠାରେ ଥିବା ଗଛରେ କେତେବେଳେ ଯେ ପିଟି ହୋଇଯିବ ତାହା ସମସ୍ତଙ୍କର ଆଶଙ୍କା ଥିଲା।

ଉପରେ ପିଲାଟି ଗୁଡ଼ି ସହ ଉଡ଼ୁ ଥିବା ବେଳେ ଲୋକେ କେବଳ ଚିତ୍କାର କରୁ ଥିଲେ ଓ ଭଗବାନଙ୍କୁ ଡାକୁ ଥିଲେ।ଗୁଡ଼ି ଲାଞ୍ଜରେ ଆକାଶରେ ଉଡ଼ୁ ଥିବା ସମୟରେ ପିଲାଟି ମଧ୍ୟ ନିଜକୁ ଅସହାୟ ମନେ କରୁ ଥିଲା।ପ୍ରାୟ ୩୦ ସେକେଣ୍ଡ ପର୍ଯ୍ୟନ୍ତ ଝିଅଟି ଆକାଶରେ ଉଡ଼ିବାକୁ ଲାଗିଲା।ଆଉ ଗୋଡ଼ିଟି ତଳକୁ ଖସିବା ବେଳେ ପିଲାଟି ମଧ୍ୟ ତଳକୁ ଖସି ଆସିଲା।ସେ ସୁରକ୍ଷିତ ଭାବେ ତଳକୁ ଖସିବା ପରେ ସମସ୍ତଙ୍କ ପିଣ୍ଡରେ ଯେମିତି ପ୍ରାଣ ପଶିଲା।ସମସ୍ତେ ସୁସ୍ଥ ଅନୁଭବ କଲେ।

ଏହି ଘଟଣା ଘଟିବା ପରେ ସେଠାରେ ଗୁଡ଼ି ଉଡ଼ା ଉତ୍ସବକୁ ତୁରନ୍ତ ବନ୍ଦ କରି ଦିଆ ଯାଇଛି।ତେବେ କୁହା ଯାଉଛି ଯେ ବହୁତ ଜୋରରେ ପବନ ବୋହୁଥିବା କାରଣରୁ ପିଲାଟିର ଅଣ୍ଟା ଚାରି ପଟେ ଗୁଡ଼ିଟି ଗୁଡ଼ାଇ ହୋଇ ଯାଇ ଥିଲା।ଫଳରେ ଗୁଡି ସହିତ ପିଲାଟି ମଧ୍ୟ ଆକାଶକୁ ଉଡ଼ି ଯାଇ ଥିଲା।ତେବେ ମାତ୍ର ଟିକିଏ ଦାୟିତ୍ବହୀନତା ଯୋଗୁଁ ଗୋଟିଏ ଛୋଟ ଶିଶୁର ଜୀବନ ଅଳ୍ପକେ ବର୍ତ୍ତି ଗଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।